Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଆରୋନ ଫିଞ୍ଚଙ୍କୁ ଏକ ମଙ୍କଡ୍ ଚେତାବନୀ ଦେଇ ଛାଡିଦେଲେ ଅଶ୍ୱିନୀ, ଏହାପରେ ରିକି ପଣ୍ଟିଂଙ୍କ ରିଆକ୍ସନ ଥିଲା ଏମିତି…’ଖେଳୁଆଡ ଆଚରଣ ଠିକ୍ କିନ୍ତୁ ରନ୍ ପେନାଲ୍ଟି ଭଲ ଅପସନ୍’

6/10/2020 at 6:26 PM

ଦୁବାଇ, ୦୬ ।୧୦:  ୟୁଏଇରେ ଖେଳାଯାଇଥିବା ଆଇପିଏଲର ୧୯ ତମ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଲାଭ କରିଛି । ଦଳ ବାଙ୍ଗାଲୋରକୁ ଏକତରଫା ଭାବେ ୫୯ ରନରେ ପରାସ୍ତ କରିଛି । ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୧୯୬ ରନ୍ କରିଥିଲା । ଏହାର ଜବାବରେ ଆରସିବି ମାତ୍ର ୧୩୭ ରନରେ ଅଟକି ଯାଇଥିଲା ।

ଏହି ମ୍ୟାଚରେ ଦିଲ୍ଲୀ ସ୍ପିନର ଆର ଅଶ୍ୱିନୀ ୪ ଓଭରରେ  ୨୬ ରନ୍ ଦେଇ ଚାରୋଟି ଓ୍ୱିକେଟ୍ ନେଇଥିଲେ । ସେ ବୋଲିଂ କରିବା ବେଳେ ଏପରି ଏକ ସମୟ ଆସିଥିଲା ଯେତେବେଳେ ସେ ଆରସିବି ବ୍ୟାଟସମ୍ୟାନ୍ ଆରୋନ ଫିଞ୍ଚଙ୍କୁ ମଙ୍କର୍ଡିଂ କରିବାରେ ଅଳ୍ପକେ ବର୍ତ୍ତିଗଲେ ।

ଅଶ୍ୱିନୀ ପୂର୍ବରୁ ମଧ୍ୟ ବଲ୍ ପକାଇବା ପୂର୍ବରୁ କ୍ରିଜ୍ ଛାଡିଥିବା ବ୍ୟାଟସମ୍ୟାନଙ୍କୁ ଆଉଟ କରି ସାରିଛନ୍ତି । ଅଶ୍ୱିନୀ ଯେତେବେଳେ ବୋଲିଂ କରୁଥିଲେ ସେହି ସମୟରେ ଆରୋନ ଫି଼ଞ୍ଚ୍ କ୍ରିଜ୍ ବାହାରକୁ ଚାଲି ଆସିଥିଲେ । ଏହି ସମୟରେ ଅଶ୍ୱିନୀ ବଲ୍ ନପକାଇ ଅଟକି ଯାଇଥିଲେ । ସେ ପିଞ୍ଚଙ୍କୁ ଆଉଟ୍ କରିନଥିଲେ । କେବଳ ଚେତାବନୀ ଦେଇଥିଲେ ।

ଏହି ସମୟରେ ଦିଲ୍ଲୀ କୋଚ୍ ରିକି ପଣ୍ଟିଂ ମଧ୍ୟ ହସୁଥିବା ନଜର ଆସିଥିଲା । କାରଣ ମଙ୍କର୍ଡିଂକୁ ନେଇ ପୂର୍ବରୁ ରିକି ପଣ୍ଟିଂ ଓ ଅଶ୍ୱିନୀଙ୍କ ମଧ୍ୟରେ ମତଭେଦ ରହିଛି । ତେବେ ଏହି ଘଟଣା ପରେ ପଣ୍ଟିଂ କହିଥିଲେ ଯେ, ଏପରି କରିବା କିଛି ଭୁଲ ନୁହେଁ । ଆଇସିସିରେ ମଧ୍ୟ ଏନେଇ ନିୟମ ରହିଛି । ଯଦି ଜଣେ ବ୍ୟାଟସମ୍ୟାନ୍ କ୍ରିଜରୁ ବାହାରି ଯାଉଛି ତେବେ ବ୍ୟାଟସମ୍ୟାନଙ୍କୁ ଏପରି କରି ଅଟକାଇବାକୁ ହେବ । ତେବେ ଏଥିପାଇଁ ରନ୍ ପେନାଲ୍ଟି ରହିବା ଉଚିତ୍ । ଏପରି ହେଲେ ବ୍ୟାଟସମ୍ୟାନମାନେ ନନ୍ ଷ୍ଟ୍ରାଇକର୍ ଏଣ୍ଡରୁ ବଲ୍ ପଡିବା ପୂର୍ବରୁ ଆଉ ବାହାରିବେ ନାହିଁ ବୋଲି ପଣ୍ଟିଂ କହିଛନ୍ତି ।

   Related Posts