Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

ଭୁବନେଶ୍ବରରେ ଲଞ୍ଚ କଲା ‘ରାଇଡ୍‌ଜୁ କ୍ୟାବ୍ ଆପ୍’: ଅନଲାଇନ୍‌ରେ ସହଜରେ ବୁକ୍ କରିପାରିବେ ଅଟୋ-ଟ୍ୟାକ୍ସି, ପ୍ଲେ ଷ୍ଟୋରରୁ ହୋଇପାରିବ ଡାଉନଲୋଡ୍‌

22/11/2020 at 10:11 PM

ଭୁବନେଶ୍ବର୨୨/୧୧: ଭୁବନେଶ୍ୱରରେ ଆଜି ଲଞ୍ଚ କଲା ରାଇଡ୍‌ଜୁ କ୍ୟାବ୍ ଆପ୍। ଭୁବନେଶ୍ବର ନବମ ସହର ଭାବେ ସ୍ଥାନ ପାଇଛି।। ଭୁବନେଶ୍ୱରର ୫୦୦ ଅଟୋ ଚାଳକ ଓ ୨୦୦ କ୍ୟାବ ଚାଳକ ପଞ୍ଜିକୃତ ହୋଇଛନ୍ତି। କିଲୋମିଟର ପିଛା ଅଟୋ ଭଡା ନିର୍ଦ୍ଦାରଣ କରାଯାଇଛି। ଅଟୋରେ ୨କିମିକୁ ୧୯ ଟଙ୍କା ଓ ୩କିମିକୁ ପଡିବ ୨୫ ଟଙ୍କା। ‘ସ୍ମାର୍ଟସିଟି ଅନଲାଇନ ଗ୍ରୁପ’ ପକ୍ଷରୁ ଭୁବନେଶ୍ୱରରେ ଅଟୋ ଚାଳକମାନେ ଏଥିରେ ଯୋଗ ଦେଲେଣି।

ଏହି ଆପ୍‌କୁ ଡାଉନଲୋଡ କଲେ ଅନଲାଇନରେ ସୁବିଧାରେ ଅଟୋ ଆଉ ଟ୍ୟାକ୍ସି ବୁକ କରି ପାରିବେ । ଏହା ମାଧ୍ୟମରେ ୨୪ ଘଣ୍ଟିଆ ସର୍ଭିସ ମିଳି ପାରିବ । ଯାତ୍ରୀମାନେ ଯାତ୍ରା କରିବା ବେଳେ ସହଜ ଓ ସୁରକ୍ଷା ପ୍ରଦାନ କରିବ ବୋଲି ରାଇଡ଼ଜୁ କ୍ୟାବ ପକ୍ଷରୁ କୁହାଯାଇଛି । ଭଲ-ଖରାପ ସେବା ପାଇ ପାରୁଛନ୍ତି କି ନାହିଁ, ସେନେଇ ପାଇଁ ଯାତ୍ରୀମାନେ ଫିଡ଼ ବ୍ୟାକ୍ ମଧ୍ୟ ଦେଇପାରିବେ ।

ଅଟୋ ଆଉ ଟ୍ୟାକ୍ସି ଡ୍ରାଇଭରଙ୍କୁ ମ୍ୟାନେଜମେଣ୍ଟ ଟ୍ରେନିଂ ବି ଦିଆଯିବ। ଡ୍ରାଇଭରମାନେ ଯାତ୍ରୀଙ୍କ ସହିତ ଭଲ ବ୍ୟବହାର କରିବେ, ସେ ନେଇ ରାଇଡ଼ଜୁ କ୍ୟାବ ପକ୍ଷରୁ ନିଶ୍ଚିତ କରାଯାଇଛି । ପ୍ଲେ ଷ୍ଟୋରକୁ ଯାଇ ଏହି ଆପ୍ ଡାଉନଲୋଡ କରିପାରିବେ । ପୂର୍ବରୁ ୮ ଟି ସହରରେ ରାଇଡ଼ଜୁ କ୍ୟାବ ଚାଲିଛି। ଏହି କ୍ୟାବ୍ ଉଦଘାଟନ ସମୟରେ ଫିଲ୍ମ ନିର୍ଦେଶକ ସୁଧାକର ବସନ୍ତ , ଭୁବନେଶ୍ୱର ଶାଖା ମୁଖ୍ୟ, ରଞ୍ଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

   Related Posts