Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ୧.୧ କୋଟି ଟଙ୍କାର ମାନହାନି ମାମଲା ଆଣିଲେ ଋଚା ଚଡ୍ଢା, ଅକ୍ଟୋବର ୭ରେ ହେବ ଶୁଣାଣି

6/10/2020 at 3:46 PM

ନୂଆଦିଲ୍ଲୀ ୦୬/୧୦: ବଲିଉଡରେ ଏବେ ସବୁ ପ୍ରକାର କନ୍ଦଳ ଦେଖିବାକୁ ମିଳୁଛି। ଲୋକପ୍ରିୟ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଯୌନଶୋଷଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷଙ୍କୁ ଟାର୍ଗେଟ କରିଛନ୍ତି ଋଚା ଚଡ୍ଢା। ଋଚା ପାୟଲଙ୍କ ଉପରେ ୧.୧ କୋଟି ଟଙ୍କାର ମାନହାନି ମକଦ୍ଦମା ରୁଜୁ  କରିଛନ୍ତି। କୋର୍ଟ ଏ ମାମଲାର ଶୁଣାଣି ଅକ୍ଟୋବର ୭ରେ କରିବ।  

ମଡେଲ ତଥା ଅଭିନେତ୍ରୀ ପାୟଲ ଅନୁରାଗଙ୍କ ଉପରେ ଅଭିଯୋଗ ଆଣି କହିଥିଲେ ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନୁରାଗଙ୍କ ସହ କାମ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାଆନ୍ତି। ଏହା ସହ ସେ ମାହି ଗିଲ ଓ ହୁମା କ୍ୟୁରେସିଙ୍କ ନାଁ ନେଇ ଥିଲେ। ଏବେ ଯାହା ଉପରେ ଋଚା ତୀବ୍ର ପ୍ରତିକ୍ରିୟା ରଖି ମାନହାନି ମକଦ୍ଦମା ରୁଜୁ କରିଛନ୍ତି।

ଋଚା କହିଛନ୍ତି ଯଦି କାହା ସହ କିଛି ବି ଭୁଲ ହେଉଛି ତାଙ୍କ ସହ ଖରାପ କାମ କରିଥିବା ଲୋକଙ୍କୁ ଦଣ୍ଡ ମିଳିବା ଦରକାର। ମାତ୍ର ଏମିତି ମିଛରେ କଥା କହିବା କିଛି ଦରକାର ନାହିଁ। ପାୟଲଙ୍କ ପାଖରେ ଏମିତି କି ପ୍ରମାଣ ନାହିଁ ତାହେଲେ ସେ ତାଙ୍କ ନାଁ ନେଇ ତାଙ୍କୁ ଅପମାନିତ କାହିଁକି କରୁଛନ୍ତି।

ସୂଚନାଯୋଗ୍ୟ ପାୟଲ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଚିଠି ଲେଖି ନିଜ ପାଇଁ ଓ ତାଙ୍କ ଓକିଲଙ୍କ ପାଇଁ ‘ଓ୍ବାଇ’ ସିକ୍ୟୁରିଟି ସୁରକ୍ଷା ପାଇଁ ଦାବି ମଧ୍ୟ କରିଛନ୍ତି।

   Related Posts