ଗୋଟିଏ ଫଟୋରେ କପୁର ପରିବାରର ସମସ୍ତ ସଦସ୍ୟ : ଫଟୋ ସେୟାର କଲେ ଋଷି କପୁରଙ୍କ ଝିଅ ରିଦ୍ଧିମା

Published By : Prameya-News7 Bureau | May 18, 2020 IST

ମୁମ୍ବାଇ ୧୮/୫: ଦିବଂଗତ ଅଭିନେତା ଋଷି କପୁରଙ୍କ ଝିଅ ରିଦ୍ଧିମା କପୁର ସାହାନି ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ୍ ହେଉଛି। ଏହି ଫଟୋରେ ପୂରା କପୁର ପରିବାର ଅଛନ୍ତି। ଏହି ଫଟୋଟି ବ୍ଲାକ୍ ଏଣ୍ଡ ହ୍ବାଇଟ୍। ଏହି ଫଟୋରେ ରାଜ କପୁର,ଶମ୍ମି କପୁର,ଶଶି କପୁର,ନୀତୁ କପୁର,ଋଷି କପୁର ଏବଂ ରଣଧୀର କପୁରଙ୍କ ସହ ତାଙ୍କ ପିଲା ଏବଂ ପରିବାରର ଅନ୍ୟ ସଦସ୍ୟ ଅଛନ୍ତି। ରିଦ୍ଧିମା ଏହାକୁ ଏକ କ୍ଲାସିକ୍ ଫଟୋ ବୋଲି କହିଛନ୍ତି।

{"id":272137,"sizeSlug":"large"}

ରିଦ୍ଧିମା କପୁର ସାହନି ବିବାହ ପରଠୁ ଦିଲ୍ଲୀରେ ରହୁଛନ୍ତି। ସେ ଏହି ଫଟୋରେ ହାର୍ଟ ଇମୋଜି ସେୟାର କରିଛନ୍ତି। ଏହି ଫଟୋ ସାମନାକୁ ଆସିବା ପରେ ଲୋକେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି। ପ୍ରଥମ ଥର କପୁର ପରିବାରର ଏପରି ଫଟୋ ସାମନାକୁ ଆସିଛି।

{"id":272138,"sizeSlug":"large"}

ଋଷି କପୁର ଗତ ଦେଢ଼ ବର୍ଷରୁ କ୍ୟାନସରରେ ପୀଡ଼ିତ ଥିଲେ ଏବଂ ନ୍ୟୁୟର୍କରୁ ଚିକିତ୍ସା କରି ନିକଟରେ ଫେରିଥିଲେ। । ଦିଗ୍ଗଜ ଅଭିନେତାଙ୍କ ଅପ୍ରେଲ୍ ୩୦ତାରିଖରେ ମୁମ୍ବାଇରେ ପରଲୋକ ହୋଇଥିଲା। ଲକଡାଉନ୍ ଯୋଗୁଁ ରିଦ୍ଧିମା ନିଜ ବାପାଙ୍କ ଅନ୍ତିମ ଦର୍ଶନ କରିପାରିନଥିଲେ ଏବଂ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇନଥିଲେ। ଅନୁମତି ମିଳିବା ପରେ ସେ ଦିଲ୍ଲୀରୁ ମୁମ୍ବାଇ କାରରେ ଯାଇଥିଲେ।

{"id":272139,"sizeSlug":"large"}

ଏହା ପରେ ରିଦ୍ଧିମା ନିଜ ବାପାଙ୍କ ସହ ଏକ ସେଲଫି ସେୟାର କରି ଇନଷ୍ଟାଗ୍ରାମ୍ ପୋଷ୍ଟରେ ଲେଖିଛନ୍ତି,‘ ପାପା ଆଇ ଲଭ ୟୁ,ସେ ସବୁବେଳେ ତାଙ୍କୁ ଭଲ ପାଇବେ। ତାଙ୍କର ସବୁଠୁ ମଜବୁତ ଯୋଦ୍ଧା। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ,ସେ ସବୁ ଦିନ ତାଙ୍କ ଫେସଟାଇମ୍ କଲକୁ ମନେ ପକାଇବେ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.