Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଓଁ ମନ୍ତ୍ର ଉଚ୍ଚାରଣର ରହିଛି ସଠିକ ସମୟ: ଠିକ ଉପାୟରେ କଲେ ଦୂର ହୁଏ ମାନସିକ ଅବସାଦ, ନଚେତ ପଡେ ଓଲଟା ପ୍ରଭାବ

6/12/2021 at 3:04 PM

ଭୁବନେଶ୍ୱର ୦୬/୧୨ : ହିନ୍ଦୁ ଧର୍ମରେ ଓଁ ଶବ୍ଦର ଅନେକ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମ ଓ ଶାସ୍ତ୍ରରେ ଓଁ ବିନା ସବୁ ଅସମ୍ପୂର୍ଣ୍ଣ ବୋଲି କୁହାଯାଏ। ଓଁ ଏକ ସମ୍ପୂର୍ଣ୍ଣ ମନ୍ତ୍ର। କୌଣସି ଦେବାଦେବୀଙ୍କ ପୂଜା ହେଉ କିମ୍ବା ମନ୍ତ୍ର ଉଚ୍ଚାରଣ ହେଉ ପ୍ରଥମେ ଓଁ ଉଚ୍ଚାରଣ ହୋଇଥାଏ। ଶାସ୍ତ୍ର ଅନୁସାରେ ଓଁ ଶବ୍ଦ ଭଗବାନ ଶିବଙ୍କ ଅତି ପ୍ରିୟ। ବିଜ୍ଞାନରେ ମଧ୍ୟ ଓଁ ଶବ୍ଦକୁ ମେଡିକେଟେଡ଼ କୁହାଯାଇଛି। ସେଥିପାଇଁ ଧ୍ୟାନ କରିବା ସମୟରେ ଓଁ ଉଚ୍ଚାରଣ କରାଯାଇଥାଏ।

ଓଁ ଉଚ୍ଚାରଣ ବେଳେ ବାହାରୁଥିବା ଧ୍ୱନି ମନକୁ ଶାନ୍ତ ରଖିଥାଏ ଏବଂ ଅନେକ ରୋଗରୁ ମଧ୍ୟ ମୁକ୍ତ କରିଥାଏ। ଓଁ ଶବ୍ଦରେ ବହୁତ ଶକ୍ତି ଅଛି। କିନ୍ତୁ ଏହାର ଉଚ୍ଚାରଣର ସଠିକ ତରିକା ଜାଣିବା ନିହାତି ଆବଶ୍ୟକ। ଅନେକ ଲୋକ ଏହାର ଭୁଲ ଉଚ୍ଚାରଣ କରିଥାନ୍ତି। ଯେକୌଣସି ମନ୍ତ୍ରର ଭୁଲ ଉଚ୍ଚାରଣ କରିବା ଓଲଟା ପ୍ରଭାବ ପକାଇଥାଏ। ଓଁ ୩ଟି ଶବ୍ଦର ମିଳନରେ ସୃଷ୍ଟି ହୋଇଛି- ଅ, ଉ ଏବଂ ମ। ଅ ଅର୍ଥ ଉତତ୍ପନ୍ନ, ଉ ଅର୍ଥ ଉଠାଇବା ଏବଂ ମ ଅର୍ଥ ମୌନ ରହିବା। ଏହାର ଅର୍ଥ ହେଲା ବ୍ରହ୍ମଲୀନ ହୋଇଯିବା। ସେଥିପାଇଁ ଓଁ ଉଚ୍ଚାରଣ ବେଳେ ଏଠି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।

ଓଁ ଉଚ୍ଚାରଣ ବେଳେ ଏକ ବିଶେଷ ଧ୍ୱନି ଉତ୍ପନ୍ନ ହୋଇଥାଏ ଯାହାଦ୍ୱାରା ଶରୀରର ବିଭିନ୍ନ ଅଙ୍ଗରେ କମ୍ପନ ହୋଇଥାଏ।  ଶରୀର ଉପରେ ଏହାର ଭଲ ପ୍ରଭାବ ପଡିଥାଏ। ଓଁ ଶବ୍ଦର ଧ୍ୱନି ଶରୀରକୁ ଭିତରୁ ଶୁଦ୍ଧ କରିଥାଏ। ଏହା ସ୍ମରଣଶକ୍ତି ମଧ୍ୟ ବୃଦ୍ଧି କରିଥାଏ। ଓଁ ଉଚ୍ଚାରଣ ଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତ ହୋଇଥାଏ।

ସବୁ କାମର ଏକ ସଠିକ ସମୟ ଅଛି। କୌଣସି ମନ୍ତ୍ର ଉଚ୍ଚାରଣର ମଧ୍ୟ ଏକ ସଠିକ ସମୟ ଥାଏ। ଅସମୟରେ ମନ୍ତ୍ର ଉଚ୍ଚାରଣ ଓଲଟା ପ୍ରଭାବ ପକାଇଥାଏ। ଓଁ ମନ୍ତ୍ର ଉଚ୍ଚାରଣର ମଧ୍ୟ ଏକ ସମୟ ଅଛି। ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ କୌଣସି ଶାନ୍ତ ସ୍ଥାନରେ ସୁଖାସନ ମୁଦ୍ରାରେ ବସି ଓଁ ଉଚ୍ଚାରଣ କରିବା ଉଚିତ। ଓଁ ମନ୍ତ୍ର ୧୦୮ ଥର ଉଚ୍ଚାରଣ କରିବା ଉଚିତ। ଉଚ୍ଚାରଣ ବେଳେ ଏହାକୁ ଅନୁଭବ କରିବା ଉଚିତ। ଓଁ ଉଚ୍ଚାରଣ ବେଳେ ମନର ଆଖିରେ ଏହାକୁ ଦେଖିବା ମଧ୍ୟ ଆବଶ୍ୟକ। ସେଥିପାଇଁ ଆଖି ବନ୍ଦ କରି ମନ୍ତ୍ର ଉଚ୍ଚାରଣ କରିବା ଉଚିତ। 

   Related Posts