Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ
  • ||
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||

ଔଷଧୀୟ ଗୁଣରେ ଭରପୁର ‘ରେଡ ଡାଇମଣ୍ଡ’: ବୟସକୁ ମାତ୍ ଦେଇଥାଏ ଏହି ଫଳ, ଜାଣନ୍ତୁ କେଉଁଠି ଫଳେ…

15/04/2020 at 8:41 PM

ନୂଆଦିଲ୍ଲୀ ୧୫/୦୪: ଉତ୍ତର-ପଶ୍ଚିମ ପିଲିନଦୀ କୂଳରେ ଓ ଲ୍ୟୁପିନ ପାହାଡ ତଳେ ଅବସ୍ଥିତ ନିଙ୍ଗିଜିୟା ଅଞ୍ଚଳରେ ଏକା ଫଳ ଚାଷ କରନ୍ତି ଯାହାର ଚାହିଦା ଏସିଆରେ ବହୁତ ରହିଛି | ୱେଫି ଛୋଟ ଅଣ୍ଡାକୃତି ଫଳକୁ ରେଡ ଡାଇମଣ୍ଡ କୁହାଯାଏ | ଏହି ଫଳ ଖାଇଲେ ବୟସ କମି ଯାଏଁ ବୋଲି ବିଶ୍ୱାସ ରହିଛି | ଏହାକୁ ସୁପରଫୁଡ ମଧ୍ୟ କୁହାଯାଉଛି | ଚୀନର ଲୋକେ ଏହାକୁ ଔଷଧ ରୂପେ ବ୍ୟବହାର କରନ୍ତି | ସେମାନଙ୍କ ପାଇଁ ଏହା ଗୁଜବେରି ବା ବ୍ଲୁବେରି | ଏହା ପୁରା ଚୀନରେ ହୁଏ କିନ୍ତୁ ନିଙ୍ଗିଜୀୟାରେ ଭଲ କିସମର ଫଳ ହୋଇଥାଏ |

ପାହାଡର ଥଣ୍ଡା ଜଳବାୟୁ, ଖଣିଜ ମାଟି ଓ ପିଲି ନଦୀ ପାଣି ଯୋଗୁଁ ନିଙ୍ଗିଜିୟାର ଫଳ ସର୍ବୋତ୍କୃଷ୍ଟ | ପ୍ରତି ବର୍ଷ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଉଚ୍ଚ ଉଚ୍ଚ ବୁଦାରେ ନାଲି ରଙ୍ଗର ଏହି ଫଳ ଫଳିଥାଏ | ଏହାକୁ ସାବଧାନତାର ସହ ତୋଳି ବାଉଁଶ ଡାଲାରେ ରଖାଯାଏ | ଚୀନରେ ପାରମ୍ପରିକ ଚିକିତ୍ସା ପ୍ରଣାଳୀରେ ଚିକିତ୍ସା କରୁଥିବା ଡାକ୍ତର କୁହନ୍ତି ଯେ ଏହି ଫାଲରା ଔଷଧୀୟ ଗୁଣ ରହିଛି |

ଚୀନରେ ଏହି ଫଳକୁ ଉଭୟ ଫଳ ଓ ଔଷଧ ରୂପେ ବ୍ୟବହାର କରାଯାଏ | ଏଥିରେ ଭିଟାମିନ ସି, ଏଣ୍ଟିଅକ୍ସିଡେଣ୍ଟ, ଏମିନୋ ଏସିଡ ଏବଂ ଖଣିଜ ଲବଣ ରହିଛି | ପାରମ୍ପରିକ ଚିକିତ୍ସକ ଲିଭର ଓ କିଡନୀ କ୍ଷମତା ବୃଦ୍ଧି କରିବା ପାଇଁ ଏହି ଫଳ ସେବନ କରିବାକୁ ପରାମର୍ଶ ଦେଇଥାନ୍ତି | ଏହା ଆଖି ପାଇଁ ମଧ୍ୟ ବହୁତ ଉପାଦେୟ | କାରଣ ଏଥିରେ କେରୋଟିନ ରହିଛି |

ସ୍ୱଳ୍ପ ଆଞ୍ଚରୀ ତିଆରି ହେଉଥିବା ଓଲଡ ଫାୟାର ସିମର ସୁପରେ ଚିକେନ, ନାଲି ଖଜୁରୀ ଓ ଅଦା ସହ ଶୁଖିଲା ଗୋଜି ବେରି ମଧ୍ୟ ପକାଯାଏ | ଯଦି କୌଣସି ରୋଗୀଙ୍କୁ ଜ୍ୱର, ଗଳାରେ କର୍କଶ କିମ୍ବା ଜ୍ବଳନ ହୁଏ ତେବେ ତାଙ୍କୁ ଗୋଜିବେରି ଖାଇବାକୁ ବାରଣ କରାଯାଇଥାଏ | ଠିକ ସେହିପରି ଡାଇରିଆ ରୋଗୀଙ୍କୁ ମଧ୍ୟ ଗୋଜିବେରି ଖାଇବାକୁ ବାରଣ କରାଯାଏ | କିନ୍ତୁ ସୁସ୍ଥ ମଣିଷ ପାଇଁ ଗୋଜିବେରି ବହୁତ ଭଲ |

ଏକା ବିଶ୍ୱାସ ରହିଛି ଯେ, ୨୦୦୦ ବର୍ଷ ପୂର୍ବରୁ ଜଣେ ଡାକ୍ତର ଚୀନର ଏମିତି ଏକା ଗାଁକୁ ଯାଇଥିଲେ ଯେଉଁଠି ସମସ୍ତେ ୧୦୦ ବର୍ଷରୁ ଅଧିକ ବୟସର ଥିଲେ | ସେ ଦେଖିଲେ ଗ୍ରାମବାସୀ ଯେଉଁ କୂଅର ପାଣି ପିଉଥିଲେ ସେହି କୂଅ ଚାରିପଟେ ଗୋଜିବେରି ଗଛ ଥିଲା | ଫଳ ପାଚିବା ପରେ କୂଅରେ ପଡିଯାଉଥିଲେ ଏବଂ ଏହାର ଭିଟାମିନ ଓ ଔଷଧୀୟ ଗୁଣ ପାଣିରେ ମିଶି ଯାଉଥିଲା |ଏହି ବେରି ଅନ୍ତରାଷ୍ଟ୍ରୀୟ ଉପଭୋକ୍ତାଙ୍କ ମଧ୍ୟରେ ବହୁତ ଲୋକପ୍ରିୟ | ସୁପରଫୁଡରୁ ଆକର୍ଷିତ ହୋଇ ପାଶ୍ଚାତ୍ୟ ଦେଶରେ ଲୋକେ ଏହାର ଏକା ପ୍ୟାକେଟ ପାଇଁ ୧୦ ଆମେରିକୀୟ ଡଲାର ଦେବା ପାଇଁ ମଧ୍ୟ ପଛେଇ ନଥାନ୍ତି |ଏସିଆ ତୁଳନାରେ ଏହାର ମୂଲ୍ୟ ୩ ଗୁଣ ଅଧକ |

ଏହାର ମୂଲ୍ୟ ପାଇଁ ଚାଷୀ ପ୍ରେରଣା ପାଇ ଅଧିକ ଚାଷ କରିଥାନ୍ତି ଓ ଫଳକୁ ସୁପର ମାର୍କେଟରେ ପହଞ୍ଚାଇଥାନ୍ତି | ନିଙ୍ଗିଜିୟା ଚାଷୀ ବର୍ଷକୁ ୧୮୦,୦୦୦ ଟନ ଗୋଜିବେରି ତୋଳିଥାନ୍ତି | ଚାଷୀ ଏହାକୁ ଶୁଖାଇ ବିକ୍ରି କରିଥାନ୍ତି | କାରଣ ତାଜା ଫଳ ଅଧିକ ଦିନ ରହିନଥାଏ | ଫଳକୁ ବଡ ବଡ ଟ୍ରେରେ ରଖି ଖରାରେ ଶୁଖାଯାଇଥାଏ | ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ଲୋକ ଏହି ସୁପରଫୁଡ ଖାଇବାକୁ ବ୍ୟାହତ ପସନ୍ଦ କଋଥାଙ୍ଗଟି | ଏସିଆରେ ପିଢ଼ି ପରେ ପିଢ଼ି ଏହି ଫଳର ସୁପ କିମ୍ବା ଚା କରି ପିଅନ୍ତି | ଏମାନେ ଏହାକୁ କିସମିସ ଭଳି ଶୁଖାଇ ମଧ୍ୟ ଖାଇଥାନ୍ତି |

   Related Posts