Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଆନନ୍ଦ ମହିନ୍ଦ୍ରାଙ୍କ ବଡଦାନ: ନିଜ ରିସୋର୍ଟରେ କରୋନା ହସ୍ପିଟାଲ ପାଇଁ ଦେଲେ ପ୍ରସ୍ତାବ, ଦେଇଦେଲେ ଦରମା

23/03/2020 at 6:41 PM

ନୂଆଦିଲ୍ଲୀ,୨୩।୩: ରବିବାର ତଥା ମାର୍ଚ୍ଚ ୨୨ରେ ସାରା ଭାରତ ଜନତା କର୍ଫ୍ୟୁ ପାଳନ କରିଛି। କରୋନା ମୁକାବିଲା କ୍ଷେତ୍ରରେ ଏହା ଦେଶବାସୀଙ୍କ ଏକ ବଡ ପଦକ୍ଷେପ। ଏହା ମଧ୍ୟରେ ମହିନ୍ଦ୍ରା ଗ୍ରୁପର ନିର୍ଦ୍ଦେଶକ ଆନନ୍ଦ ମହିନ୍ଦ୍ରା ସରକାରଙ୍କୁ କରୋନା ମୁକାବିଲା ପାଇଁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇବେ ବୋଲି କହିଛନ୍ତି।

ଏନେଇ ସେ ଟ୍ୱିଟ ଯୋଗେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦେଶ ଏବେ ତୃତୀୟ ପର୍ଯ୍ୟାୟ ଆଡକୁ ଗତି କରୁଛି। ଯାହା ବିପଦଜ୍ଜନକ। ଅଧିକ ସଂକ୍ରମିତଙ୍କ ପାଇଁ ସେହି ପରିମାଣର ଡାକ୍ତରଖାନା, ଭାଣ୍ଟିଲେଟର ଆଦି ଆବଶ୍ୟକ। ତେବେ ମହିନ୍ଦ୍ରା ନିଜର ସମସ୍ତ ରିସୋର୍ଟକୁ  ସାମୟିକ ସମୟ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର କରିବାକୁ ପ୍ରସ୍ତୁତ ରହିଛି। ଏହାସହ କର୍ମଚାରୀମାନେ ମଧ୍ୟ ସରକାର ଓ ସେନା ବାହିନୀକୁ ସହଯୋଗ କରିବେ।

ସେ ଆହୁରି ଘୋଷଣା କରିଛନ୍ତି ଯେ, ମହିନ୍ଦ୍ରା ଗ୍ରୁପ୍ ଅତିଶୀଘ୍ର ଭାଣ୍ଟିଲେଟର ପ୍ରସ୍ତୁତ କରିବାକୁ ପ୍ରୟାସ ଚଳାଇଛି। ଏପରିକି ଲକଡାଉନ୍ ସମୟରେ ମଧ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ମହିନ୍ଦ୍ରା ଫାଉଣ୍ଡେସନ ଏକ ଫଣ୍ଡ୍ ପ୍ରତିଷ୍ଠା କରିଛି। ଏଥିରେ କମ୍ପାନୀର ମାସିକ ଲାଭ ପ୍ରଦାନ କରାଯିବ। ଯାହା କରୋନାରେ ପ୍ରଭାବିତ ହୋଇଥିବା ଛୋଟ ବ୍ୟବସାୟୀ, ବେସରକାରୀ ଚାକିରିଆଙ୍କୁ ପ୍ରଦାନ କରାଯିବ।

   Related Posts