୧୫ ବର୍ଷର ସାନ ବୟଫ୍ରେଣ୍ଡକୁ ୧ କୋଟିରୁ ଅଧିକ ଦରମା ଦେଇ ରଖିଛନ୍ତି ମହିଳା : ଏଭଳି କରାଉଛନ୍ତି କାମ...

Published By : Prameya-News7 Bureau | October 14, 2021 IST

ନୂଆଦିଲ୍ଲୀ ୧୪।୧୦: ପ୍ରେମ ତ ସମସ୍ତେ କରନ୍ତି । କାହା ପାଇଁ ଖାସ୍ ଥାଏ ତା ଆଉ କାହା ପାଇଁ ଟାଇମ୍‌ ପାସ୍‌ । ହେଲେ ବିଦେଶରେ ପ୍ରେମ ଭଳି ସମ୍ପର୍କକୁ ଆଜିକାଲି ଟଙ୍କା ଦେଇ କିଣାଯାଉଛି । ଏଭଳି ଜଣେ ୪୪ ବର୍ଷୀୟ ମହିଳା ଦରମା ଦେଇ ପ୍ରେମିକ ରଖିଛନ୍ତି । ମହିଳାଙ୍କ ପ୍ରେମିକ ବି ବୟସରେ ତାଙ୍କଠାରୁ ୧୫ ବର୍ଷ ସାନ। ମହିଳା ତାଙ୍କୁ ଦରମା ଦେଉଛନ୍ତି ଓ ଏହା ବଦଳରେ ଯାହା ଚାହୁଁଛନ୍ତି ପ୍ରେମିକ ଦ୍ୱାରା କରାଉଛନ୍ତି ।

ତେବେ ଜୁଲି ନାମକ ମହିଳା ଟିକ୍ ଟକ୍ ଆକାଉଣ୍ଟରେ ନିଜ ପ୍ରେମିକ ବିଷୟରେ ଅନେକ କିଛି କହିଛନ୍ତି। ଜୁଲିଙ୍କ ବୟସ ବର୍ତ୍ତମାନ ୪୪ ବର୍ଷ ହୋଇଥିବା ବେଳେ ତାଙ୍କ ପ୍ରେମିକଙ୍କ ବୟସ ମାତ୍ର ୨୯ ବର୍ଷ । ଜୁଲିଙ୍କ କହିବା ଅନୁଯାୟୀ ସେ ନିଜ ପ୍ରେମିକ ପଛରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି, ଯେପରିକି ସେ ତାଙ୍କ ଦ୍ୱାରା କିଛି ବି କରାଇପାରିବେ । ଜୁଲି ନିଜ ପ୍ରେମିକ ଦ୍ୱାରା ରୋଷେଇ କରିବା ଠାରୁ ନେଇ ପୁଲ୍ ସଫା କରିବା ଓ ଘରର ସମସ୍ତ କାମ କରାଉଛନ୍ତି । ମହିଳା ନିଜର ଟିକ୍ ଟକ୍ ଭିଡିଓରେ କହିଛନ୍ତି ଯେ, ସେ ନିଜ ପ୍ରେମିକକୁ ସବୁକିଛି ଦେଉଛନ୍ତି, ଯାହା ତାଙ୍କର ଦରକାର ହେଉଛି। ଏପରି କି ସେ ଗୋଟିଏ ମାସରେ ତାଙ୍କ ଉପରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ଘର କାମ ସହିତ ଅନ୍ୟ କାମକୁ ବି ମହିଳା ନିଜ ପ୍ରେମିକ ଦ୍ୱାରା କରାଇଥାନ୍ତି।

ତେବେ ଦୁହିଁଙ୍କ ମଧ୍ୟରେ ବୟସର ବ୍ୟବଧାନ ଥିବାରୁ ମହିଳାଙ୍କୁ ଅନେକ ଲୋକ ପରିହାସ କରୁଛନ୍ତି, କିନ୍ତୁ ସେ ଏହାର ଖାତିର କରନ୍ତି ନାହିଁ । ବୟସକୁ ଦେଖି ଅନେକ ଲୋକ ମହିଳାଙ୍କୁ କହିଥିଲେ ଯେ, ଖୁବଶୀଘ୍ର ଜୁଲିଙ୍କ ପ୍ରେମିକ ତାଙ୍କୁ ଛାଡି ଅନ୍ୟ ମହିଳାଙ୍କ ପାଖକୁ ଚାଲି ଯିବେ । ଏଥିରେ ଜୁଲି ଉତ୍ତର ଦେଇ କହିଥିଲେ ଯେ, ‘ଏଥିରେ ମୋତେ ଡରିବାର ନାହିଁ । ଜୁଲି ଜଣେ ଅଧିକ ଧନୀ ମହିଳା । ତାଙ୍କ ପାଖରେ ନିଜର ଘର, କାର ଓ ଭଲ ବ୍ୟାଙ୍କ ବ୍ୟାଲାନ୍ସ ଖୁବ୍ ଅଧିକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.