୬୯ ବୟସରେ ଦ୍ୱିତୀୟ ଥର ପାଇଁ ବାପା ହେଲେ ଏହି ଅଭିନେତା

Published By : Prameya-News7 Bureau | February 14, 2019 IST

wp:heading {"level":5}
ହଲିଉଡ ଅଭିନେତା ରିଚାର୍ଡ ଗେରେ ୬୯ ବୟସରେ ପୁଣି ଥରେ ବାପା ହୋଇଛନ୍ତି। ରିପେର୍ଟ ଅନୁସାରେ ତାଙ୍କ ତୃତୀୟ ସ୍ତ୍ରୀ ଏଲଜାଣ୍ଡ୍ରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଗତ ବର୍ଷ ରିଚାର୍ଡ ଓ ଏଲେଜାଣ୍ଡ୍ରାଙ୍କ ବିବାହ ହୋଇଥିଲା।
/wp:heading {"id":85079,"width":593,"height":445}
wp:heading {"level":5}
 ୨୦୧୫ ମସିହାରୁରିଚାର୍ଡ ଗେରେ ଓ ଏଲଜାଣ୍ଡ୍ରା ପରସ୍ପରଙ୍କୁ ଡେଟ କରୁଥିଲେ। ରିଚାର୍ଡଙ୍କର ୧୯ ବର୍ଷର ପୁଅ ମଧ୍ୟ ଅଛି। ସୂଚନାଯୋଗ୍ୟ ଯେ ପ୍ରଥମ ବିବାହରୁ ଏଲେଜାଣ୍ଡ୍ରାଙ୍କର ମଧ୍ୟ ୫ ବର୍ଷର ପୁଅ ଅଛି। ରିଚାର୍ଡଙ୍କ ସ୍ତ୍ରୀ ଏଲଜାଣ୍ଡ୍ରା ଜଣେ ସ୍ପାନିସ୍‌ ପବ୍ଲିସିଷ୍ଟ ଓ ଏକ୍ଟିଭିଷ୍ଟ। ବହୁତ କମ ଲୋକେ ଜାଣଛନ୍ତି ଯେ ରିଚାର୍ଡ ଜଣେ ବୁଦ୍ଧିଷ୍ଟ। ଏଲଜାଣ୍ଡ୍ରା ଇଣଷ୍ଟାଗ୍ରାମରେ ନିଜ ପ୍ରେଗନେନ୍‌ସି ବିଷୟରେ ପୋଷ୍ଟ କରିଥିଲେ।
/wp:heading {"id":85080,"width":600,"height":600}
wp:heading {"level":5}
 ୨୦୦୭ ମସିହାରେ ଏଡସ୍‌ ଆୱାରନେସ ପ୍ରୋଗ୍ରାମରେ ଶିଲ୍ପା ଶେଟ୍ଟୀଙ୍କୁ କିସ୍‌ କରି ବିବାଦରେ ଥିଲେ ରିଚାର୍ଡ। ରିପୋର୍ଟ ଅନୁସାରେ ଶିଲ୍ପାଙ୍କୁ କିସ୍‌ କରିବା ପାଇଁ ଜୟପୁର କୋର୍ଟ ଆରେଷ୍ଟ ୱାରେଣ୍ଟ ମଧ୍ୟ ଜାରି କରିଥିଲେ। ଫଳରେ ଗେରେ କ୍ଷମା ମାଗି କହିଥିଲେ ଯେ ଏହା ତାଙ୍କ ଫିଲ୍ମର ଗୋଟେ ସିନ୍‌ ଥିଲା।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.