କରୋନାରେ ବିଗିଡିଲା ପଦ୍ମନାଭ ସ୍ୱାମୀ ମନ୍ଦିରର ଅର୍ଥବ୍ୟବସ୍ଥା, ବେତନରୁ ୩୦ ପ୍ରତିଶତ କାଟିବେ କର୍ମଚାରୀ

Published By : Prameya-News7 Bureau | May 31, 2020 IST

ତିରୁଅନନ୍ତପୁରମ ୩୧।୫: ଦେଶରେ କରୋନା ସଂକ୍ରମଣ ପରେ ଲକଡାଉନ୍‌ ଜାରି ରହିଛି। ଫଳରେ ବିଭିନ୍ନ କଟକଣା ଯୋଗୁ ଦେଶରେ ଧାର୍ମିକ ଗତିବିଧି ମଧ୍ୟ ବନ୍ଦ ରହିଛି। ଏଥିରେ ଦେଶର ସବୁଠୁ ଧନୀ ମନ୍ଦିର କୁହାଯାଉଥିବା କେରଳର ଶ୍ରୀ ପଦ୍ମନାଭ ସ୍ୱାମୀ ମନ୍ଦିରରେ ମଧ୍ୟ ଧାର୍ମିକ କାର୍ଯ୍ୟକଳାପ ବନ୍ଦ ରହିଛି। ଫଳରେ ମନ୍ଦିରର ଆର୍ଥିକ ଅବସ୍ଥା ବିଗିଡି ଯାଇଥିବାରୁ ମୁଖ୍ୟ ପୂଜକଙ୍କ ସମେତ କର୍ମଚାରୀଙ୍କ ବେତନରୁ ୩୦ ପ୍ରତିଶତ କାଟ୍ ହେଉଥିବା ଜଣାପଡିଛି।

{"id":279177,"sizeSlug":"large"}

କରୋନା ଲକଡାଉନ୍‌ ଯୋଗୁ ଠାକୁରଙ୍କ ଦର୍ଶନ ଲାଗି ଭକ୍ତ ଆସୁ ନାହାନ୍ତି। ସେହିପରି ଠାକୁରଙ୍କୁ ମିଳୁଥିବା ଦାନ ଦକ୍ଷିଣା ମଧ୍ୟ ବନ୍ଦ ହୋଇଯାଇଛି। ତେବେ ଅନ-ଲାଇନ ଅର୍ଘ୍ୟରୁ ଦୈନିକ ୧୦ରୁ ୨୦ ହଜାର ଟଙ୍କା ମନ୍ଦିରକୁ ମିଳୁଥିବା ବେଳେ ଏଥିରେ ଏତେବଡ ମନ୍ଦିରର ପରିଚାଳନା ସମ୍ଭବ ନୁହେଁ ବୋଲି ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ବି.ରଥିସନ କହିଛନ୍ତି। ମନ୍ଦିରରେ ଠାକୁରଙ୍କର ବିଭିନ୍ନ ନୀତିକାନ୍ତି ଲାଗି ୩୦୭ ଜଣ କର୍ମଚାରୀ ନିଯୁକ୍ତ ଅଛନ୍ତି। ଏବେ ସେମାନଙ୍କ ବେତନ ଲାଗି ବ୍ୟାଙ୍କମାନଙ୍କରେ ଥିବା ଠାକୁରଙ୍କ ଜମାର ସୁଧ ଓ ଅନ୍ୟ ସ୍ରୋତରୁ ମିଳୁଥିବା ସୁଧ ଉପରେ ନିର୍ଭର କରିବାକୁ ପଡୁଛି।

{"id":279178,"width":579,"height":361,"sizeSlug":"large"}

ତେବେ ଏତେ ସଂଖ୍ୟକ କର୍ମଚାରୀ ଓ ଠାକୁରଙ୍କ ନୀତିକାନ୍ତି ଲାଗି ଆର୍ଥ କମ୍ ପଡୁଥିବାରୁ ଏବେ କର୍ମଚାରୀଙ୍କ ବେତନର୩୦ ପ୍ରତିଶତ ପର୍ଯ୍ୟନ୍ତ କାଟ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ଏଥିରେ କାର୍ଯ୍ୟକାରୀ ଅଧିକାରୀଙ୍କୁ ମଧ୍ୟ ତାଙ୍କ ବେତନରୁ୩୦ ପ୍ରତିଶତ କାଟ୍ କରିବାକୁ ପଡୁଥିବା ଗଣମାଧ୍ୟମକୁ  କହିଛନ୍ତି। ପୂର୍ବରୁ ସାଧାରଣ ଦିନରେ ମନ୍ଦିରକୁ ଠାକୁରଙ୍କ ଦର୍ଶନ ଲାଗି ଦୈନିକ ୫ରୁ ୧୦ ହଜାର ଭକ୍ତଙ୍କ ଆଗମନ ହେଉଥିଲା। ଏଥିରେ ଉତ୍ତର ଭାରତରୁ ସର୍ବାଧିକ ଭକ୍ତ ଆସୁଥିଲେ। ହେଲେ କରୋନା ଲକଡାଉନ୍‌ ଯୋଗୁ ମନ୍ଦିରକୁ ଭକ୍ତଙ୍କ ଗତାଗତ ବନ୍ଦ ହୋଇଯାଇଛି।

{"id":279179,"sizeSlug":"large"}

ଲକଡାଉନ୍‌ ଯୋଗୁ ମାର୍ଚ୍ଚ ଓ ଏପ୍ରିଲ ମାସରେ ମନ୍ଦିରର ୪ରୁ ୬ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଥିବାର ପ୍ରଶାସନ ଆକଳନ କରିଛନ୍ତି। କେବଳ ପଦ୍ମନାଭ ସ୍ୱାମୀମନ୍ଦିର ନୁହେଁ ଦକ୍ଷିଣ ଭାରତର ସାବରୀମାଲା ଆୟପ୍ପା ମନ୍ଦିର ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ଏବେ ଆୟପ୍ପା ମନ୍ଦିର କର୍ମଚାରୀଙ୍କୁ ବେତନ ଦେବାକୁ ମଧ୍ୟ ଅକ୍ଷମ ବୋଲି ଟ୍ରାଭାନକୋର ଦେବସୋମ ବୋର୍ଡ(ଟିଡିବି) ଚେୟାରମ୍ୟାନ ଏନ୍.ବାସୁ କହିଛନ୍ତି। ଏଣୁ ଚଳିତ ମାସରେ କର୍ମଚାରୀଙ୍କ ୨୫ ପ୍ରତିଶତ ବେତନ କାଟ୍ କରାଯିବ ବୋଲି ବାସୁ କହିଛନ୍ତି।

{"id":279181,"sizeSlug":"large"}

କେରଳର ୧୨୫ଟି ମନ୍ଦିରର ପରିଚାଳନା କରନ୍ତି ଟିଡିବି। ଏଥିରେ ସାବରୀମାଲାର ଆୟପ୍ପାଙ୍କ ମନ୍ଦିର ମଧ୍ୟ ସାମିଲ ଅଛି। କେବଳ ଆୟପ୍ପାଙ୍କ ମନ୍ଦିରରୁ ୧୦୦ କୋଟି ଟଙ୍କାର ଆୟ ଆସୁଥିବା ବେଳେ ଅନ୍ୟ ସବୁ ମନ୍ଦିରରୁ ୧୦୦ କୋଟି ଟଙ୍କା ଆୟ ହୋଇଥାଏ ବୋଲି ଟିଡିବି କହିଛନ୍ତି। ତେବେ କେରଳର ଦ୍ୱିତୀୟ ଧନୀ ମନ୍ଦିର ଗୁରବାୟୁରଙ୍କର ପରିସ୍ଥିତି ଏତେ ସ୍ୱଚ୍ଛଳ ନଥିଲେ ମଧ୍ୟ ଚଳପକ୍ଷ ଏବେ ଭଲ ଥିବା ଜଣାପଡିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.