ଚାଉଳ ଧୁଆ ପାଣି ଓ ପେଜ ଆପଣଙ୍କ ତ୍ବଚାକୁ କରିପାରେ ତେଜିୟାନ ଓ ମୁଲାୟମ,ବ୍ୟବହାର ଜାଣନ୍ତୁ

Published By : Prameya-News7 Bureau | October 24, 2018 IST

ଚାଉଳର ପାଣି ବା ଚାଉଳ ମଣ୍ଡର ବହୁ ଉପାଦେୟ ଗୁଣ ରହିଛି | ଚାଉଳର ପାଣି ବା ଚାଉଳ ମଣ୍ଡରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍ସ ରହିଛି | ଫଳରେ ଏହା ଆମ ଶରୀର ପାଇଁ ଯେତିକି ଲାଭଦାୟକ, ଆମ ତ୍ୱଚା ଓ ଚୁଟି ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ | ଏହି ପାଣିର ବ୍ୟବହାରରେ ତ୍ୱଚାରେ ଚମକ ଆସିଥାଏ | ଏହା ଏକ ପ୍ରକାର ଏଣ୍ଟି ଏଜିଙ୍ଗ ଭଳି କାମ କରିଥାଏ | ଆସନ୍ତୁ ଜାଣିବା ଏହାର ବ୍ୟବହାର :- ୧. ଦୁଇଟି ଉପାୟରେ ଆମେ ଏହା ପ୍ରସ୍ତୁତ କରିପାରିବା | ପ୍ରଥମତଃ ଚାଉଳକୁ ଅଧା ଘଣ୍ଟା କିମ୍ବା ରାତିସାରା ପାଣିରେ ଭିଜାଇ ରଖିବେ | ଭଲ ଭାବରେ ବତୁରି ଗଲାପରେ ଚାଉଳକୁ ଛାଣି ଦେବେ | ଦ୍ୱିତୀୟତଃ ଯେମିତି ଭାତ ରନ୍ଧା ଯାଏ ସେମିତି ରାନ୍ଧିବେ | ଭାତ ସମ୍ପୂର୍ଣ ହୋଇଗଲା ପରେ ଏହାର ପେଜ ବାହାର କରିଦେବେ | ଏହି ପେଜ ବା ମଣ୍ଡରେ ଆବଶ୍ୟକ ପରିମାଣର ଭିଟାମିନ ଏବଂ ମିନେରାଲ୍ସ ରହିଛି | ଏହି ପାଣି ବା ପେଜକୁ ଆପଣ ମୁହଁ ସଫା କରିବା ପାଇଁ ବ୍ୟବହାର କରିପାରିବେ | ଏହା ଆପଣଙ୍କ ମୁହଁକୁ ତାଜା ଓ ସ୍ୱଚ୍ଛ କରିବାରେ ସାହାଯ୍ୟ କରିବ | ବୟସ ବଢିବା ସଂଗେ ସଂଗେ ଚେହେରାର ଚମକ ମଧ୍ୟ କମିଯାଇଥାଏ | ଏହି ଉପାୟ ଦ୍ୱାରା ଆପଣ ପୁରୁଣା ଚମକ ଫେରି ପାଇବେ | ୨. ଚାଉଳ ଭିଜା ପାଣି ବା ମଣ୍ଡା ବ୍ୟବହାର ଦ୍ୱାରା ମୁହଁରେ ଉଠୁଥିବା ବ୍ରଣ ମଧ୍ୟ ଦୂର ହୋଇଯାଇଥାଏ | ଏହା ସହିତ ତ୍ୱଚା କୋମଳ ମଧ୍ୟ ହୋଇଥାଏ | କଟନକୁ ଏହି ପାଣିରେ ଭିଜେଇ ମୁହଁ ଲଗେଇ ପାରିବେ କିମ୍ବା କୌଣସି ଏକ ସ୍ପ୍ରେ ବୋତଲରେ ପୁରାଇ ମୁହଁରେ ସ୍ପ୍ରେ ମଧ୍ୟ କରିପାରିବେ | ଏହାର ବ୍ୟବହାର ପରେ ଆପଣଙ୍କୁ କୌଣସି ମଇଶ୍ଚରାଇଜରର ଦରକାର ପଡିବ ନାହିଁ | ଏହି ପାଣିରେ ମୁଣ୍ଡ ସଫା କଲେ ମଧ୍ୟ ଚୁଟି ବହୁତ ଚିକ୍କଣ ହୋଇଥାଏ | ଏହାସହ ଚୁଟି ମଜବୁତ ମଧ୍ୟ ହୋଇଥାଏ | ଏହା କଣ୍ଡିସନର ଭଳି କାମ କରିଥାଏ | ସାମ୍ପୁ କରିବା ପରେ ଏହି ପାଣିରେ ଚୁଟି ଧୋଇବେ | ଚୁଟିର ମୂଳରେ ମସାଜ କରିବେ ଏବଂ ପରେ ସଫା ପାଣିରେ ଧୋଇବେ | ଏହି ପ୍ରକ୍ରିୟା ସପ୍ତାହକୁ ଥରେ କିମ୍ବା ଦୁଇଥର କରିବା ଫଳରେ ଚୁଟି ସୁନ୍ଦର ଏବଂ ମୁଲାୟମ ହୋଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.