Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||

ଲିଭ୍-ଇନ୍‌ରେ ରିଚା ଚଡ୍ଢା-ଅଲି ଫଜଲ୍ : ସି-ଫେସିଂ ଆପାର୍ଟମେଣ୍ଟରେ ହେଲେ ଶିଫ୍ଟ୍

23/11/2020 at 5:29 PM

ମୁମ୍ବାଇ ୨୩/୧୧: ଅଭିନେତ୍ରୀ ଋଚା ଚଡ୍ଢାଙ୍କ ଏବର୍ଷ ବହୁତ ଆନନ୍ଦନାୟକ ହେବାର ଥିଲା କାରଣ ଏବର୍ଷ ସେ ନିଜ ବୟଫ୍ରେଣ୍ଡ ଅଲି ଫଜଲଙ୍କ ସହ ବିବାହ କରିବାକୁ ପୂରା ପ୍ରସ୍ତୁତି କରି ସାରିଥିଲେ। ଏହି ଯୋଡ଼ି ଅପ୍ରେଲ୍ ମାସରେ ବିବାହ କରିବେ ବୋଲି ଯୋଜନା କରିଥିଲେ। ସେମାନଙ୍କ ବିବାହ କରୋନା ଯୋଗୁଁ ଘୁଞ୍ଚିଯାଇଥିଲା। କିନ୍ତୁ ଏବେ ସେମାନେ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଋଚା ଏବଂ ଅଲି ଦୁହେଁ ଏବେ ନିଜ ସି-ଫେସିଂ ଆପାର୍ଟମେଣ୍ଟରେ ଶିଫ୍ଟ ହୋଇଯାଇଛନ୍ତି। ଏଠାରେ ଶିଫ୍ଟ ହୋଇ ସେମାନେ ବହୁତ ଖୁସି ଅଛନ୍ତି। ଋଚା ନିଜର ଏକ ତାଜା ସାକ୍ଷାତକାରରେ କହିଛନ୍ତି ଯେ ସେ ଏକ ଏପରି ଘରେ ଶିଫ୍ଟ ହେବାକୁ ଚାହୁଁଥିଲେ ଯେଉଁଠାରେ ସେ ମିଡିଆ ଦାଉରୁ ରକ୍ଷା ପାଇବେ।

ଋଚା ସାକ୍ଷାତକାରରେ କହିଥିଲେ ଯେ ଆମେ ଶାନ୍ତି ଚାହୁଁଥିଲୁ ଏବଂ ଆମ ନୂଆ ଘର,ଯାହା ସମୁଦ୍ର ନିକଟରେ ଅଛି ଏବଂ ଏଠାରେ ଚାରିପଟେ ଅବସରପ୍ରାପ୍ତ ଲୋକ ରହିଛନ୍ତି। ଏହା ବାନ୍ଦ୍ରା ଏବଂ ଅନ୍ଧେରୀ ଭଳି ପାପାରାଜି କ୍ୟାମେରାରେ ଘେରି ରହିଥିବା ସ୍ଥାନ ନୁହେଁ। ଏଠାରେ ଆମକୁ ଯଥେଷ୍ଟ ପ୍ରାଇଭେସି ମିଳିବ। ତାଙ୍କୁ ଜିମ୍ ଯିବା ପାଇଁ କିମ୍ବା ଇଭନିଂ ରନ୍ ପୂର୍ବରୁ ପ୍ରସ୍ତୁତ ହେବାକୁ ପଡ଼ିବ ନାହିଁ। ଋଚା ଏବଂ ଅଲି ଏହି ନୂଆ ଘର ଭଡ଼ାରେ ନେଇଛନ୍ତି ଯେଉଁଠାରେ ଏମାନେ କିଛି ବର୍ଷ ରହିବେ।

ଋଚା ଅଲିଙ୍କ ସହ ଶିଫ୍ଟ ହୋଇ ଖୁସି ଅଛନ୍ତି। କାରଣ ଏବେ କେଉଁ ମେଡ ରଖିବାର ଅଛି,କେଉଁ ସାବୁନ କିଣିବାର ଅଛି ସବୁ ନିଷ୍ପତ୍ତି ସେମାନେ ଏକାଠି ​‌ନେଇପାରିବେ। ​‌

   Related Posts