ଜଟଣୀ ରଥୀପୁର ବାଣ ଗୋଦାମରେ ଚଢାଉ : ମହାବୀର ଭଣ୍ଡାରକୁ ସିଲ୍ କଲା ପୋଲିସ , ୫ ଶହ ପେଟି ବାଣ ଜବତ

Published By : Prameya-News7 Bureau | November 11, 2020 IST

ଜଟଣୀ ୧୧।୧୧: ଜଟଣୀ ପୋଲିସ ପକ୍ଷରୁ ବିଭିନ୍ନ ବାଣ ଗୋଦାମ ଉପରେ ଚଢାଉ। ଜଟଣୀ ନିକଟସ୍ଥ ରଥିପୁର ଅଞ୍ଚଳରେ ଥିବା ଏକ ବାଣ ଗୋଦାମରୁ ପାଞ୍ଚ ଶହ ପେଟିରୁ ଅଧିକ ବାଣ ଜବତ ହୋଇଛି । ଜଟଣୀ ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବିଭିନ୍ନ ବାଣ ଗୋଦାମ ଉପରେ ପୋଲିସର ଚଢାଉ ଜାରି ରହିଛି । କିଛି ବାଣ ଦୋକାନକୁ ପୋଲିସ ସିଲ୍ କରିଥିବା ସୂଚନା ମିଳିଛି ।

{"id":359885,"width":573,"height":430,"sizeSlug":"large"}

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବାଣ ଫୁଟାଇବା ଉପରେ କଟକଣା ଜାରି ରଖିଛନ୍ତି ସରକାର । ରାଜ୍ୟରେ କରୋଭିଡ଼ ସ୍ଥିତିକୁ ଦେଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆଉ ୩ ଦିନ ପରେ ଆଲୋକର ପର୍ବ ଦୀପାବଳି । ଚଳିତ ବର୍ଷ ଦୀପାବଳି ଅବସରରେ ରାଜଧାନୀରେ ଫୁଟିବନାହିଁ ବାଣ ।

{"id":359886,"sizeSlug":"large"}

କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ । ଏ ନେଇ ଡିସିପି ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି । ନିୟମ ଉଲଂଘନ କରି ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଡିସିପି ସୂଚନା ଦେଇଛନ୍ତି ।

{"id":359887,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.