ଲୋକ ସେବା ପାଇଁ ପାଇଁ ଦୌଡି ଦୌଡି ନିରାଶ, ଠିକ୍ ଭାବେ କାମ କରୁନି ଓଡିଶା ରାଇଟ ଟୁ ପବ୍ଲିକ ସର୍ଭିସ ଆକ୍ଟ - କାର୍ଯ୍ୟକାରିତାକୁ ନେଇ ଉଠିଲାଣି ପ୍ରଶ୍ନ

Published By : Prameya-News7 Bureau | October 14, 2019 IST

 ଖୋର୍ଦ୍ଧା/ଭୁବନେଶ୍ୱର - ଡାକ୍ତରଖାନା  ଓ  ଥାନାରେ ସେବା ଯୋଗାଇବାକୁ  ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ  ତତ୍ପରତା ଦେଖାଉଛନ୍ତି ସରକାର ।  ସେପଟେ ସରକାରୀ କାର୍ଯ୍ୟାଳୟରେ ନିର୍ଦିଷ୍ଟ ସମୟସୀମା ଭିତରେ ସେବା ଯୋଗାଇବା ଲାଗି ଥିବା ଓଡିଶା ରାଇଟଟୁ ପବ୍ଲିକ ସର୍ଭିସ ଆକ୍ଟ କାର୍ଯ୍ୟକାରିତାକୁ ନେଇ ଉଠିଲାଣି ପ୍ରଶ୍ନ । ଏବେ ବି ତହସିଲ ଓ ବ୍ଲକ  ଅଫିସରୁ ସେବା ପାଇବାକୁ ଲୋକେ ମାସ ମାସ ଦୈଡିବାକୁ ପଡୁଛି । ହେଲେ  ଆଇନ କାର୍ଯ୍ୟକାରୀ ହେଉନି କି ଲୋକେ ସେବା ପାଉନାହାନ୍ତି ବୋଲି ପ୍ରଶ୍ନ ଉଠାଇଲେଣି ବିରୋଧୀ ।

{"id":170144}

ଏବେ 5T ଯୁଗ। କିନ୍ତୁ ସରକାର କରିଥିବା ରାଇଟ ଟୁ ପବ୍ଲିକ ସର୍ଭିସ ଆକ୍ଟ ଗଲା କୁଆଡ଼େ । ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଲୋକଙ୍କୁ ସେବା ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଆଇନ ଆଣିଥିଲେ । ମୋ ସରକାର ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ତତ୍ପରତା ପରେ ଏହି ଆଇନକୁ ନେଇ ଏବେ ଉଠିଛି ପ୍ରଶ୍ନ ।  ରାଜ୍ୟରେ ୨୫ ଟି ସରକାରୀ ବିଭାଗରେ ୩୪୧ଟି ସେବା ଯୋଗାଇବାକୁ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏନେଇ ୨୦୧୨ରେ ରାଇଟ ଟୁ ପବ୍ଲିକ ସର୍ଭିସ ଆକ୍ଟ ହୋଇଛି ।

{"id":170146}

ଯଦି ସରକାରୀ କର୍ମଚାରୀ ବା ଅଧିକାରୀ ଧାର୍ଯ୍ୟ ସମୟ ସୀମା ଭିତରେ ସେବା ଯୋଗାଇ ନଦେବେ ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାକୁ ଆଇନ ଅଛି । ହେଲେ ଅଭିଯୋଗ ହେଉଛି ଆଇନ ସଠିକ କାର୍ଯ୍ୟକାରୀ ହେଉନି । ଲୋକେ ସେବା ପାଉ ନାହାନ୍ତି । କେବଳ ୨୦୧୪ରେ ୧୩ ଲକ୍ଷ ଆବେଦନ ପଡି ରହିଥିବା ତଥ୍ୟ କହୁଛି । ଏହାକୁ ଦେଖି ବିରୋଧୀ ପ୍ରଶ୍ନ କରିଛନ୍ତି ସରକାର କେତେ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ହିସାବ ଦିଅନ୍ତୁ ।

{"id":170147}

ଅନେକ ସରକାରୀ କାଯ୍ୟାଳୟରେ ଏବେ ସମାନ ସ୍ଥିତି । ଲୋକେ ସେବା ପାଇବାକୁ ଦୌଡି ଦୌଡି ନିରାଶ ହେଉଛନ୍ତି । ହେଲେ ଆଇନ ଅନୁସାରେ ସେବା ମିଳୁନି ବୋଲି ଅଭିଯୋଗ ହେଉଛି ।

{"id":170148}

ଆଇନ ଲାଗୁ ହେଉଛି କି ନାହିଁ ତାହା ଦେଖିବାକୁ ରାଜ୍ୟ ସରକାର ଓଆରଟିପିଏସଏ ସେଲ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ଅଧିନରେ ସେଣ୍ଟର ଫର ମଡନାଇଜିଙ୍ଗ ଗଭର୍ଣ୍ଣମେଣ୍ଟ ଇନିସିଏଟିଭ କରିଛନ୍ତି । ହେଲେ ସେ କାର୍ଯାୟଳୟ କେଉଁଠି କିଏ କିଭଳି ତଦାରଖ କରୁଛି ତାହା କେହି କହିବାକୁ ନାରାଜ । ଏମିତିକି ଦାୟୀତ୍ବରେ ଥିବା ବିଭାଗର ସ୍ବତନ୍ତ୍ର ଅଧିକାରୀ କି ବି ଚୁପ। ଏହା ହିଁ ଦର୍ଶାଉଛି  ସରକାରୀ କାର୍ଯ୍ୟାଳୟରେ ଲୋକେ କିପରି ସେବା ପାଉଛନ୍ତି ।

{"id":170149}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.