Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ମାନହାନି ମୋକଦ୍ଦମା ଜିତିଲେ ଅଭିନେତ୍ରୀ ଋଚା ଚଡ୍ଢା, ପାୟଲ କହିଲେ- ମାମଲା ବିଚାରାଧୀନ ଅଛି, କେମିତି ଜିତିଲେ?

10/10/2020 at 10:46 AM

ନୂଆଦିଲ୍ଲୀ ୧୦/୧୦: ବଲିଉଉ ଅଭିନେତ୍ରୀ ଋଚା ଚଡ୍ଢା ଓ ପାୟଲ ଘୋଷଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ପାୟଲ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ଶୋଷଣ ମାମଲା ଆଣିବା​‌ ବେଳେ ସେ ଋଚାଙ୍କ ନାଁ ନେଇ ଥିଲେ। ଏହା ପରେ ଋଚା ପାୟଲଙ୍କ ବିରୋଧରେ ମାନହାନି ମକଦ୍ଦମା କରିଥିଲେ। ବମ୍ବେ ହାଇକୋର୍ଟରେ ପାୟଲ ଋଚା ଚଢ଼ାଙ୍କୁ କ୍ଷମା ମାଗିଛନ୍ତି। ମାତ୍ର କୋର୍ଟରୁ ବାହାରକୁ ଆସିବା ପରେ ପାୟଲ ଘୋଷ ଋଚାଙ୍କୁ କ୍ଷମା ମାଗିବାକୁ ସ୍ପଷ୍ଟ ମନା କରି ଦେଇ ଥିଲେ।

ଏବେ ଋଚା ତାଙ୍କ ଇନଷ୍ଟାରେ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିର କପିକୁ ସେୟାର କରିଛନ୍ତି। ଏହା ସହ କହିଛନ୍ତି ସେ ମାମଲା ଜିତିଯାଇଛନ୍ତି। ବମ୍ବେ ହାଇକୋର୍ଟଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଏତିକି ନୁହେଁ, ହାଇକୋର୍ଟ ଓ୍ବେବସାଇଟରେ ମଧ୍ୟ କପି ଉପଲବ୍ଧ ଅଛି। ତେବେ ଏହାର ଆଗାମୀ ଶୁଣାଣି ଅକ୍ଟୋବର ୧୨ରେ ହେବ ବୋଲି ଏହି ଶୁଣାଣିରେ କୁହାଯାଇଛି।

ଋଚାଙ୍କ ପୋଷ୍ଟରେ ପ୍ରତିକ୍ରିୟା ରଖିଛନ୍ତି ପାୟଲ। ସେ ତାଙ୍କ ଟ୍ବିଟରେ ଲେଖିଛନ୍ତି ଯେତେବେଳେ ମାମଲା ବିଚାରଧୀନ ରହିଛି ଓ ଏବେ ସୁଦ୍ଧା ନିଷ୍ପତ୍ତି ଆସି ନାହିଁ, ସେ ମାମଲା ଜିତିଲେ କେମିତି? ସେ ଏକଥା କିପରି ଦାବି କରୁଛନ୍ତି। ଏ​‌ବେ ସାମାଜିକ ଗଣମାଧ୍ୟମରେ ଏ ଦୁହିଁଙ୍କ ପୋଷ୍ଟ ଭାଇରାଲ ହେଉଛି।

   Related Posts