ଭିଜିଲାନ୍ସ ଜାଲରେ ଆର୍ଆଇ ବାବୁ
4/07/2020 at 6:33 PM

ନୂଆପଡା୪/୭: ଭିଜିଲାନ୍ସ ଜାଲରେ ଆରଆଇ ବାବୁ। ପାଞ୍ଚ ହଜାର ଲାଞ୍ଚ ନେଲାବେଳେ ଧରା ପଡିଲେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତୁକୁଲା ଆରଆଇ ଦିନମଣି ରାଉତରାୟ । ଇନ୍ଦିରା ଅବାସ ଘର ବାଲି ଆଣିବା ଅନୁମତି ପାଇଁ ସ୍ଥାନୀୟ ଖଇରଭାଡି ଗ୍ରାମର ଯୁଗଲ କିଶୋର ଠେଲାଙ୍କ ଠାରୁ ନେଉଥିଲେ ପାଞ୍ଚ ହଜାର ଟଙ୍କା। ପୂର୍ବ ସୂଚନା ଅନୁସାରେ କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟାନନ୍ଦ ମହାନନ୍ଦଙ୍କ ନେତୃତ୍ବରେ ଚଢ଼ାଉ ହୋଇଥିବ ବେଳେ ନୂଆପଡା ଭିଜିଲାନ୍ସ କର୍ମଚାରି ସାମିଲ ଥିଲେ । ଗିରଫ ଆରଆଇ ଦିନମଣି ଙଚକୁ ଭବାନିପାଟଣା ନିଆଯାଉଥିବା ସୂଚନା ମିଳିଛି। ଭିଜିଲାନ୍ସ ଜାଲରେ ଧରା ପଡିଥିବା ଆରଆଇଙ୍କ ସମ୍ପତ୍ତି ତାଲିକାରେ କେଉଁଠି, କେତୋଟି ଘର ରହିଛି, ସେ ସଂପର୍କରେ ତନାଘନା ଜାରି ରହିଛି।
Related Posts
ଝାରପଡା ଜେଲ୍ରେ କଏଦୀ ମୃତ, ୨୦୦୮ମସିହାରୁ ଥିଲା ଜେଲ୍ରେ
16 January 2021