ଭାରତରେ ବଢୁଛି ଧନୀ ଓ ଗରୀବଙ୍କ ଅନ୍ତର, ୭୦ ପ୍ରତିଶତ ଲୋକଙ୍କ ସମ୍ପତ୍ତି ଏବେ ୧ ପ୍ରତିଶତ ଧନୀକଙ୍କ ମୁଠାରେ

Published By : Prameya-News7 Bureau | January 20, 2020 IST

ନୂଆଦିଲ୍ଲୀ ୨୦।୧: ଭାରତରେ ଧନୀ ଓ ଗରୀବଙ୍କ ମଧ୍ୟରେ ତାରତମ୍ୟତା ବଢିଛି। ପରିସ୍ଥିତି ଏବେ ଏପରି ହୋଇଛି ଯେ ଦେଶର ମୋଟ ଜନସଂଖ୍ୟର ମାତ୍ର ୧ ପ୍ରତିଶତ ଧନୀକ ମୋଟ ଜନସଂଖ୍ୟାର ୭୦ ପ୍ରତିଶତ ଅର୍ଥାତ୍ ୯୫.୩ ପ୍ରତିଶତ ଲୋକଙ୍କ ମୋଟ ଧନର ୪ ଗୁଣାରୁ ବି ଅଧିକ ସମ୍ପତ୍ତି ରହିଛି । ସେହିପରି ଭାରତ ସରକାରଙ୍କ ବାର୍ଷିକ ବଜେଟ ଯେତିକି ତା ଠାରୁ ବି ଭାରତୀୟ ବିଲିୟୋନେରଙ୍କ ପାଖରେ ଅଧିକ ସମ୍ପତ୍ତି ଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି।

{"id":213849,"width":562,"height":315,"sizeSlug":"large"}

ୱାଲର୍ଡ ଇକୋନୋମିକ ଫୋରମ (WEF)ର ୫୦ତମ ବାର୍ଷିକ ବୈଠକ ପୂର୍ବରୁ Oxfam ଜାରି କରିଥିବା ଷ୍ଟଡି ରିପୋର୍ଟ 'TIME TO CARE' ରୁଏହା ଜଣାପଡିଛି । ସାରାବିଶ୍ୱରେ ୨,୧୫୪୩ ବିଲିୟୋନେରଙ୍କ ପାଖରେ ବିଶ୍ୱର ୬୦ ପ୍ରତିଶତ ଜନସଂଖ୍ୟାରୁବି ଅଧିକ ସମ୍ପତ୍ତି ରହିଛି । ରିପୋର୍ଟ ଅନୁସାରେ ମାତ୍ର ଗତ କିଛି ବର୍ଷରେ ଦୁନିଆର ବିଲିୟୋନେରଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। କିନ୍ତୁ ସେମାନଙ୍କ ସମ୍ପତ୍ତି ଗତ ବର୍ଷ ତୁଳନାରେ କମ୍‌ ରହିଛି ।

{"id":213850,"sizeSlug":"large"}

Oxfam ଇଣ୍ଡିଆର ସିଇଓ ଅମିତାଭ ବହରଙ୍କ ଅନୁସାରେ, ଯେତେଦିନ ପର୍ଯ୍ୟନ୍ତ ସରକାର ଧନୀ ଓ ଗରୀବଙ୍କ ମଧ୍ୟରେ ଅନ୍ତର ଦୂର କରିବାକୁ ଯୋର ନଦେବେ, ସେତେଦିନ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ଅସମାନତା ବଢିବଢି ଚାଲିବ । ସ୍ୱିଜରଲ୍ୟାଣ୍ଡ ଦାବୋସ ସହରରେ ସୋମବାରଠାରୁ ୱାଲର୍ଡ ଇକୋନୋମିକ ଫୋରମ୍ ଆରମ୍ଭ ହେଉଛି । ଏହି ଫୋରମ୍‌ରେ ଚଳିତ ଥର ଅସାମନତା ପ୍ରସଙ୍ଗ ଉଠିପାରେ ବୋଲି ଅନୁମାନ କରାଯାଉଛି । ଭାରତରେ ମୋଟ ୬୧ଜଣ ବିଲିୟୋନେରଙ୍କ ନିକଟରେ ଯେତିକି ସମ୍ପତ୍ତି ରହିଛି ତାହା ଭାରତ ସରକାରଙ୍କ ୨୦୧୮-୧୯ ବର୍ଷର ମୋଟ ବଜେଟ୍ (୨୪.୪୨ଲକ୍ଷ କୋଟି ଟଙ୍କା)ରୁ ଅଧିକ ବୋଲି Oxfam ରିପୋର୍ଟରେ ଦର୍ଶାଯାଇଛି ।

{"id":213853,"sizeSlug":"large"}

ଭାରତରେ ଯେକୌଣସି ବୈଷୟିକ କମ୍ପାନୀର ସିଇଓ ବର୍ଷରେ ଯେତିକି ଟଙ୍କା ରୋଜଗାର କରନ୍ତି । ଘର ଘର ବୁଲି କାମ କରୁଥିବା ମହିଳାଙ୍କ ପାଇଁ ସେତିକି ଟଙ୍କା ରୋଜଗାର କରିବା ପାଇଁ ୨୨,୭୭୭ ବର୍ଷ ଲାଗିଯିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଘରେ ରହୁଥିବା ମହିଳାମାନେ ବାର୍ଷିକ ଯେତିକି ପରିମାଣର ଟଙ୍କା ରୋଜଗାର କରୁଛନ୍ତି, ଜଣେ ଜଣେ କମ୍ପାନୀର ସିଇଓଙ୍କୁ ସେତିକି ଟଙ୍କା ରୋଜଗାର ଲାଗି ୧୦ମିନିଟ ସମୟ ଲାଗୁଛି । ସେମାନେ ପ୍ରତି ସେକେଣ୍ଡରେ ୧୦୬ ଟଙ୍କା ରୋଜଗାର କରୁଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

{"id":213854,"sizeSlug":"large"}

ମହିଳା ଓ ଯୁବତୀମାନେ ପ୍ରତିଦିନ ପରିବାର ଓ ଅନ୍ୟ ଲୋକଙ୍କୁ ବିନା ପାଉଣାରେ ଦେଖାଶୁଣା ଲାଗି ୩.୨୬ ବିଲିୟନ ଘଣ୍ଟା କାମ କରୁଛନ୍ତି । ଏଥିରେ ଭାରତୀୟ ଅର୍ଥବ୍ୟବସ୍ଥାକୁ ସେମାନଙ୍କର ବାର୍ଷିକ ଯୋଗଦାନ୧୯ଲକ୍ଷ କୋଟି ଟଙ୍କା ରହିଛି। କିନ୍ତୁ ଭାରତ ସରକାର ବଜେଟରେ ଶିକ୍ଷା ପାଇଁ ୯୩,୦୦୦ କୋଟି ଟଙ୍କା ମାନେ ୨୦ଗୁଣ ଅଧିକ ରଖୁଛନ୍ତି । ଯଦି ଦେଶର ଜି଼ଡିପିର ୨ପ୍ରତିଶତ ସାର୍ବଜାନିକ ନିବେଶ କରାଯାଏ, ତେବେ ପ୍ରତିବର୍ଷ ଦେଶରେ ୧.୧ କୋଟି ଚାକିରୀ ସୃଷ୍ଟି ହୋଇପାରିବ ବୋଲି ରିପୋର୍ଟରେ ଦର୍ଶା ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.