ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ

Published By : Prameya-News7 Bureau | April 13, 2021 IST

ବ୍ରହ୍ମପୁର ୧୩।୪: ଭିଜିଲାନ୍ସ ଜାଲରେ ଆରଆଇ । ଭୀଷ୍ମଗିରି ଆରଆଇ ଏ ଶ୍ରୀକାନ୍ତ ଦୋରାଙ୍କୁ ଗିରଫ କଲା ଭିଜିଲାନ୍ସ । ଜମି ନିର୍ଦ୍ଧାରଣ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ବ୍ରହ୍ମପୁର ଗୋସାଣିନୂଆ ଗାଁ ବାସଭବନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚାଲିଛି ଚଢାଉ । ପୂର୍ବରୁ ଶ୍ରୀକାନ୍ତଙ୍କ ଉପରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ଚଢାଉ କରିଥିବା ଜଣାପଡିଛି । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଏସପି ଶାନ୍ତୁନୁ ପାଢୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.