Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଅଭିନନ୍ଦନଙ୍କୁ ନେଇ ଏହିଭଳି ମନ୍ତବ୍ୟ ଦେଲେ ମୋଦି : ରାଗିଗଲେ ବଲିଉଡ ଅଭିନେତ୍ରୀ

29/03/2019 at 6:12 PM

ନୂଆଦିଲ୍ଲୀ ୨୯/୩ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧ ତାରିଖରେ ହେବାକୁ ଅଛି | ସବୁ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ ଦିନରେ ୧୦୦ରୁ ଅଧିକ ରାଲି କରିଛନ୍ତି ଏବଂ ରାଲିରେ ମୋଦି ପାକିସ୍ତାନ ଉପରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ମନ୍ତବ୍ୟ ଦେଇଛନ୍ତି | ବିଜେପି ନିଜ ଟ୍ୱିଟର ପେଜରେ ମୋଦିଙ୍କ ଏକ କୋଟେସନ ଟ୍ୱିଟ କରିଛି | ଯେଉଁଥିରେ କୁହାଯାଇଛି ଯେ, ଲୋକେ ସେନାଙ୍କ ପ୍ରଶଂସା କରିବା ବଦଳରେ ଅଭିନନ୍ଦନ ବର୍ଦ୍ଧମାନଙ୍କ ପ୍ରତ୍ୟାବର୍ତନକୁ ନେଇ ଆଲୋଚନା କରୁଛନ୍ତି | ଏହି ଟ୍ୱିଟରେ ବଲିଉଡ ଅଭିନେତ୍ରୀ ରିଚା ଚଢା ପ୍ରତିକ୍ରିୟା ରଖିଥିଲେ |


ବିଜେପି ଆଜି ନିଜର ଅଫିସିଆଲ ଟ୍ୱିଟର ପେଜରେ ମୋଦିଙ୍କ ଏକ କୋଟେସନ ପୋଷ୍ଟ କରିଥିଲା | ଏହାସହ ModiSpeaksToBharat # ଟ୍ୟାଗ କରିଥିଲେ | ଟ୍ୱିଟରେ ଲେଖାଯାଇଥିଲା, ଯେତେବେଳେ ଅଭିନନ୍ଦନଙ୍କ ଘଟଣା ଘଟିଥିଲା, ସେତେବେଳେ ଦେଶର ସବୁ ରାଜନୈତିକ ଦଳ ଭାରତୀୟ ସେନାଙ୍କୁ ପ୍ରଶଂସା କରିବା ଉଚିତ | ଭାରତୀୟ ସେନାକୁ ନେଇ ଗର୍ବ କରିବା ଉଚିତ ଯେ, ସେମାନେ F16 ବିମାନକୁ ଧ୍ବଂସ କରିଥିଲେ | କିନ୍ତୁ ସେମିତି ନକରି ସମସ୍ତେ ଅଭିନନ୍ଦନଙ୍କ ପ୍ରତ୍ୟାବର୍ତନକୁ ନେଇ ଆଲୋଚନା କରୁଥିଲେ |

   Related Posts