Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

ପୁଣି ଥରେ ବାପା ହେବେ ଭାରତୀୟ ଓ୍ବିକେଟକିପର ଋଦ୍ଧିମାନ ଶାହ : ଟ୍ବିଟର ମାଧମରେ ଦେଲେ ଖୁସି ଖବର

26/10/2019 at 5:35 PM

ନୂଆଦିଲ୍ଲୀ ୨୬/୨୦: ଭାରତର ଓ୍ବିକେଟକିପର ଏବଂ ବ୍ୟାଟସମ୍ୟାନ୍ ଋଦ୍ଧିମାନ ଶାହଙ୍କ ପତ୍ନୀ ରୋମି ମିତ୍ର ଦ୍ବିତୀୟ ଥର ମାଆ ହେବାକୁ ଯାଉଛନ୍ତି। ଶାହ ଟ୍ବିଟର ଜରିଆରେ ତାଙ୍କ ଫ୍ୟାନଙ୍କୁ ଏହି ସୂଚନା ଦେଇଛନ୍ତି।

ଋଦ୍ଧିମାନ ଶାହ କହିଛନ୍ତି ଯେ ‘ଏହି ଜନ୍ମଦିନ ତାଙ୍କ ପାଇଁ ଖାସ୍ ହେବ। ତାଙ୍କ ପରିବାରରେ ସମସ୍ତେ ନୂଆ ସଦସ୍ୟକୁ ଅପେକ୍ଷା କରିଛନ୍ତି। ସେ ଆଉ ତାଙ୍କ ପତ୍ନୀ ଗର୍ବର ସହିତ ଘୋଷଣା କରୁଛନ୍ତି ଯେ ସେମାନେ ପୁଣି ଥରେ ବାପା ମାଆ ହେବାକୁ ଯାଉଛନ୍ତି। ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ’।

୨୦୧୫ମସିହାରେ ମହେନ୍ଦ୍ର ସିଂହ ଧୋନି ସନ୍ନ୍ୟାସ ନେବା ପରେ ସେ ଭାରତୀୟ ଓ୍ବିକେଟକିପର ଭାବେ ମିରାଟ କୋହଲିଙ୍କ ପ୍ରଥମ ପସନ୍ଦ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିକଟରେ ସମାପ୍ତ ହୋଇଥିବା ସିରିଜରେ ଶାହ ୩ଟି ମ୍ୟାଚରେ ଓ୍ବିକେଟକିପର ଏବଂ ବ୍ୟାଟସମ୍ୟାନ ଭାବେ ପଡ଼ିଆରେ ଅବତୀର୍ଣ୍ଣ ହୋଇଥିଲେ।

ବାଙ୍ଗଲାଦେଶ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜରେ ମଧ୍ୟ ତାଙ୍କ ଖେଳିବାର ଆଶା ରହିଛି।

   Related Posts