Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ବରଗଡ଼: ଅନ୍ୟ ଜିଲ୍ଲାରୁ ଆସିଥିବା ଧାନ ଟ୍ରାକ୍ଟର ଏବଂ ଟ୍ରକକୁ ଜବତ କଲା ବ୍ଲକ ସ୍ତରୀୟ ଏନ୍‌ଫୋର୍ସମେଣ୍ଟ ଟିମ୍

22/11/2020 at 6:38 PM

ବରଗଡ଼୨୨/୧୧:​‌ ଗତ ୯ ତାରିଖରୁ ଆରମ୍ଭ ହୋଇଛି ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପକ୍ରିୟା । ମାତ୍ର ଧାନ ସଂଗ୍ରହ ଆରମ୍ଭରୁ ହିଁ ଦେଖା ଦେଇଛି ଅବ୍ୟବସ୍ଥା । ଅନ୍ୟ ଜିଲ୍ଲାରୁ ଭେଡେନ ବ୍ଲକକୁ ଧାନ ଚୋରା ଚାଲାଣ ବେଳେ ୨ଟି ଧାନ ବୋଝେଇ ଟ୍ରକ ଓ ଗୋଟିଏ ଟ୍ରାକ୍ଟରକୁ ଜବତ କରିଛି ବ୍ଲକ ସ୍ତରୀୟ ଏନଫୋର୍ସମେଣ୍ଟ ଟିମ । ଘଟଣା ସ୍ଥଳରେ ବରଗଡ଼ ଉପଜିଲ୍ଲାପାଳ ଓ ଭେଡେନ ବିଡ଼ିଓ ପହଞ୍ଚି ଆରମ୍ଭ କରିଛନ୍ତି ତଦନ୍ତ । ଧାନ କେଉଁଠୁ ଆସିଥିଲା ଓ କେଉଁ ମିଲକୁ ଯାଉଥିଲା ସେ ସମ୍ପର୍କରେ ତଦନ୍ତ କଲାପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବରଗଡ଼ ଉପଜିଲ୍ଲାପାଳ ପ୍ରଭାସ ଡ଼ନସେନା।

ହୀରାକୁଦର ତଳି ଅଞ୍ଚଳରେ ବା କେନାଲ ପାଣି ଉପରେ ନିର୍ଭର କରୁଥିବ ଚାଷୀଙ୍କର ପ୍ରାୟ ୩୦ ପ୍ରତିଶତରୁ ଉର୍ଦ୍ଧ୍ଵ ଧାନ ଅମଳ ସରିଲାଣି, ଧାନ କଟାଠାରୁ ଆରମ୍ଭ କରି ଧାନ ମଡାସହ ଧାନକୁ ଶୁଖାଇ ପ୍ରାୟ ପ୍ରସ୍ତୁତ ହୋଇସାରିଛନ୍ତି ଚାଷୀମାନେ। ଟୋକନ ମାଧ୍ୟମରେ ଧାନ ବିକିବା ପାଇଁ ସରକାରଙ୍କ ନିଷ୍ପତ୍ତି ହୋଇଥିବା ବେଳେ କିଛି ଚାଷୀଙ୍କୁ ଏ ଯାଏଁ ଟୋକନ ମିଳିନଥିବା ଅଭିଯୋଗ ମଧ୍ୟ ରହିଛି।

ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହୋଇ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪୪ ଲକ୍ଷ ୭୫ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଛନ୍ତି ୪୯ ମିଲର୍ସ ଓ ପରବର୍ତ୍ତୀ ପର୍ଯ୍ୟାୟରେ ୬୪ ମିଲର୍ସ  ସାମିଲ ହେବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସୁଧା ୧ଲକ୍ଷ ୩୫ ହଜାର ୬୩୨ ଜଣ ଚାଷୀଙ୍କ ଟୋକନ ଆସି ସାରିଥିବା ବେଳେ ଧାନ ବିକ୍ରି ପାଇଁ ଏକ ମାସ ସମୟ ସୀମା ଧାର୍ଯ୍ୟ କରାଯାଇଛି। ମାସେ ଭିତରେ ଧାନ ଚାଷୀ ବିକ୍ରି କରିପାରିବେ ବୋଲି ସ୍ପଷ୍ଟ କରାଯାଇଛି।୫୮ଟି ପେକ୍ସ ୧୪ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ୧୮୫ ସେଣ୍ଟରରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି ।

   Related Posts