କ୍ରିକେଟ୍ର ଓ ପ୍ରଶଂସକଙ୍କୁ ସୁପର ଫ୍ରାଇଡେର ଅପେକ୍ଷା, ଗୋଟିଏ ଦିନରେ ଖେଳାଯିବ ୩ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍, ଜାଣନ୍ତୁ କେଉଁ ଚ୍ୟାନେଲ୍ରେ ହେବ ସିଧା ପ୍ରସାରଣ
25/11/2020 at 3:58 PM

ନୂଆଦିଲ୍ଲୀ ୨୫।୧୧: କରୋନା ଭାଇରସ୍ ମହାମାରୀ କାରଣରୁ ଦୀର୍ଘ ଛଅ ମାସ କ୍ରିକେଟ୍ ଖେଳ ଠପ୍ ପଡିଥିଲା। ଏହା ପରେ ଇଂଲଣ୍ଡ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ସହିତ ପଡିଆକୁ କ୍ରିକେଟ୍ ଫେରିଥିଲା। ଏହା ପରେ କିଛି ଦେଶ ଇଂଲଣ୍ଡରେ ସିରିଜ୍ ଖେଳିଲେ। ପୁଣି ଆଇପିଏଲ, ସିପିଏଲ, ବିପିଏଲ ଓ କିଛି ଘରୋଇ ଟୂର୍ଣ୍ଣାମେଣ୍ଟ ଖେଳା ଯାଇଛି। ଏବେ ଆଇସିସିର ନୂତନ ନିୟମ ସହିତ ପୁଣି ଥରେ ଦୁନିଆକୁ କ୍ରିକେଟ୍ର ଚମକ ଫେରିବାରେ ଲାଗିଛି। ଚଳିତ ସପ୍ତାହ କ୍ରିକେଟ୍ ନିଜର ପୁରୁଣା ରଙ୍ଗରେ ରଙ୍ଗାୟିତ ହେବାକୁ ଯାଉଛି। କାରଣ ଚଳିତ ସପ୍ତାହରେ କ୍ରିକେଟ୍ ଜଗତର ୬ ବଡ ଟିମ୍ ପରସ୍ପର ମଧ୍ୟରେ ମୁହାଁମୁହିଁ ହେବେ। ସୁପର ଫ୍ରାଇଡେରେ ମୋଟ୍ ତିନୋଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳାଯିବ। ଏହା ସହିତ ସେହି ଦିନ ଲଙ୍କା ପ୍ରିମିୟର ଲିଗ୍ ଆରମ୍ଭ ହେଉଛି।
କ୍ରିକେଟ୍ର ସୁପର ଫ୍ରାଇଡେ ଅର୍ଥାତ ନଭେମ୍ବର ୨୭ରେ ତିନୋଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ। ସେହି ପରି ନ୍ୟୁଜିଲାଣ୍ଡ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ। ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ମୁକାବିଲା ଖେଳାଯିବ।
ଶୁକ୍ରବାର ଭାରତୀୟ ସମୟ ଅନୁସାରେ ସକାଳ ୯ଟା ୧୦ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଅନ୍ୟପଟେ ନ୍ୟୁଜିଲାଣ୍ଡ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ରେ ମ୍ୟାଚ୍ ଖେଳାଯିବ। ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ରାତି ୯ଟା ୩୦ରେ ଟି-୨୦ ମୁକାବିଲା ଖେଳାଯିବ।
ଭାରତ ବନାମ ଅଷ୍ଟ୍ରେଲିଆ ସିଧା ପ୍ରସାରଣ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶୃଙ୍ଖଳାର ସମସ୍ତ ମ୍ୟାଚ୍ ସୋନି ପିକଚର୍ସ ସ୍ପୋର୍ଟ୍ସ ନେଟ୍ଓ୍ଵର୍କରେ ଦେଖି ପାରିବେ। ଆପଣ ସୋନି ଟେନ୍ ୧, ସୋନି ଟେନ୍ ୩ ଓ ସୋନି ସିକ୍ସରେ ମ୍ୟାଚ୍ର ସିଧା ପ୍ରସାରଣ ଦେଖି ପାରିବେ।
ଭାରତ ଓ ଅଷ୍ଟ୍ରେଲିଆ କାର୍ଯ୍ୟସୂଚୀ
ପ୍ରଥମ ଦିନିକିଆ, ନଭେମ୍ବର ୨୭, ସିଡନୀ, ସକାଳ ୯ଟା ୧୦ରେ
ଦ୍ଵିତୀୟ ଦିନିକିଆ, ନଭେମ୍ଵର ୨୯, ସିଡନୀ, ସକାଳ ୯ଟା ୧୦ରେ
ତୃତୀୟ ଦିନିକିଆ, ଡିସେମ୍ବର ୨, କାନବେରା, ସକାଳା ୯ଟା ୧୦ରେ
ଟି-୨୦ ସିରିଜ୍
ପ୍ରଥମ ଟି-୨୦, ଡିସେମ୍ବର ୪, କାନବେରା, ଅପରାହ୍ନ ୧ଟା ୪୦ରେ
ଦ୍ଵିତୀୟ ଟି-୨୦, ଡିସେମ୍ବର ୬, ସିଡନୀ, ଅପରାହ୍ନ ୧ଟା ୪୦ରେ
ତୃତୀୟ ଟି-୨୦, ଡିସେମ୍ବର ୮, ସିଡନୀ, ଅପରାହ୍ନ ୧ଟା ୪୦ରେ
ଟେଷ୍ଟ ସିରିଜ୍
ପ୍ରଥମ ଟେଷ୍ଟ, ଡିସେମ୍ବର ୧୭ ରୁ ୨୧, ଆଡିଲେଡ୍, ସକାଳ ୯ଟା ୩୦ରେ
ଦ୍ଵିତୀୟ ଟେଷ୍ଟ, ଡିସେମ୍ବର ୨୬ରୁ ୩୦, ମେଲବର୍ଣ୍ଣ ସକାଳ ୫ଟାରେ
ତୃତୀୟ ଟେଷ୍ଟ, ଜାନୁଆରୀ ୭ରୁ ୧୧, ସିଡନୀ, ସକାଳ ୫ଟାରେ
ଚତୁର୍ଥ ଟେଷ୍ଟ, ଜାନୁଆରୀ ୧୫ ରୁ ୧୯, ବ୍ରିସବେନ, ସକାଳ ୫ଟାରେ
ନ୍ୟୁଜିଲାଣ୍ଡ ବନାମ ଓ୍ଵେଷ୍ଟଇଣ୍ଡିଜର ସିଧା ପ୍ରସାରଣ
ଓ୍ଵେଷ୍ଟଇଣ୍ଡିଜରେ ଫ୍ଲୋ ସ୍ପୋର୍ଟ୍ସ ଓ ନ୍ୟୁଜିଲାଣ୍ଡରେ ସ୍ପାର୍କ ସ୍ପୋର୍ଟ୍ସରେ ମ୍ୟାଚ୍ର ସିଧା ପ୍ରସାରଣ ଦେଖି ପାରିବେ। ଏହି ସିରିଜ୍ର ସମସ୍ତ ମ୍ୟାଚ୍ ଡିଜିଟାଲ ଷ୍ଟ୍ରିମିଂ ଆପ୍ ଡିଜନୀ+ ହଟଷ୍ଟାର, ନାଓ ଟିଭି, ସୁପରସ୍ପୋର୍ଟ ଲାଇଭସ ଭିଲୋ ଟିଭି ଅନଲାଇନ୍ରେ ଦେଖି ପାରିବେ।
ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ର ସିଧା ପ୍ରସାରଣ
ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ୍ର ସମସ୍ତ ମ୍ୟାଚ୍ ସୋନି ସ୍ପୋର୍ଟ୍ସରେ ଦେଖି ପାରିବେ। ସୋନି ସିକ୍ସ ଓ ସୋନି ଇଏସପିଏନରେ ଆପଣ ଭାରତରେ ମ୍ୟାଚ୍ର ସିଧା ପ୍ରସାରଣ ଦେଖି ପାରିବେ।