ଇତିହାସ ରଚିଲେ ରିଚାର୍ଡ ବ୍ରାନସନ୍, ମହାକାଶରେ ୬୦ ମିନିଟ୍ ରହି ଭୂପୃଷ୍ଠକୁ ଫେରିଆସିଲେ

Published By : Prameya-News7 Bureau | July 12, 2021 IST

ଲଣ୍ଡନ,୧୨/୦୭: କୋଟିପତି ବ୍ରିଟିଶ ବ୍ୟବସାୟୀ ରିଚାର୍ଡ ବ୍ରାନ୍‌ସନ ଓ ତାଙ୍କ ଟିମ୍‌ ଆଜି ଇତିହାସ ରଚିଛନ୍ତି । ଭର୍ଜିନ ଗାଲାକ୍ଟିକ ୟୁନିଟ୍‌-୨୨ ମହାକାଶଯାନରେ ସେ ଦୀର୍ଘ ୬୦ ମିନିଟ୍‌ ମହାକାଶରେ ଭ୍ରମଣ କରିବା ପରେ ଭୂ-ପୃଷ୍ଠକୁ ସୁରକ୍ଷିତ ଭାବେ ଫେରିଆସିଛନ୍ତି । ଲ୍ୟାଣ୍ଡିଂ ପରେ ସେ ତାଙ୍କର ଅନୁଭବକୁ ସ୍ମରଣୀୟ ବୋଲି ବର୍ଣ୍ଣନା କରିଛନ୍ତି ।

ଭର୍ଜିନର ଏହି ରକେଟ ପ୍ଲେନ୍‌ ସହାୟତାରେ ସେ ନ୍ୟୁ ମେକ୍ସିକୋ ସ୍ପେଶ ପୋର୍ଟରୁ ରାତି ୮ଟା ୧୦ରେ ଉଡାଣ ଭରିଥିଲେ । ସେ ସନ୍ଧ୍ୟା ୬ଟା ୩୦ରେ ଉଡାଣ ଭରିବାର ଥିଲା । କିନ୍ତୁ ପାଗ ଖରାପ ହେତୁ ତାହା ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ହୋଇଥିଲା । ତାଙ୍କ ସହିତ ଅନ୍ୟ ୫ ଜଣ ମଧ୍ୟ ଏହି ଉଡାଣ କରିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଭାରତୀୟ ଯୁବତୀ ସିରିଶା ବନ୍ଦଲା । କଳ୍ପନା ଚାୱାଲାଙ୍କ ପରେ ମହାକାଶଯାତ୍ରା କରିବାରେ ସିରିଶା ହେଉଛନ୍ତି ଭାରତରେ ଜନ୍ମିତ ଦ୍ୱିତୀୟ ମହିଳା । ୩୪ ବର୍ଷୀୟ ସିରିଶା ଏରୋନଟିକାଲ ଇଞ୍ଜିନିୟର ଅଟନ୍ତି । ସେମାନେ ୮୮ କି.ମି. ପର୍ଯ୍ୟନ୍ତ ଅର୍ଥାତ ଜିରୋ ଗ୍ରାଭିଟି ଯାଏ ଯାତ୍ରା କରିଥିଲେ ।

wp:html /wp:html

ସେଠାରେ ନିଜର ଅନୁଭବ ହାସଲ କରି ପ୍ରାୟ ୧ ଘଣ୍ଟା ପରେ ପ୍ରତ୍ୟାବର୍ତ୍ତନ କରିଥିଲେ । ତେବେ ଉଡାଣ ଭରିବା ପୂର୍ବରୁ ବ୍ରାନସନ କହିଥିଲେ ଯେ ସମସ୍ତଙ୍କ ପାଇଁ ମହାକାଶଯାତ୍ରା ସ୍ୱପ୍ନ ସଫଳ କରିବା ହେଉଛି ତାଙ୍କର ଉଦ୍ଦେଶ୍ୟ । ଆସନ୍ତା ବର୍ଷରୁ ସେ ବ୍ୟବସାୟିକ ମହାକାଶଯାତ୍ରା ଆରମ୍ଭ କରିବେ । ତେଣୁ ତା ପୂର୍ବରୁ ମହାକାଶ ଯାତ୍ରାର ଅନୁଭବ ସେ ନେବାକୁ ଚାହାନ୍ତି । ତେଣୁ ସେ ଏହି ଯାତ୍ରାରେ ସାମିଲ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.