ଅଭିନେତ୍ରୀ ଋଚା ଚଡ୍ଡା ନିର୍ବାଚନକୁ ନେଇ କରିଛନ୍ତି ଏପରି ଟ୍ୱିଟ୍,ଜାଣନ୍ତୁ କ’ଣ କମେଣ୍ଟ କରୁଛନ୍ତି ଲୋକେ

Published By : Prameya-News7 Bureau | October 21, 2019 IST

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ଭୋଟ ଗ୍ରହଣ ଏବେ ଚୂଡାନ୍ତ ପର୍ଯ୍ୟାୟରେ  ପହଞ୍ଚିଛି । ସାଧାରଣ ଲୋକଙ୍କ ସହ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ସହ ଅଧିକରୁ ଅଧିକ ଲୋକେ କିପରି ମତଦାନ ଲାଗି ଉତ୍ସାହିତ ହେବେ ସେଥି ଲାଗି ନିଜନିଜ ସ୍ତରରେ ବିଭିନ୍ନ ଉଦ୍ୟମ ବି କରିଛନ୍ତି। ଏଥିରେ ବଲିଉଡ ଅଭିନେତ୍ରୀ ଋଚା ଚଡ୍ଡାଙ୍କ ଏକ ଭିଡିଓ ଟ୍ୱିଟ୍ ଏବେ ଭାଇରାଲ ହେବାରେ ଲାଗିଛି। 

wp:html /wp:html

ଋଚା ଲୋକତନ୍ତ୍ର ଲାଗି ତାଙ୍କ ମେନିକ୍ୟୋର ଖରାପ ହୋଇଥିବା ନେଇ ଟ୍ୱିଟ୍ ରେ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ଲୋକେ ଏବେ ଖୁବ୍ କମେଣ୍ଟ କରୁଛନ୍ତି। ସେ ତାଙ୍କ ଟ୍ୱିଟ୍ ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ଋଚା ଭୋଟ ଦେବା ପୂର୍ବରୁ ଓ ଭୋଟ ଦେବା ପରର ଅଙ୍ଗୁଳି ଦେଖାଉଛନ୍ତି। ଯେଉଁଥିରେ ତାଙ୍କର ପରଫେକ୍ଟ ମେନିକ୍ୟୋର ଖରାପ ହୋଇଥିଲେ ବି ଲୋକତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିଥିବାରୁ ବେଶ୍ ଖୁସି ଥିବା ଉଲ୍ଲେଖ କରିଛନ୍ତି।

{"id":172815}

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ମୁଖ୍ୟତଃ ବିଜେପି ନେତୃତ୍ୱାଧୀନ ଶିବସେନା ମେଣ୍ଟ (ମହାୟୁତି) ଓ କଂଗ୍ରେସ ଏନସିପି ମେଣ୍ଟ (ମହାଅଘାଡି) ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ହେଉଛି। ଚଳିତ ନିର୍ବାଚନରେ ୨୮୮ ସଦସୀୟ ବିଧାନସଭା ଲାଗି ୩ହଜାର ୨୩୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଏମାନଙ୍କ ମଧ୍ୟରେ ୨୩୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ମତଦାନ ଲାଗି ରାଜ୍ୟର ୯୬ ହଜାର ୬୬୧ଟି ମତଦାନ କେନ୍ଦ୍ରରେ ସୋମବାର  ଭୋଟଗ୍ରହଣ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.