ଲମ୍ବା ଡେଟିଂରେ କିନ୍ତୁ ବାହାଘର କଥା ପଚାରିବାରୁ ରାଗିଗଲେ ଅଭିନେତ୍ରୀ : ଜାଣନ୍ତୁ କ’ଣ ଗର୍ଜିଲେ

Published By : Prameya-News7 Bureau | February 15, 2020 IST

ମୁମ୍ବାଇ ୧୫/୨: ବଲିଉଡ ଅଭିନେତ୍ରୀ ରିଚା ଚଡ୍ଢା ଏବଂ ଅଲି ଫଜଲ୍ କିଛି ବର୍ଷ ହେଲା ପରସ୍ପରକୁ ଡେଟ୍ କରୁଛନ୍ତି। ଏପରି ମଧ୍ୟ ଶୁଣିବାକୁ ମିଳିଥିଲା ଯେ ଦୁହେଁ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇ ପାରନ୍ତି। କୁହାଯାଉଥିଲା ଯେ ଦୁହେଁ ଜୁନ୍-ଜୁଲାଇରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଉଭୟେ ଏହି ଖବରକୁ ଏକ ଗୁଜବ ବୋଲି କହିଛନ୍ତି।

{"id":224660,"sizeSlug":"large"}

ଅଲି ଏବଂ ରିଚା ଗତ ୫ବର୍ଷ ହେଲା ପରସ୍ପରକୁ ଡେଟ୍ କରୁଛନ୍ତି। ରିଚା ଏକ ସାକ୍ଷାତକାରରେ କହିଛନ୍ତି ଯେ ପ୍ରଥମେ ସେ ଶୁଣିଥିଲେ ଯେ ଯେ ସକାଳ ୯ଟାରେ ବିବାହ କରୁଛନ୍ତି। ପରେ ଖବର ଆସିଥିଲା ଯେ ଭାଲେଣ୍ଟାଇନ୍ ଡେ ଅପରାହ୍ନ ୪ଟାରେ ସେମାନେ ବିବାହ କରିବେ। ଏହା ପରେ ଶୁଣିବାକୁ ମିଳିଥିଲା ଯେ ବିବାହ ରଦ୍ଦ ହୋଇଯାଇଛି। ରିଚା ଏହି ଖବରଗୁଡ଼ିକୁ ଗୁଜବ ବୋଲି କହିଥିଲେ।

{"id":224661,"sizeSlug":"large"}

ରିଚା ଏହାର ଉଚିତ୍ ଜବାବ ଦେବାକୁ ଯାଇ କହିଥିଲେ ଯେ ସେ ବୁଝି ପାରୁ ନାହାନ୍ତି କି ଏପରି କ’ଣ ହେଲା ଯେ ତାଙ୍କ ବିବାହ ରଦ୍ଦ ହୋଇଗଲା। ଉଭୟଙ୍କ ନକଲି ଓ୍ବେଡିଙ୍ଗ୍ କାର୍ଡ଼ ମଧ୍ୟ ସୋସିଆଲ ମିଡିଆରେ ଆସି ସାରିଥିଲା।

{"id":224665,"sizeSlug":"large"}

ସୋସିଆଲ ମିଡିଆରେ ଲୋକେ ରିଚା ଏବଂ ଅଲି ଫଜଲଙ୍କ ପିଲାଙ୍କ ନାଁ ସ୍ଥିର କରିବାର ମଧ୍ୟ ଦେଖିବାକୁ ମିଳିଥିଲା। ରିଚା ଆହୁରି ମଧ୍ୟ କହିଥିଲେ ଯେ ‘ ଏପରି ଲୋକଙ୍କୁ ସେ କହିବାକୁ ଚାହିଁବେ ଯେ ତାଙ୍କ ପିଲାଙ୍କ ସ୍କୁଲରେ ଆଡମିସନ ପାଇଁ ଅଳ୍ପ ଡୋନେସନ ମଧ୍ୟ ଜମା କରାଇ ଦିଅନ୍ତୁ କାରଣ ଶିକ୍ଷା ଏବେ ମହଙ୍ଗା ହୋଇ ଯାଇଛି।

{"id":224667,"width":589,"height":338,"sizeSlug":"large"}

ଅଲିଙ୍କ ବିଷୟରେ ରିଚା କହିଥିଲେ ଯେ ସେ ଅଲିଙ୍କୁ ଅଧିକ ପ୍ରଶଂସା କରିବାକୁ ଚାହୁଁନାହାନ୍ତି କାରଣ ଅଲିଙ୍କର ଅଧିକ ଭାଉ ହୋଇଯିବ। ଅଲି ଅତ୍ୟନ୍ତ କୁଲ୍ ସ୍ବଭାବର।

{"id":224668,"sizeSlug":"large"}

ରିଚା କହିଥିଲେ, ଆମ ପସନ୍ଦ-ନାପସନ୍ଦ ସବୁ ଅଧିକାଂଶ ମେଳ ଖାଇଥାଏ। ଯେତେବେଳେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେବେ ସେତେବେଳେ ସେମାନେ ହିଁ ଏହା ବିଷୟରେ ଘୋଷଣା କରିବେ।

{"id":224669,"width":591,"height":371,"sizeSlug":"large"}

ରିଚା ଚଡ୍ଢା ଭାଲେଣ୍ଟାଇନ ଡେ ର ଖାସ୍ ଅବସରରେ ଅଲି ଫଜଲଙ୍କ ପାଇଁ ଲଭ ଲେଟର ମଧ୍ୟ ଲେଖିଥିଲେ। ସେ ଏହାକୁ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଥିଲେ।

{"id":224662,"sizeSlug":"large"}

ରିଚା ଏବେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି।  

{"id":224664,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.