Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ତେଣ୍ଟେଇରେ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ଆରଆଇ ନିଲମ୍ବିତ, ପୀଡିତା ପରିବାରକୁ ଜମି ଛାଡି ଯିବା ପାଇଁ ଦେଉଥିଲେ ଧମକ

28/11/2019 at 4:53 PM

ଜଗତସିଂହପୁର ୨୮।୧୧: ଜଗତସିଂହପୁର ଜିଲ୍ଲା ତେଣ୍ଟଇ ଗାଁରେ ଆତ୍ମହତ୍ୟା କରିଥିବା ପୀଡିତା ଯୁବତୀଙ୍କ ପରିବାରକୁ ସ୍ଥାନ ଛାଡି ଚାଲିଯିବା ପାଇଁ ତାଙ୍କ ଘରକୁ ଯାଇ ଧମକ ଦେଇଥିବା ଶିଖର ଓ ଡେରିକି ଆରଆଇ ସର୍କଲ ରାଜସ୍ବ ନିରୀକ୍ଷକ ସୁରେନ୍ଦ୍ର ନାୟକଙ୍କୁ ଆଜି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ।

ଏ ନେଇ ଆଜି ପୀଡିତାଙ୍କ ଘରକୁ ଘଟଣାର ଅନୁଧ୍ୟାନ କରିବାକୁ ଯାଇଥିବା ଜାତୀୟ ଅନୁସୂଚିତ ଜାତି କମିଶନ ସଦସ୍ୟ ଯୋଗେନ୍ଦ୍ର ପାଶଓ୍ବାନ ଓ ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ପରିବାର ଲୋକେ ଅଭିଯୋଗ କରିଥିଲେ । ପୀଡିତାଙ୍କ ଘରୁ ଫେରିବା ପରେ ଜଗତସିଂହପୁର ସ୍ଥିତ ସର୍କିଟ୍ ହାଉସଠାରେ ପାଶଓ୍ବାନ ଜଗତସିଂହପୁର ଜିଲ୍ଲାପାଳ ଓ ଏସପିଙ୍କ ସହିତ ସ୍ଥିତି ବାବଦରେ ଏକ ସମୀକ୍ଷା ବୈଠକ କରିବା ସହ ବୈଠକ ପରେ ଜିଲ୍ଲାପାଳ ସମ୍ପୃକ୍ତ ଆରଆଇଙ୍କୁ ନିଲମ୍ବନ କରିଥିଲେ । 

ପୀଡିତାଙ୍କ ପରିବାର ଭୂମିହୀନ ହୋଇଥିବାରୁ ଦୀର୍ଘ ବର୍ଷ ହେବ ଗାଁରେ ଥିବା ସରକାରୀ ଗୋଚର ଜମିରେ ବାସ କରି ଆସୁଛନ୍ତି । ହେଲେ ଝିଅର ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଗତକାଲି ସମ୍ପୃକ୍ତ ଆରଆଇ ପୀଡିତାଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଧମକ ଚମକ ଦେବା ସହ ସରକାରୀ ଜମି ଛାଡି ଚାଲି ଯାଅ ନଚେତ୍ ଜେସିବି ଲଗାଇ ଘର ଭାଙ୍ଗି ଦେବି ବୋଲି  ଧମକ ଦେଇଥିଲେ ।

   Related Posts