Tuesday, September 17, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାଣନ୍ତୁ ଗାୟତ୍ରୀ ମନ୍ତ୍ର ଜପ କରିବାର ଠିକ ସମୟ ଏବଂ ନିୟମ

ଭୁବନେଶ୍ୱର ୩୧/୩ : ଗାୟତ୍ରୀ ମନ୍ତ୍ର ସବୁ କ୍ଷେତ୍ରରେ ସଫଳତା ପାଇଁ ସିଦ୍ଧ ବୋଲି ବିଶ୍ୱାସ କରାଯାଏ | ବିଦ୍ୟାର୍ଥୀ ନିୟମ ଅନୁଯାୟୀ ଗାୟତ୍ରୀ ମନ୍ତ୍ର ୧୦୮ ଥର ଜପ କଲେ ସବୁ ପ୍ରକାର ବିଦ୍ୟା ପ୍ରାପ୍ତ ହୋଇଥାଏ | ବିଦ୍ୟାର୍ଥୀଙ୍କ ପାଠପଢାରେ ମନ ଲାଗିଥାଏ | ଶ୍ରଦ୍ଧାର ସହ ଏବଂ ବିଧି ପୂର୍ବକ ଗାୟତ୍ରୀ ମନ୍ତ୍ର ଜପ କରିବା ଶୁଭ ପ୍ରମାଣିତ ହୋଇଥାଏ |


ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ସବୁ କଷ୍ଟ ନିବାରଣ ହୋଇଥାଏ | ମନ୍ତ୍ରର ଧ୍ୱନିରେ ଅସୀମ ଶାନ୍ତି ଅନୁଭୂତ ହୋଇଥାଏ | ମନୋସ୍କାମନା ପୂରଣ ପାଇଁ ମଧ୍ୟ ଗାୟତ୍ରୀ ମନ୍ତ୍ର ଜପ ବହୁତ ଲାଭକାରୀ ପ୍ରମାଣିତ ହୋଇଥାଏ | ଚାକିରୀ କିମ୍ବା ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସଫଳତା ପାଇଁ ଗାୟତ୍ରୀ ମନ୍ତ୍ର ଲାଭବାନ ପ୍ରମାଣିତ ହୋଇଥାଏ | ତେବେ ଗାୟତ୍ରୀ ମନ୍ତ୍ର ଜପ କରିବାର କିଛି ନିୟମ ମଧ୍ୟ ରହିଛି |


ଗାୟତ୍ରୀ ମନ୍ତ୍ର ୩ଟି ସମୟରେ ଜପ କରାଯାଇଥାଏ | ଏହି ୩ଟି ସମୟରେ ଗାୟତ୍ରୀ ମନ୍ତ୍ର ଜପ କଲେ ଏହାର ସୁପ୍ରଭାବ ପଡିଥାଏ |


ପ୍ରଥମ : ସୂର୍ଯ୍ୟୋଦୟରୁ କିଛି ସମୟ ପୂର୍ବରୁ କରିବା ଉଚିତ | ସୂର୍ଯ୍ୟୋଦୟର କିଛି ସମୟ ପୂର୍ବରୁ ଆରମ୍ଭ କରି ସୂର୍ଯ୍ୟୋଦୟର କିଛି ସମୟ ପର୍ଯ୍ୟନ୍ତ କରିବା ଉଚିତ |
ଦ୍ୱିତୀୟ : ଦ୍ବିପ୍ରହର ସମୟରେ ମଧ୍ୟ ଗାୟତ୍ରୀ ମନ୍ତ୍ର ଜପ କରାଯାଇଥାଏ |
ତୃତୀୟ : ଗାୟତ୍ରୀ ମନ୍ତ୍ର ସୂର୍ଯ୍ୟାସ୍ତର କିଛି ସମୟ ପୂର୍ବରୁ ଆରମ୍ଭ କରି ସୂର୍ଯ୍ୟାସ୍ତର କିଛି ସମୟ ପର୍ଯ୍ୟନ୍ତ କରିବା ଉଚିତ |

serenity and yoga


ରୁଦ୍ରାକ୍ଷ ମାଳା ଧରି ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ
ମୌନ ରହି ମଧ୍ୟ ଯେକୌଣସି ସମୟରେ ମନ୍ତ୍ର ଜପ କରିପାରିବେ
କେବେ ମଧ୍ୟ ଉଚ୍ଚ ସ୍ୱର ଗାୟତ୍ରୀ ମନ୍ତ୍ର ଜପ କରିବେ ନାହିଁ
ଶୁକ୍ରବାର ଦିନ ହଳଦିଆ ବସ୍ତ୍ର ଧାରଣ କରି ହାତୀ ଉପରେ ବିରାଜମାନ କରିଥିବା ମା’ ଗାୟତ୍ରୀଙ୍କ ଆରାଧନା କରିବେ
ଗାୟତ୍ରୀ ମନ୍ତ୍ରର ଆଗ ପଛରେ ଶ୍ରୀ ଲଗାଇ ଜପ କରିବେ


ଶତ୍ରୁଙ୍କ ଠାରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର, ଅମାବାସ୍ୟା କିମ୍ବା ରବିବାର ଦିନ ନାଲି ବସ୍ତ୍ର ଧାରଣ କରି ମା’ ଦୁର୍ଗାଙ୍କୁ ଆରାଧନା କରିବେ | ଗାୟତ୍ରୀ ମନ୍ତ୍ରର ଆଗ ଏବଂ ପଛରେ କ୍ଳିଙ୍ଗ ବୀଜ ମନ୍ତ୍ର ୩ଥର ସଂପୁଟ ଲଗାଇ ୧୦୮ ଥର ଜପ କରିବେ | ଏହା ଦ୍ୱାରା ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ କରିପାରିବେ |


ଗାୟତ୍ରୀ ମନ୍ତ୍ରର ଚମତ୍କାର : ରୋଗ ବୈରାଗରୁ ମୁକ୍ତି ପାଇବା ପାଇଁ ଗାୟତ୍ରୀ ମନ୍ତ୍ରର ଅନେକ ପ୍ରଭାବ ରହିଛି | କୌଣସି ଶୁଭ ମୁହୂର୍ତ୍ତରେ ଏକ କଂସା ପାତ୍ରରେ ଜଳ ରଖିବେ | ଏହାପରେ ଲାଲ ଆସନରେ ବସିବେ | ଗାୟତ୍ରୀ ମନ୍ତ୍ର ସହ କ୍ଳିଙ୍ଗର ସଂପୁଟ ଲଗାଇ ଗାୟତ୍ରୀ ମନ୍ତ୍ର ଜପ କରିବେ | ମନ୍ତ୍ର ଜପ କରିବା ପରେ କଂସା ପାତ୍ରରେ ରଖିଥିବା ଜଳକୁ ସେବନ କରିବେ | ଏହାଦ୍ୱାରା ରୋଗରୁ ମୁକ୍ତି ମିଳିବ |


ଗାୟତ୍ରୀ ମନ୍ତ୍ର ଜପ କରିବା ପାଇଁ ସ୍ନାନ କରିବା ସହ ଆଚରଣ ମଧ୍ୟ ପବିତ୍ର ହେବା ଦରକାର | ସଫା ଏବଂ ସୁତା ବସ୍ତ୍ର ପିନ୍ଧିବା ଉଚିତ | କୁଶ କିମ୍ବା ଆସନରେ ବସି ମନ୍ତ୍ର ଜପ କରିବା ଉଚିତ | ତୁଳସୀ କିମ୍ବା ଚନ୍ଦନ ମାଳା ବ୍ୟବହାର କରିବା ଉଚିତ | ବ୍ରହ୍ମ ମୁହୂର୍ତ୍ତରେ ପୂର୍ବ ଦିଗ ଆଡକୁ ମୁହଁ କରି ବସି ଗାୟତ୍ରୀ ମନ୍ତ୍ର ଜପ କରିବେ ଏବଂ ସନ୍ଧ୍ୟାରେ ପଶ୍ଚିମ ମୁଖା ହୋଇ ମନ୍ତ୍ର ଜପ କରିବେ | ଗାୟତ୍ରୀ ମନ୍ତ୍ର ଜପ କରୁଥିବା ବ୍ୟକ୍ତି ଶୁଦ୍ଧ ଏବଂ ସାକାହାରୀ ଖାଦ୍ୟ ଖାଇବା ଉଚିତ | କିନ୍ତୁ ଯେଉଁମାନେ ସାକାହାରୀ ଭୋଜନ କରୁନାହାନ୍ତି ସେହିମାନେ ମଧ୍ୟ ଗାୟତ୍ରୀ ମନ୍ତ୍ର ଜପ କରିପାରିବେ |

778 Views

   ସମ୍ବନ୍ଧିତ ଖବର