ଆଇସିସି ୱାର୍ଲଡ କପ୍ ର ୨୪ ଘଣ୍ଟା ପୂର୍ବରୁ ରିକି ପୋଣ୍ଟିଂଙ୍କ ବଡ ଭବିଷ୍ୟବାଣି, କହିଲେ ଏହି ଟିମ ହେବ ବିଶ୍ୱ ଚାମ୍ପିୟନ

Published By : Prameya-News7 Bureau | July 13, 2019 IST

ସିଡନୀ: ଆଇସିସି ୱାର୍ଲଡ କପ୍ ୨୦୧୯ର ଚାମ୍ପିନୟ ଟିମଙ୍କ ସମ୍ପର୍କରେ ବଡ ଭବିଷ୍ୟବାଣୀ କରିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ ରିକି ପୋଣ୍ଟିଂ। ଅଷ୍ଟ୍ରେଲିଆ ପୋଣ୍ଟିଂଙ୍କ ଅଧିନାୟକତ୍ୱରେ ୨ ଥର ବିଶ୍ୱ ଚାମ୍ପିୟନ ହୋଇଥିଲା। ଚଳିତ ଆଇସିସି ବିଶ୍ୱକପର ପୁରା ମିଜାଜ ପଢିବା ପରେ ଭବିଷ୍ୟବାଣି କରିଛନ୍ତି ପୋଣ୍ଟିଂ । ଫାଇନାଲରେ ପହଞ୍ଚିଥିବା ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ଟିମର ମଧ୍ୟ ପୂର୍ଣ୍ଣ ଅନୁଶୀଳନ କରିଛନ୍ତି ପୋଣ୍ଟିଂ ଆଉ ଲର୍ଡସ ବିଶ୍ୱକପର ୨୪ ଘଣ୍ଟା ପୂର୍ବରୁ ଆଗାମୀ ବିଶ୍ୱ ଚାମ୍ପିୟନଙ୍କ ସମ୍ପର୍କରେ ଏହି ଭବିଷ୍ୟବାଣୀ କରିଛନ୍ତି।

{"id":133336}

ଚଳିତ ବିଶ୍ୱକପର ୨ ଫାଇନାଲିଷ୍ଟଙ୍କ ପାଇଁ ଏହି ମ୍ୟାଚ୍ ନୂଆ ହୋଇନଥିଲେ ବି ଉଭୟ ଟିମ୍ ନିମନ୍ତେ ବିଶ୍ୱକପ୍ ର ପ୍ରଥମ ଅନୁଭବ । ୧୯୯୨ ମସିହା ପରେ ଇଂଲଣ୍ଡ ଦ୍ୱିତୀୟବାର କେବେ ଫାଇନାଲରେ ପ୍ରବେଶ କରିନଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଥର ଫାଇନାଲରେ ପହଞ୍ଚିଛି।  ହେଲେ ୨ ଟିମ୍ ମଧ୍ୟରୁ ଗୋଟିଏ ବିଶ୍ୱ ଚାମ୍ପିୟନ ହେବାକୁ ଥିବା ବେଳେ ଅନ୍ୟ ଟିମ ମଧ୍ୟ ଏହାର ଭରପୁର ମଜା ନେବ ବୋଲି କହିଛନ୍ତି ପୋଣ୍ଟିଂ।  ତେବେ ଚଳିତ ବିଶ୍ୱକପ୍ ର ଆୟୋଜକ ହିଁ ହେବେ ବିଶ୍ୱ ଚାମ୍ପିୟନ ବୋଲି ଭବିଷ୍ୟବାଣି କରିଛନ୍ତି ପୋଣ୍ଟିଂ।

{"id":133337}

ଏନେଇ ପୋଣ୍ଟିଂ ପୂର୍ବରୁ ମଧ୍ୟ ଭବିଷ୍ୟବାଣି କରିସାରିଛନ୍ତି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡକୁ ହରାଇବା ଅସମ୍ଭବ ବୋଲି କହିଥିଲେ ପୋଣ୍ଟିଂ। ଏବେ ତାହା ହିଁ ହେବାକୁ ଯାଉଛି। ଲିଗ୍ ପର୍ଯ୍ୟାୟରେ ଭାରତ ଉପରେ ଇଂଲଣ୍ଡର ସ୍ଥିତି ନିର୍ଭର କରୁଥିଲା। ତେବେ ଭାରତର ପରାଜୟ ସହ ଇଂଲଣ୍ଡର ଟାଇଟଲ ପକ୍କା ହୋଇଯାଇଛି ବୋଲି କହିଛନ୍ତି ପୋଣ୍ଟିଂ। ସେହିପରି ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲରେ ଭାରତକୁ ପରାସ୍ତ କରିଛି ନିଶ୍ଚିତ, ହେଲେ ଏବେବି ଟିମରେ ଆତ୍ମବିଶ୍ୱାସର ଅଭାବ ରହିଛି। ଭାରତ ମାତ୍ର ୧୮ ରନରେ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଥିଲା। ତେବେ ଏଥିପାଇଁ ବେଶ୍ ପରିଶ୍ରମ କରିଥିଲା ନ୍ୟୁଜିଲ୍ୟାଣ୍ଡ। ହେଲେ ସେମି ଭଳି ହେବନି ଫାଇନାଲ ମ୍ୟାଚ୍। ଏଠି ଦୁଇ ଟପ ଟିମ୍ ମଧ୍ୟରେ ଟକ୍କର ହେବ। ତେବେ ଲାଗାତାର ଦ୍ୱିତୀୟବାର ଫାଇନାଲରେ ପହଞ୍ଚିଥିବା ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚ୍ ରୁ ତୃତୀୟ ବିଶ୍ୱକପ୍ ଫାଇନାଲ ପାଇଁ ଅଭିଜ୍ଞତା ହାସଲ କରିବ ବୋଲି କହିଛନ୍ତି ପୋଣ୍ଟିଂ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.