Saturday, May 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶିବ ଚାଳିଶା ପାଠ ଦ୍ୱାରା ପୁର୍ଣ ହୁଏ ମନୋସ୍କାମନା : ଜାଣନ୍ତୁ ଏହାର ସଠିକ ଉପାୟ

ଭୁବନେଶ୍ୱର ୧୧/୩ : ପୂଜା ପାଠରେ ଏବଂ ହିନ୍ଦୁ ଧର୍ମରେ ଶିବ ଚାଳିଶାର ମହତ୍ୱ ବହୁତ | ଶିବ ଚାଳିଶା ପାଠ ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଏବଂ ମନୋସ୍କାମନା ମଧ୍ୟ ପୁର୍ଣ ହୋଇଥାଏ | ଶିବ ଚାଳିଶା ପାଠ ଦ୍ୱାରା କଠିନ କାମ ମଧ୍ୟ ସରଳ ହୋଇଯାଇଥାଏ | ଶିବ ଚାଳିଶାର ୪୦ ପଂକ୍ତି ସରଳ ଶବ୍ଦରେ ବିଦ୍ୟମାନ | ହିନ୍ଦୁ ଧର୍ମରେ ଶିବ ଚାଳିଶାର ମହିମା ବହୁତ ବେଶୀ | ଶିବ ଚାଳିଶା ପାଠ ଦ୍ୱାରା ଭଗବାନ ଶିବ ସହଜରେ ପ୍ରସନ୍ନ ହୋଇଥାନ୍ତି ଏବଂ ବର ପ୍ରଦାନ କରିଥାନ୍ତି |


ଜାଣନ୍ତୁ ଶିବ ଚାଳିଶା ପାଠର ସଠିକ ଉପାୟ :
ସକାଳୁ ଶୀଘ୍ର ଉଠି ସ୍ନାନ କରି ସଫା ଲୁଗା ପିନ୍ଧିବେ |
ପୂର୍ବ ଦିଗକୁ ମୁହଁ କରି କୁଶ ଆସନରେ ବସିବେ |
ପୂଜା ପାଇଁ ଧୂପ, ଧଳା ଚନ୍ଦନ, ଫୁଲ ମାଳ ଏବଂ ଧଳା ଅରଖ ଫୁଲ ୧୧ଟି ରଖିବେ | ଶିବଙ୍କ ପାଖରେ ମିଶ୍ରି ଭୋଗ ଲଗାଇବେ |


ଶିବ ଚାଳିଶା ପାଠ କରିବା ପୂର୍ବରୁ ଶୁଦ୍ଧ ଘିଅର ଦୀପ ଜଳାଇବେ ଏବଂ ଏକ ଢାଳରେ ପାଣି ରଖିବେ |
ଏହାପରେ ସ୍ଵ ଚାଳିଶା ୩ଥର କିମ୍ବା ୫ଥର ଜପ କରିବେ |
ଶିବ ଚାଳିଶା ପାଠ ବଡ ପାଟିରେ ଜପ କରିବେ | କାରଣ ଯେଉଁମାନେ ଏହି ଚାଳିଶା ଶୁଣିବେ ତାଙ୍କୁ ମଧ୍ୟ ଏହାର ଶୁଭ ଫଳ ମିଳିବ | ଶିବ ଚାଳିଶ ଜପ ସମ୍ପୂର୍ଣ ଶ୍ରଦ୍ଧାର ସହ ଜପ କରିବେ |
ଚାଳିଶା ପାଠ କରି ସାରିବା ପରେ ଢାଳରେ ଥିବା ପାଣିକୁ ଘରେ ଚାରିଆଡେ ଛିଂଚି ଦେବେ ଏବଂ କିଛି ପାଣି ନିଜେ ପିଇଦେବେ | ଭୋଗ ଲଗାଇଥିବା ମିଶ୍ରି ଛୋଟ ପିଲାଙ୍କୁ ବାଂଟିଦେବେ ଏବଂ ନିଜେ ମଧ୍ୟ ଗ୍ରହଣ କରିବେ |


“ଜୟ ଗଣେଶ ଗିରିଜା ସୁବନ ମଙ୍ଗଳ ମୂଲ ସୁଜାନ
କହତେ ଅଯୋଧ୍ୟା ଦାସ ତୁମ ଦେଓ ଅଭୟ ବରଦାନ”
ଦୁଃଖରୁ ମୁକ୍ତି ପାଇବା ପାଇଁ ଏହି ପଂକ୍ତିକୁ ସକାଳେ ୨୭ ଥର ଶିବଙ୍କ ସମ୍ମୁଖରେ ବସି ପଢିବେ |


ଶିବ ଚାଳିଶା ଦ୍ୱାରା କିପରି ମନ ମତାବକ ବରଦାନ ପାଇବେ :
ବ୍ରହ୍ମ ମୁହୂର୍ତ୍ତରେ ଧଳା ଆସନରେ ବସିବେ
ଉତ୍ତର ପୂର୍ବ କିମ୍ବା ପୂର୍ବ ଦିଗକୁ ମୁହଁ କରି ବସିବେ
ଶୁଦ୍ଧ ଘିଅରେ ଦୀପ ଜଳାଇ ୧୧ ଥର ଶିବ ଚାଳିଶା ପାଠ କରିବେ
ପୂଜା ବେଳେ ଏକ ପାତ୍ରରେ ଜଳ ରଖିବେ ଏବଂ ମିଶ୍ରି ଭୋଗ କରିବେ
ଗୋଟିଏ ବେଲ ପତ୍ରକୁ ଓଲଟା କରି ଶିବଲିଙ୍ଗରେ ଅର୍ପଣ କରିବେ
ଯାହା ଚାହୁଁଛନ୍ତି ତାହା ଭଗବାନଙ୍କ ପାଖରେ ପ୍ରାର୍ଥନା କରି ୪୦ ଦିନ ପର୍ଯ୍ୟନ୍ତ ଲଗାତାର ଏହି ଉପାୟ କରିବେ

438 Views

   ସମ୍ବନ୍ଧିତ ଖବର