କ୍ୱାର୍ଟର ଓ ବିଭାଗକୁ ନେଇ ଥମୁନି ମହାରାଷ୍ଟ୍ରରେ ମନ୍ତ୍ରୀଙ୍କ ଟଣାଓଟରା, କଂଗ୍ରେସ ଓ ଏନସିପିକୁ ବରିଷ୍ଠ ନେତାଙ୍କ ଚେତାବନୀ

Published By : Prameya-News7 Bureau | January 13, 2020 IST

ମୁମ୍ବାଇ ୧୩।୧: ମହାରାଷ୍ଟ୍ରରେ ଉଦ୍ଧବ ସରକାର ଲାଗି ଏନସିପି ଓ କଂଗ୍ରେସ ମନ୍ତ୍ରୀମାନେ ନୂଆ ସମସ୍ୟା ସୃଷ୍ଟି କରିଛନ୍ତି। ସରକାରୀ କ୍ୱାର୍ଟର ଓ ବିଭାଗକୁ ନେଇ ସେମାନଙ୍କ ଦ୍ୱନ୍ଦ୍ୱ ଥମିବାର ନାଁ ନେଉନି। ଯଦି ଏପରି ପରିସ୍ଥିତି ଜାରି ରହେ ତେବେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେଙ୍କୁ ଇସ୍ତଫା ଦେବାକୁ ପଡିପାରେ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ୟଶବନ୍ତ ରାବ ଗଡାଖ ଉଭୟ କଂଗ୍ରେସ ଓ ଏନସିପିକୁ ଚେତାଇଦେଇଛନ୍ତି।

{"id":210725,"width":578,"height":431,"sizeSlug":"large"}

ମହାରାଷ୍ଟ୍ରରେ କଂଗ୍ରେସ ଓ ଏନସିପି ମନ୍ତ୍ରୀମାନେ ସରକାରୀ କ୍ୱାର୍ଟର ଓ ସେମାନଙ୍କ ବିଭାଗକୁ ନେଇ ସନ୍ତୁଷ୍ଟ ନାହାନ୍ତି। ଏଣୁ ବିଭାଗ ବଣ୍ଟନ ପରଠାରୁ ସେମାନଙ୍କ ଭିତରେ ବିବାଦ ଆରମ୍ଭ ହୋଇଯାଇଛି। ଏଥିରେ କିଛି ବିଧାୟକ ମଧ୍ୟ ସେମାନଙ୍କୁ ମନ୍ତ୍ରୀପଦ ମିଳିନଥିବାରୁ ଅସନ୍ତୁଷ୍ଟ ଅଛନ୍ତି। ଏଥିରେ ଶିବସେନା ବିଧାୟକ ଅବଦୁଲ ସତ୍ତାର ସମସ୍ତ ସୀମା ଅତିକ୍ରମ କରିଯାଇଥିଲେ। ତାଙ୍କୁ କାହିଁକି କ୍ୟାବିନେଟ୍ ମନ୍ତ୍ରୀ କରାଗଲାନି ବୋଲି ପ୍ରଶ୍ନ କରି ସିଧା ଇସ୍ତଫାପତ୍ର ଦେଇଦେଇଥିଲେ।

{"id":210726,"sizeSlug":"large"}

ତେବେ କେବଳ ବିଭାଗ ନୁହେଁ ସରକାରୀ ବଙ୍ଗଳା ଲାଗି କଂଗ୍ରେସ ଓ ଏନସିପି ମନ୍ତ୍ରୀଙ୍କ ଅହେତୁକ ଆଗ୍ରହ ଏବେ ସରକାରଙ୍କ ଲାଗି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ନିଜ ମନମୁତାବକ କ୍ୱାର୍ଟର ମିଳିନଥିବାରୁ ମଧ୍ୟ କେତେକ ମନ୍ତ୍ରୀ ଅସନ୍ତୁଷ୍ଟ ଥିବାର ଜଣାପଡିଛି। ଗତ ବିଧାନସଭା ନିର୍ବାଚନ ଫଳାଫଳ କୌଣସି ନିର୍ଦ୍ଧିଷ୍ଠ ଦଳକୁ ସଂଖ୍ୟାଗରିଷ୍ଠତା ପ୍ରଦାନ କରିନଥିଲା। ଯଦିଓ ଜନାଦେଶ ବିଜେପି-ଶିବସେନା ସପକ୍ଷରେ ଥିଲା, ତେବେ ଶିବସେନା ବିଜେପିକୁ ସରକାର ଗଢିବାରେ ସମର୍ଥନ ଦେଇନଥିଲା। ଜନାଦେଶ ବିପରୀତରେ ଶିବସେନା, ଏନସିପି ଓ କଂଗ୍ରେସ ମିସି ସରକାର ଗଢିଥିବା ବେଳେ ଏବେ ମେଣ୍ଟରେ ମନ୍ତ୍ରୀପଦ, ବିଭାଗ ଓ କ୍ୱାର୍ଟରକୁ ନେଇ ବିବାଦ ଥମିବାର ନାଁ ନେଉନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.