ଜନ୍ମ ମାଟିରେ ସହିଦ ଓଡିଆ ଯବାନ ଅଜିତ ସାହୁଙ୍କ ମରଶରୀର

Published By : Prameya-News7 Bureau | June 20, 2019 IST

ଢେଙ୍କାନାଳ ୨୦|୬: ଢେଙ୍କାନାଳରେରେ ପହଞ୍ଚିଲା ସହିଦ ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର । ଢେଙ୍କାନାଳ ମିନି ଷ୍ଟାଡିମୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସହିଦଙ୍କ ଶେଷ ଦର୍ଶନ କରିଛନ୍ତି । ରାତ୍ରି ଗୋଟାଏ ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ୧୨୦ ବାଟାଲିୟନକୁ ଅଜିତଙ୍କ ମରଶରୀରକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ ଅନ୍ ର ଦିଆଯାଇଥିଲା ।  ଗାର୍ଡ ଅଫ ଅନର ଦିଆଯିବା ସମୟରେ ରାଜ୍ୟପାଳ ଗଣେଶୀ ଲାଲ୍ ଉପସ୍ଥିତ ଥିଲେ । 

{"id":124954}

ସେଠାରୁ ସହିଦଙ୍କ ପାର୍ଥିବ ଶରୀରକୁ ଜନ୍ମ ମାଟି କାମାକ୍ଷାନଗର ବଡସୁଆଁଳ ଗାଁକୁ ନିଆଯିବ । ପୈତୃକ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିଦଙ୍କ ଶେଷକୃତ୍ୟ କରାଯିବ । ଜାମ୍ମୁର ଅନନ୍ତନାଗରେ ଆତଙ୍କବାଦୀଙ୍କ ମୁକାବିଲା ବେଳେ ସହିଦ ହୋଇଯାଇଛନ୍ତି କାମାକ୍ଷାନଗର ବଡସୁଆଁଳ ଗାଁର ଅଜିତ ।

{"id":124955}

୨୦୧୫ରେ ସେନାରେ ଯୋଗ ଦେଇଥିଲେ ଅଜିତ୍ । ପ୍ରଥମେ କୋଲକାତାରେ ଜଏନ୍ କରିଥିଲେ । ବଦଳି ହୋଇଥିଲା ଜମ୍ମୁକୁ । ସେ ୪୪ ରାଷ୍ଟ୍ରୀୟ ରାଇଫଲ୍ସରେ କାର୍ଯ୍ୟରତ ଥିଲେ । ବୀର ପୁଅକୁ ହରାଇ ପରିବାର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ । ଦେଶ ମାତୃକାର ସେବା ପାଇଁ ସେ ସହିଦ ହୋଇଯାଇଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.