Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ସାର ରିଚାର୍ଡ ବ୍ରାନସନ୍‌ଙ୍କ ମାତା ଇଭିଙ୍କ ୯୬ ବର୍ଷ ବୟସରେ ପରଲୋକ, କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ

11/01/2021 at 9:06 PM

ନୂଆଦିଲ୍ଲୀ ୧୧/୦୧ : ବ୍ରିଟେନ୍‌ର ବିଶିଷ୍ଟ ବ୍ୟବସାୟୀ ତଥା ବିଲେନିୟର ସାର ରିଚାର୍ଡ ବ୍ରାନସନ୍‌ଙ୍କ ମା ଇଭି ବ୍ରାନସନ୍‌ଙ୍କର ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି । ଗତ ୩ ସପ୍ତାହ ତଳେ ସେ କରୋନାରେ ଆକ୍ରାନ୍ତ ହେବା ପରେ ଚିକିତ୍ସାଧିନ ଥିଲେ । ଶେଷ ଥର ପାଇଁ ଝିଅ ଭାନିସାଙ୍କ ଘରେ କ୍ରୀଷ୍ଟମାସ୍‌ରେ ନଜର ଆସିଥିଲେ ଇଭି ବ୍ରାନସନ୍‌ ।

ସାର ରିଚାର୍ଡ ଟ୍ବିଟ୍ କରି ଏହି ସୂଚନା ଦେବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ଲେଖିଛନ୍ତି, ‘ଦୁଃଖର ସହ କହିବାକୁ ପଡୁଛି । କରୋନା ମହାମାରୀ ମଧ୍ୟରେ ଅନେକ ଲୋକଙ୍କ ପିତା-ମାତାଙ୍କ ଏବଂ ଏବେ ମୋ ମା ଇଭି ବ୍ରାନସନ୍‌ଙ୍କ ଦେହାନ୍ତ ହୋଇଛି’ ।

ତେବେ ଏହା ସ୍ପଷ୍ଟ ହୋଇନାହିଁ କି ସେ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି କି ନିଜ ବାସଭବନରେ । ଇଭିଙ୍କ ପୁଅ ରିଚାର୍ଡ ବ୍ରାନସନ୍‌ କହିଛନ୍ତି କରୋନା ପଜିଟିଭ ଚିହ୍ନଟ ହେବା ଗୋଟିଏ ଦିନ ପୂର୍ବରୁ ​‌ସେ ଭ୍ୟାକସିନ୍‌ ନେଇଥିଲେ ।

ରିଚାର୍ଡ ବ୍ରାନସନ୍‌ ଏବେ ବିଟେନ୍‌ର ଜଣେ ସଫଳ ଉଦ୍ୟୋଗପତି । ଇଭିଙ୍କ ପିଲାବେଳ ବହୁତ କଷ୍ଟରେ ଅତିବାହିତ ହୋଇଥିଲା । ଟେଡଙ୍କୁ ବିବାହ କରିବା ପରେ ଏଥିରେ କିଛିଟା ସୁଧାର ଆସିଥିଲା । ଇଭି ମାତ୍ର ୧୦୦ ପାଉଣ୍ଡ ଦେଇ ସାର ରିଚାର୍ଡଙ୍କୁ ବ୍ରିଟେନ୍‌ ପଠାଇଥିଲେ । ଏଠାରେ ବ୍ୟବସାୟ ଆରମ୍ଭ କରି ରିଚାର୍ଡ ନିଜର ପ୍ରଚେଷ୍ଟା ଏବଂ ପରିଶ୍ରମ ବଳରେ ୩ ବିଲିୟନ ପାଉଣ୍ଡର ମାଲିକ ହୋଇପାରିଛନ୍ତି । ସାର ରିଚାର୍ଡଙ୍କ ପିତା ଟେଡଙ୍କର ୨୦୧୧ରେ ଦେହାନ୍ତ ହୋଇଥିଲା ।

   Related Posts