କେଉଁ ବ୍ଲଡ଼ ଗ୍ରୁପ ପାଇଁ କିଭଳି ରହିବା କଥା ଡାଏଟ୍ ଜାଣନ୍ତୁ

Published By : Prameya-News7 Bureau | June 21, 2019 IST

ଭୁବନେଶ୍ୱର ୨୧/୬ : ପ୍ରତ୍ୟେକ ମଣିଷର ଗୋଟିଏ ନିଶ୍ଚିତ ବ୍ଲଡ଼ ଗ୍ରୁପ ଥାଏ । ଗ୍ରୁପ ଅନୁଯାୟୀ ଆମେ ରକ୍ତର ଆଦାନପ୍ରଦାନ କରିଥାଉ । ବ୍ଲଡ଼ ଗ୍ରୁପରୁ ଶରୀର ସ୍ୱାସ୍ଥ୍ୟର ସ୍ଥିତି ଜଣାପଡ଼ିଥାଏ । ମଣିଷ ପ୍ରକୃତି ମଧ୍ୟ ବ୍ଲଡ଼ ଗ୍ରୁପ ଉପରେ ନିର୍ଭର କରିଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ବ୍ଲଡ଼ ଗ୍ରୁପ ଅନୁସାରେ ବିଶିଷ୍ଟ ରୋଗର ବିପଦ ଥାଏ ।

{"id":125561}

ସବୁ ପ୍ରକାର ବ୍ଲଡ଼ରେ ଏକ ସ୍ୱତନ୍ତ୍ର ଏଣ୍ଟିଜେନ ମାର୍କର ଥାଏ । ଏହି ମାର୍କର କିଛି ସ୍ୱତନ୍ତ୍ର ଖାଦ୍ୟକୁ ହଜମ କରିବାରେ ସହାୟକ ହୋଇଥାଏ । ଏହି ଏଣ୍ଟିଜେନ ମାର୍କର ଅଲଗା ଅଲଗା ସାମଗ୍ରୀରେ ଭିନ୍ନ ଭିନ୍ନ ହିସାବରେ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ତେବେ ଖାଦ୍ୟ ହଜମ କରିବା ପାଇଁ ସଠିକ ଡାଏଟ ଅବଲମ୍ବନ କଲେ ମଣିଷ ଅଧିକ ଦିନ ସୁସ୍ଥ ରହେ । ସବୁ ପ୍ରକାର ବ୍ୟଞ୍ଜନରେ ଲେକ୍ଟିନସ୍ ନାମକ ପୃଷ୍ଟିସାର ଥାଏ । ଏହା ସବୁ ବ୍ୟଞ୍ଜନରେ ଥାଏ । ଯେଉଁ ଲେକ୍ଟିନସ ବ୍ଲଡ଼ ସହ ଖାପ ନଖାଏ ତାହା ଶରୀର କୋଷ ପାଇଁ ହାନିକାରକ ପ୍ରମାଣିତ ହୋଇଥାଏ । ଏହାଦ୍ୱାରା ଶରୀରରେ ଜ୍ବଳନ ହେବା, କୁଣ୍ଡେଇ ହେବା ଆଦି ଲକ୍ଷଣ ଦେଖାଦେଇଥାଏ ।

{"id":125562}

ବ୍ଲଡ଼ ଗ୍ରୁପ ସାଧାରଣତଃ ୪ ପ୍ରକାରର- ଏ, ବି, ଏବି, ଏବଂ ଓ । ଏ ସମସ୍ତ ଗ୍ରୁପର ପଜିଟିଭ ଏବଂ ନେଗେଟିଭ ଗ୍ରୁପ ଥାଏ । ମଣିଷ ଶରୀରରେ ପାଖାପାଖି ୬ ଲିଟର ବ୍ଲଡ଼ ଥାଏ । ଆସନ୍ତୁ ଜାଣିବା କେଉଁ ଗ୍ରୁପର ବ୍ଲଡ଼ ପାଇଁ କେଉଁ ଖାଦ୍ୟ ଆବଶ୍ୟକ :

{"id":125564}

ଓ ବ୍ଲଡ଼ ଗ୍ରୁପ - ଓ ବ୍ଲଡ଼ ଗ୍ରୁପ ଲୋକଙ୍କ ପାଇଁ ପୃଷ୍ଟିସାର ଯୁକ୍ତ ଖାଦ୍ୟ ଆବଶ୍ୟକ । ଯେପରିକି ଡାଲି, ମାଂସ, ମାଛ, ଫଳ ଆଦି ଖାଇପାରିବେ । ଏମାନେ ନିଜ ଖାଦ୍ୟରେ ଅନ୍ନ ଏବଂ ବିନ୍ସ ଓ ଫଳର ମାତ୍ର ସନ୍ତୁଳିତ ରଖିବା ଉଚିତ ।

{"id":125566,"width":564,"height":401}

ଏ ବ୍ଲଡ଼ ଗ୍ରୁପ - ଏ ବ୍ଲଡ଼ ଗ୍ରୁପ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଅତି ସମ୍ବେଦନଶୀଳ । ସେଥିପାଇଁ ଏମାନେ ନିଜ ଖାଦ୍ୟପେୟ ଉପରେ ଖାସ ଧ୍ୟାନ ଦେବା ଉଚିତ । ଏମାନେ ମାଂସ ଅଧିକ ଖାଇବା ଅନୁଚିତ । କାରଣ ମାଂସ ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ । ଗାଜର, ଶାଗ, ନାସପତି, ରସୁଣ, ବିନ୍ସ ଏବଂ ଫଳ ସେବନ ଏମାନଙ୍କ ପାଇଁ ଅତି ଉତ୍ତମ । କ୍ଷୀର ଏବଂ କ୍ଷୀରରେ ତିଆରି ସାମଗ୍ରୀ ବହୁତ କମ ଖାଇବା ଉଚିତ ।

{"id":125570,"width":575,"height":322}

ବି ବ୍ଲଡ଼ ଗ୍ରୁପ - ବି ବ୍ଲଡ଼ ଗ୍ରୁପ ଲୋକଙ୍କ ପାଇଁ ଖାଦ୍ୟପେୟରେ ବେଶୀ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ନାହିଁ । ଏମାନେ ସବୁଜ ପନିପରିବା, ଫଳ, ମାଂସ, ଚିକେନ ଆଦି ଖାଇପାରିବେ । ଏମାନଙ୍କ ପାଚନ ଶକ୍ତି ବହୁତ ଭଲ । ସାଧାରଣତଃ ଏମାନଙ୍କ ଶରୀରରେ ଚର୍ବି ଜମା ହୋଇନଥାଏ । ଏମାନେ କ୍ଷୀର ଏବଂ କ୍ଷୀର ଜାତୀୟ ସମସ୍ତ ଖାଦ୍ୟର ମଜା ନେଇପାରିବେ ।

{"id":125575}

ଏବି ବ୍ଲଡ଼ ଗ୍ରୁପ - ଏବି ବ୍ଲଡ଼ ଗ୍ରୁପ ବହୁତ କମ ଲୋକଙ୍କ ଥାଏ । ଏ ଏବଂ ବି ବ୍ଲଡ଼ ଗ୍ରୁପ ଲୋକଙ୍କ ପାଇଁ ଯେଉଁ ଖାଦ୍ୟ ଅଧିକ ସେବନ ହାନିକାରକ ଏବି ବ୍ଲଡ଼ ଗ୍ରୁପ ଲୋକଙ୍କ ପାଇଁ ମଧ୍ୟ ତାହା ହାନିକାରକ । ଏମାନେ ଅଧିକ ମାତ୍ରାରେ ଫଳ ସେବନ କରିବା ଉଚିତ । ଅଣ୍ଡା ଏମାନଙ୍କ ପାଇଁ ବହୁତ ଲାଭଦାୟକ । ଏମାନେ ମାଂସାହାରୀ ଖାଦ୍ୟ କମ ଖାଇବା ଉଚିତ ।

{"id":125576,"width":585,"height":389}

କୌଣସି ବଂଶଗତ ରୋଗ ରକ୍ତ ପରୀକ୍ଷା ଦ୍ୱାରା ହିଁ ଜଣାପଡ଼ିଥାଏ । ରିସର୍ଚ୍ଚରେ ଜଣାପଡିଛି, ଏମିତି କିଛି ବ୍ଲଡ଼ ଗ୍ରୁପ ରହିଛି ଯେଉଁମାନଙ୍କ ଭିତରେ ଏକ ସ୍ୱତନ୍ତ୍ର ରୋଗର ବିପଦ ଅଧିକ ଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.