ଭିଜିଲାନ୍ସ ଜାଲରେ ସରକାରୀ ବାବୁ : ୫୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଆରଆଇ

Published By : Prameya-News7 Bureau | September 26, 2019 IST

ମାଲକାନଗିରି ୨୬।୯: ଲାଞ୍ଚ ନେଇ ପୁଣି ଭିଜିଲାନ୍ସ ହାତରେ ଧରାପଡିଲେ ସରକାରୀ ବାବୁ । ମାଲକାନଗିରି ଜିଲ୍ଲା କାଲିମେଳା ତହସିଲର ମାନ୍ୟମକୋଣ୍ଡା ଗ୍ରାମର ଆରଆଇ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜମି ପଟ୍ଟା କରାଇଦେବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ଆରଆଇ ଲକ୍ଷ୍ମୀନାରାୟଣ ଖଣ୍ଡୁଆଳ ୫୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

{"id":162890}

ତେବେ ଗତକାଲି ୫୦ ହଜାର ଟଙ୍କା ନେଉଥିବା ବେଳେ ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ଟିମର ମିଳିତ ଉଦ୍ୟମରେ ମାଲକାନଗିରି ଡିଏସପି ଲକ୍ଷ୍ମୀନାରାୟଣ ଖଣ୍ଡୁଆଳଙ୍କୁ ଗିରଫ କରିଛନ୍ତି । ଆଜି ଲକ୍ଷ୍ମୀନାରାୟଣ ଖଣ୍ଡୁଆଳଙ୍କ ନିଜ ବାସଭବନ ସହ ସରକାରୀ ବାସଭବନ ଓ ତାଙ୍କ ପୈତୃକ ବାସଭବନ ସହ ସମ୍ପର୍କୀୟଙ୍କ ବାସଭବନରେ ଚଢାଉ କରାଯାଇଛି । ଲକ୍ଷ୍ମୀନାରାୟଣ ଖଣ୍ଡୁଆଳଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.