Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ବିଜେପିରେ ବିଦ୍ରୋହ: ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ, କିନ୍ତୁ ଆକ୍ସନକୁ କାହିଁକି ଡରୁଛନ୍ତି ଶିବରାଜ?

21/06/2020 at 7:14 PM

ଭୋପାଲ ୨୧।୬:  ମଧ୍ୟପ୍ରଦେଶର ଶିବରାଜ ସିଂହଙ୍କ ବିଜେପିରେ ଶୁଣାଗଲାଣି ବିଦ୍ରୋହର ପଦଧ୍ୱନୀ। ସମସ୍ତ ସତର୍କତା ସତ୍ତ୍ୱେ ରାଜ୍ୟର ଶାସକ ଦଳ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି। ଦଳର ଜଣେ ନୁହଁ ଦୁଇ ଦୁଇ ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି। ହେଲେ ଶିବରାଜ ଏପରି ଭୋଟିଂ କରିଥିବା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ମଧ୍ୟ ଏବେ ଅକ୍ଷମ।

କ୍ରସ ଭୋଟିଂ କରିଥିବା ଶାସକ ଦଳର ଦୁଇ ବିଧାୟକ ଅନୁସୂଚିତ ଜାତି ବର୍ଗର ଓ ଆଗାମୀମାସରେ ରାଜ୍ୟର ୨୪ ବିଧାନସଭା ଆସନ ଲାଗି ଉପନିର୍ବାଚନ ହେବ। ଏଥିରୁ ୯ଟି ଆସନ ଅନୁସୂଚିତ ଜାତି ବର୍ଗଙ୍କ ଲାଗି ସଂରକ୍ଷିତ। ଏଣୁ ଶିବରାଜ କଠୋର ହେଲେ ଫେରିପାଇଥିବା ସରକାର ହରାଇବାକୁ ବି ପଡିପାରେ। ଏଥିରେ ଦଳର ମୁଖିଆଙ୍କ ଏପରି ସ୍ଥାଣୁତା ଏବେ ଅନ୍ୟ ବିଧାୟକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିବା ସ୍ୱଭାବିକ୍। ଏଣୁ ଶିବରାଜ ଏବେ ସାପ ଚୁଚୁନ୍ଦ୍ରା ଅବସ୍ଥାରେ ପହଞ୍ଚିଛନ୍ତି।

ବିଧାନସଭା ଉପନିର୍ବାଚନରେ ଅଧିକାଂଶ ଆସନ ଗ୍ୱାଲିୟର ଓ ଚମ୍ବଲ ସମ୍ଭାଗରେ। ଗତ ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ଅଧିକାଂଶ ଆସନରେ ହାରିଥିଲା। ଏଣୁ କ୍ରସଭୋଟିଂ କରିଥିବା ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଜବାବ  ବିଧାନସଭା ନିର୍ବାଚନରେ ମିଳିପାରେ ବୋଲି ଦଳକୁ ଏବେ ଡର ପଶିଛି। ଏଣୁ ବିଜେପି ଫୁଙ୍କିଫୁଙ୍କିକି ପାଦ ପକାଉଥିବା ବେଳେ କଂଗ୍ରେସରୁ ଆସିଥିବା ପୂର୍ବତନ ବିଧାୟକମାନେ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ।  ସେପଟେ କଂଗ୍ରେସରୁ ଆସି ବିଜେପିରେ ନେତା ପ୍ରାର୍ଥୀ ହେଉଥିବା ବେଳେ ପାରମ୍ପରିକ ନେତାଙ୍କୁ ଏବେ ସେମାନଙ୍କ ଅସ୍ତିତ୍ୱର ଚିନ୍ତା ଘାରିଛି। 

ସେହିପରି ମଧ୍ୟପ୍ରଦେଶ ବିଜେପିରେ କ୍ରସ ଭୋଟିଂ କଥା ନେତା ବି ଜାଣି ଥିଲେ। ବିଧାୟକଙ୍କ ସାମ୍ନାରେ କ୍ରସ୍ ଭୋଟିଂ ହୋଇଥିଲା। ଏହା ସତ୍ତ୍ୱେ ଦଳ ନିରବ ରହିବାକୁ ବାଧ୍ୟ ହେଉଛି। ରାଜ୍ୟସଭା ନିର୍ବାଚନରେ ଦଳର କ୍ରସ ଭୋଟିଂ ରୋକିବାକୁ ସମସ୍ତ ସତର୍କତା ଅବଲମ୍ବନ କରାଯାଇଥିଲା। ବିଧାୟକଙ୍କ ସହ ନେତାମାନେ ସମ୍ପର୍କରେ ଥିବା ବେଳେ ଦିଲ୍ଲୀରୁ ବି ନେତା ଆସି ଡେରା ପକାଇଥିଲେ। କ୍ରସ୍ ଭୋଟିଂ ଯେପରି ନ ହେବ ଦଳର ଦିଲ୍ଲୀ ମୁଖିଆଙ୍କ ସମ୍ମୁଖରେ ଦୁଇ ଦୁଇ ଥର ମକପୋଲ ବି କରାଯାଇଥିଲା। ହେଲେ ଅସଲ ଭୋଟିଂ ବେଳେ ସବୁ ବିଧାୟକଙ୍କ ସମ୍ମୁଖରେ ୨ ବିଧାୟକ କ୍ରସ୍ ଭୋଟିଂ କରିଥିଲେ।

ଭୋଟ ବାକ୍ସ ନିକଟରେ ଅରବିନ୍ଦ ଭଦୋରିଆ ଓ ଅଜୟ ବିଷ୍ଣୋଇ ଦଳର ପ୍ରତିନିଧି ଭାବେ ଉପସ୍ଥିତ ଥିଲେ । ସେମାନେ ବିଧାୟକଙ୍କ ଭୋଟ ଦେଖିବା ପରେ ବାକ୍ସରେ ପକାଉଥିଲେ। ଏଥିଲାଗି ବିଧାୟକଙ୍କୁ ପୂର୍ବରୁ କ୍ରମାନୁସାରେ ମଧ୍ୟ ସଜା ଯାଇଥିଲା। କେଉଁ ବିଧାୟକ କେଉଁ ରାଜ୍ୟସଭା ପ୍ରାର୍ଥୀଙ୍କୁ ଭୋଟ ଦେବେ ତାହା ମଧ୍ୟ କାନେ କାନେ କୁହାଯାଇଥିଲା। ହ୍ୱିପ୍ ଅନୁସାରେ ଗୋପୀଲାଲ ଜାଦବ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭୋଟ ଦେବାର ଥିଲା। ହେଲେ ସେ ଦିଗବିଜୟ ସିଂହଙ୍କୁ ଭୋଟ ଦେଲେ ଓ ଦଳର ପ୍ରତିନିଧି ତାହା ଦେଖିବା ପରେ ବି ଭୋଟ ବାକ୍ସରେ ପଡିଥିଲା। କେବଳ ଗୋପୀଲାଲ ନୁହନ୍ତି ଯୁଗଳ କିଶୋର ବାଗଡୀ ମଧ୍ୟ ଦଳର କଟକଣା ଉଲ୍ଲଂଘନ କରିଥିଲେ। ହେଲେ ପରିସ୍ଥିତି ଯୋଗୁ ଦଳ ଏବେ ଚୁପ୍ ରହିବାକୁ ବାଧ୍ୟ ହୋଉଛି।

ବିଧାୟକ ବାଗଡୀଙ୍କ ଭୋଟ ଖାରଜ ହୋଇଯାଇଥିଲା। ତେବେ ଗୋପୀଲାଲଙ୍କ ଭୋଟଟି ଦିଗବିଜୟଙ୍କ କାମରେ ଆସିଛି। ସିନ୍ଧିଆଙ୍କୁ ଭୋଟ ନ ଦେଇ ମଧ୍ୟ ଗୋପୀଲାଲ ଜ୍ୟୋତିରାଦିତ୍ୟଙ୍କୁ ବିଜୟର ପ୍ରଥମ ଶୁଭେଚ୍ଛା ଜଣାଇଥିଲେ। ତେବେ ମନ୍ତ୍ରୀମଣ୍ଡଳରେ ସ୍ଥାନ ନ ପାଇବା ସନ୍ଦେହ ବି ଏପରି କ୍ରସ୍ ଭୋଟିଂ ଲାଗି ଅନେକ ପରିମାଣରେ ଦାୟି ବୋଲି ଏବେ କୁହାଯାଉଛି । ଖାସ୍ ଏଥିପାଇଁ ଶିବରାଜ ଏପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରୁ ନଥିବା ବେଳେ ଯେଉଁମାନେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ନାହିଁ ଜାଣନ୍ତି ସେମାନେ ହିଁ କ୍ରସ ଭୋଟିଂ କରିଛନ୍ତି।

ଗୋପୀଲାଲ ଦଳର ବରିଷ୍ଠ ବିଧାୟକ ସେ ଗୁଣା ବିଧାନସଭା ନିର୍ବାଚନ ମଣ୍ଡଳିରୁ ୪ ଥର ବିଧାନସଭାକୁ ନିର୍ବାଚିତ ହେଲେଣି। ତେବେ ଶିବରାଜଙ୍କ ନୂଆ ସରକାରରେ ତାଙ୍କ ଲାଗି ହୁଏତ ମନ୍ତ୍ରୀ ପଦ ନାହିଁ। କାରଣ କଂଗ୍ରେସ୍ ଛାଡି ଆସିଥିବା ବିଧାୟକ ଓ ମନ୍ତ୍ରୀଙ୍କ ମଧ୍ୟରୁ ୧୧ ଜଣ ଶିବରାଜ ସିଂହଙ୍କ ମନ୍ତ୍ରୀମଣ୍ଡଳରେ ରହିବା ନିଶ୍ଚିତ। ଏଣୁ ବରିଷ୍ଠ ବିଜେପି ବିଧାୟକଙ୍କୁ ନିଗମ ଓ ଅନ୍ୟ ଦାୟିତ୍ୱ ଦେଇ ତୁଷ୍ଟ କରିବା ପାଇଁ ଦଳ ଯୋଜନା କରିଛି। ଏଣୁ ଏବେଠୁ ଦଳରେ ଫାଟ ବଢିବାରେ ଲାଗିଲାଣି।

   Related Posts