ଲକଡାଉନରେ ଶ୍ରମିକଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି ରାଇସ୍ ଏଟିଏମ, ଥରକେ ବାହାରୁଛି ଦେଢ କେଜି ଚାଉଳ

Published By : Prameya-News7 Bureau | April 14, 2020 IST

ଭିଏତନାମ, ୧୪|୦୪:  ସାରା ବିଶ୍ୱ ଏବେ କରୋନା ସଙ୍କଟ ମଧ୍ୟରେ ଗତି କରୁଛି । ଫଳରେ ଅନେକ ଦେଶରେ ଲକଡାଉନ ଘୋଷଣା କରାଯାଇଛି । କିନ୍ତୁ ଶ୍ରମିକ, ଗରିବ ଶ୍ରେଣୀର ଲୋକମାନେ ଏହି ସମୟରେ ନାନ ଅସୁବିଧାର ସାମ୍ନା କରୁଛନ୍ତି । ଏହାକୁ ନଜରରେ ରଖି ଭିଏତନାମର ଏକ ସଂସ୍ଥା ୨୪ ଘଣ୍ଟିଆ ରାଇସ୍ ଏଟିଏମ୍ ବ୍ୟାବସ୍ଥା ଆରମ୍ଭ କରିଛି । ଏଥିରେ ଲୋକଙ୍କୁ ମାଗଣାରେ ଚାଉଳ ପ୍ରଦାନ କରାଯାଉଛି ।

ଭିଏତନାମରେ ୨୬୨ଟି କରୋନା ମାମଲା ଏବେସୁଦ୍ଧା ସାମ୍ନାକୁ ଆସିଛି । କିନ୍ତୁ କୌଣସି ସଂକ୍ରମିତ ପ୍ରାଣ ହରାଇ ନାହାଁନ୍ତି । ମାର୍ଚ୍ଚ ୩୧ରୁ ଏଠାରେ ସରକାର ୧୫ ଦିନ ପାଇଁ ଲକଡାଉନ୍ ଘୋଷଣା କରିଥିଲେ । ଫଳରେ ସମସ୍ତ ପ୍ରତିଷ୍ଠାନ ଅଫିସକୁ ବନ୍ଦ କରାଯାଇଛି । ଲୋକମାନେ କେହି କାମକୁ ଯାଇପାରୁ ନାହାନ୍ତି ।

ଗୁଏନ ଥିଲେସ୍ କହିଛନ୍ତି ଯେ, ଏହି ରାଇସ୍ ଏଟିଏମ ବହୁତ ଲାଭଦାୟକ । ଏହା ଗୋଟିଏ ବ୍ୟାଗ ଚାଉଳ ପ୍ରଦାନ କରୁଛି । ଯାହା ଗୋଟିଏ ଦିନ ପାଇଁ କାମରେ ଆସୁଛି । ଏବେ କେବଳ ଅନ୍ୟ ଖାଦ୍ୟ ପାଇଁ ନିର୍ଭର କରିବାକୁ ପଡୁଛି । ତେବେ ସେମାନେ ଏହି ସମୟରେ ଇନଷ୍ଟାଣ୍ଟ୍ ନୁଡୁଲସ୍ ଖାଉଥିବା ସେ କହିଛନ୍ତି ।

ଏହି ମେସିନରେ ୧.୫ କେଜି ଚାଉଳ ବାହାରୁଛି । ଯାହା ଶ୍ରମିକ ଓ ଗରିବଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି ।

ତେବେ ରାଇସ୍ ଏଟିଏମ ବାହାର କରିଥିବା ସଂସ୍ଥାର ନିର୍ଦ୍ଦେଶକ ହାଓଙ୍ଗ୍ ତୁଆନ୍ ଆନ୍ କହିଛନ୍ତି ଯେ, ଏହି ବିଚାର ତାଙ୍କ ମନକୁ ଆସିବା ପରେ ସେ କାର୍ଯ୍ୟକାରୀ କରିଥିଲେ । ଏହାସହ ସେ ଅନେକ ଅତ୍ୟାବଶ୍ୟକୀୟ ସାମଗ୍ରୀ ମଧ୍ୟ ଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.