Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଭାତ ସହ ପ୍ରତିଦିନ ଏହି ବିଷ ଖାଉଛନ୍ତି ଆପଣ : ହୁଅନ୍ତୁ ସାବଧାନ,ନଚେତ୍ ହେବ କ୍ୟାନସର

28/09/2019 at 3:01 PM

ସାଧାରଣତଃ ଲୋକେ ଭାତ ଖାଇବାକୁ ବେଶୀ ପସନ୍ଦ କରିଥାଆନ୍ତି। ଅଧିକାଂଶ ଲୋକେ ଭାତ ନଖାଇ ଦିନେ ବି ରହି ପାରନ୍ତି ନାହିଁ। ଆପଣ ବି ଯଦି ସେହି ଲୋକଙ୍କ ମଧ୍ୟରେ ଜଣେ,ତେବେ ତୁରନ୍ତ ସତର୍କ ହୋଇଯାଆନ୍ତୁ। ଏକ ଅନୁଧ୍ୟାନରୁ ଜଣା ପଡ଼ିଛି ଯେ,ପ୍ରତିଦିନ ଭାତ ଖାଉଥିବା ଲୋକଙ୍କ ପାଇଁ ଭାତ ବିଷ ହୋଇପାରେ। ଅଧିକ ଭାତ ଖାଉଥିବା ବ୍ୟକ୍ତିମାନଙ୍କ ଶରୀରରେ ଆର୍ସେନିକ୍ ନାମକ ବିଷାକ୍ତ ପଦାର୍ଥ ଯାଇଥାଏ।

ଚିନ୍ତାର ବିଷୟ ହେଉଛି ଏହା ଯେ,ଭାତରେ ଆର୍ସେନିକ୍ ବିଷର ମାତ୍ରା ଏତେ ଅଧିକ ଯେ ଏହାକୁ ଆପଣ ଅଣଦେଖା କରିପାରିବେ ନାହିଁ। ଆର୍ସେନିକ୍ ଶରୀରକୁ ପ୍ରବେଶ କରିବା ପରେ ବିଷାକ୍ତ ରାସାୟନିକ କ୍ୟାନସର,ହୃଦୟ ସମ୍ବନ୍ଧୀୟ ରୋଗ,ମଧୁମେହ ଭଳି ଗମ୍ଭୀର ରୋଗକୁ ନିମନ୍ତ୍ରଣ କରିଥାଏ।

ଆର୍ସେନିକ୍ ମାଟିରେ ରହିଥିବା ଏକ ରାସାୟନିକ ପଦାର୍ଥ। ଏହାର ଅଳ୍ପାଂଶ ମାଟିରେ ଫଳୁଥିବା ଗଛରେ ରହିଥାଏ। କିନ୍ତୁ ଏହାର ମାତ୍ରା ଅନେକ କମ୍ ହୋଇଥାଏ। ଏହା ଦ୍ବାରା ଶରୀରର କୌଣସି କ୍ଷତି ହୋଇନଥାଏ। କିନ୍ତୁ ଧାନ ଫସଲରେ ଅଧିକ ମାତ୍ରାରେ ପାଣିର ବ୍ୟବହାର ହୋଇଥାଏ।

ପାଣିରେ ଅଧିକାଂଶ ସମୟ ବୁଡ଼ି ରହିବା ଫଳରେ ଧାନ ଫସଲ ମାଟିରେ ମିଶିଥିବା ଆର୍ସେନିକୁ ଶୋଷିତ କରିଥାଏ। ଏଥିପାଇଁ ଅନ୍ୟାନ୍ୟ ଫସଲ ତୁଳନାରେ ଧାନରେ ୧୦ରୁ ୨୦ପ୍ରତିଶତ ଅଧିକ ଆର୍ସେନିକ୍ ରହିଥାଏ।

ଯଦି ଆପଣ ସପ୍ତାହରେ ଥରେ କିମ୍ବା ଦୁଇ ଥର ଭାତ ଖାଉଛନ୍ତି ତେବେ ଆପଣଙ୍କର କୌଣସି କ୍ଷତି ହେବ ନାହିଁ। ଛୋଟ ପିଲାମାନଙ୍କୁ ଭାତ ଖାଇବାକୁ ଜମା ଦିଅନ୍ତୁ ନାହିଁ।

କିନ୍ତୁ ଆପଣ ଜମା ଭୟଭୀତ ହୁଅନ୍ତୁ ନାହିଁ। ଆପଣ ଚାହିଁଲେ ଚାଉଳରୁ ଆର୍ସେନିକକୁ କମ୍ କରିପାରିବେ। ଚାଉଳକୁ ଅଧିକ ପାଣିରେ ରୋଷେଇ କଲେ ଆର୍ସେନିକର ପରିମାଣ କମି ଯାଇଥାଏ।

   Related Posts