ଭଦ୍ରକରେ ଧରାପଡ଼ିଲା ଚାଉଳ ଚୋରୀ
Published By : Prameya-News7 Bureau | August 07, 2018 IST
ଭଦ୍ରକ ବଲଜିତ୍ ପଡ଼ା ସେଣ୍ଟ୍ରାଲ୍ ଓ୍ୱେୟାରହାଉସ ଗୋଦାମ ଘରୁ OR-09-L0425 ବାଶିଷ୍ଟ ଚାଉଳ ବୋଝେଇ ଟ୍ରକ ୨୮୦ ବସ୍ତା ମାଧ୍ୟାନ୍ନ ଭୋଜନ ଚାଉଳ ଧରି ବାହାରିଥିଲା। କୌଣସି ବିଦ୍ୟାଳୟ କିମ୍ୱା ବ୍ଲକ କୁ ନଯାଇ ସିଧା ପହଞ୍ଚିଥିଲା ଧାମନଗର ଛକ ନିକଟ ପଲ୍ଲିକ୍ରୀରେ ଥିବା ମା ରାଇସ ମିଲ୍ରେ। ସେଠାରେ ୨୫ ବସ୍ତା ଚାଉଳ ଅନ୍ଲୋଡ୍ କରାଯାଇଥିଲା। ଏତିକି ବେଳେ ଯୋଗାଣ ବିଭାଗର ସ୍କ୍ୱାର୍ଡ ପହଞ୍ଚି ଟ୍ରକ୍ଟିକୁ ଜବତ କରିଛି।