Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

କୃଷି ବଜାରରେ କରୋନା ନିଆଁ: ବଢିଲା ଚାଉଳ ଓ ଗହମର ଦାମ୍, ୭ ବର୍ଷରେ ସର୍ବୋଚ୍ଚ ସ୍ତରରେ ଏହି ଶସ୍ୟ

8/04/2020 at 2:40 PM

ନୂଆଦିଲ୍ଲୀ, ୦୮|୦୪ : କରୋନା ଭାଇରସ ପାଇଁ ଚାଉଳ ଓ ଗହମର ଦାମ ବୃଦ୍ଧି ପାଇଛି । ଏସିଆରେ ଚାଉଳର ଦାମ୍ ୭ ବର୍ଷରେ ସର୍ବାଧିକ ସ୍ତରରେ ପହଁଚିଛି । ରାଇସ୍ ଏକସପୋର୍ଟସ୍ ଆସୋସିଏସନ ଅନୁସାରେ, ଚାଉଳର ଦାମ୍ ୨୫ ମାର୍ଚ୍ଚରୁ ୧ ଏପ୍ରିଲ ମଧ୍ୟରେ ୧୨ ପ୍ରତିଶତ ବୃଦ୍ଧି ପାଇଛି । ନ୍ୟୁଜ ଏଜେନ୍ସି ରାୟଟର୍ସ ଅନୁସାରେ, ଏପ୍ରିଲ ୨୦୧୩ ପରେ ଚାଉଳର ଦାମ ସବୁଠାରୁ ଅଧିକ ରହିଛି । ଅଧିକ ଉତ୍ପାଦନ ହେଉଥିଲେ ଚାଉଳ ଗଚ୍ଛିତ ଭାବେ ରଖାଯାଉଛି, ତେଣୁ ଚାଉଳର ଦାମ୍ ବୃଦ୍ଧି ପାଉଥିବା କୁହାଯାଉଛି ।  ଭାରତ ଓ ଭିଏତନାମରୁ ରପ୍ତାନୀ ସ୍ଥଗିତ ହେବା କାରଣରୁ ଚାଉଳର ଚାହିଦା ବୃଦ୍ଧି ପାଇଛି ।

ବିଶ୍ୱବ୍ୟାପୀ ଦେଖାଯାଇଥିବା ମହାମାରୀର ପ୍ରଭାବ କୃଷି ଶିଳ୍ପରେ ମଧ୍ୟ ପଡିଛି । ଲକଡାଉନ ପାଇଁ ଏହାର ପ୍ରଭାବ ଡାଲି ଉପରେ ମଧ୍ୟ ପଡିଛି । ଏହି ସମୟରେ ଚାଷ ନହେଲେ ବର୍ଷସାରା ଚାଉଳର ଅଭାବ ଦେଖାଯିବ । ବିଶ୍ୱରେ ରପ୍ତାନୀ ହେଉଥିବା ଚାଉଳର ମଧ୍ୟରୁ ୯୦ ପ୍ରତିଶତ ଏସିଆରେ ହୋଇଥାଏ । ଭାରତ ଏବେ ରପ୍ତାନୀ ପାଇଁ ନୂଆ ପ୍ରକଳ୍ପ କିଛି ନେଉନାହିଁ । ଲକଡାଉନ ପାଇଁ ଶ୍ରମିକ ଆସୁନାହାଁନ୍ତି ତେଣୁ ଏହାର ଡେଲିଭରୀ ମଧ୍ୟ ହୋଇପାରୁ ନାହିଁ । ଅନ୍ୟପକ୍ଷରେ ଭିଏତନାମ ସରକାର ରପ୍ତାନୀ ପରିମାଣ ହ୍ରାସ କରିଛନ୍ତି ।

ଭାରତ ସମେତ ଅନେକ ଦକ୍ଷିଣ ଏସିଆ ଦେଶରେ ଚାଉଳ, ଗହମ, ଆଳୁ, ତୁଳା, ଫଳ ଓ ପରିବା ଅମଳର ସମୟ ଚାଲିଛି । କିନ୍ତୁ କରୋନା ସଂକ୍ରମଣ ପାଇଁ ଏଥିରେ ବାଧା ସୃଷ୍ଟି ହେଉଛି । ଫଳରେ ଏହି ସବୁ ଶସ୍ୟର ଦାମ ବୃଦ୍ଧି ପାଉଛି । ଚଳିତ ବର୍ଷ ଏଙି ସବୁ ଶସ୍ୟର ଦାମ ଅଧିକ ରହିବ । ଆମେରିକା ଓ ୟୁରୋପରେ ଲକଡାଉନ ପାଇଁ ଗହମର ଚାହିଦା ବୃଦ୍ଧି ପାଇଛି । ଫଳରେ ମାର୍ଚ୍ଚ ମାସରେ ଗହମ ଦାମରେ ୧୫ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ।

   Related Posts