Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

‘ମୁଁ କାହିଁକି ବଞ୍ଚିଛି,ମୋର ମରିଯିବା ଉଚିତ୍‌’- ରିୟାଙ୍କ ଜାମିନ ଖାରଜ ପରେ ବ୍ୟତିବ୍ୟସ୍ତ ପିତାଙ୍କ ପ୍ରତିକ୍ରିୟା

9/09/2020 at 5:00 PM

ମୁମ୍ବାଇ ୯/୯: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ସମୟରେ ଡ୍ରଗ୍ସ ଆଙ୍ଗଲ୍ ସାମନାକୁ ଆସିଥିଲା। ଏହା ପରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ କୋର୍ଟ ୧୪ଦିନ ବିଚାରବିଭାଗୀୟ ହେପାଜତକୁ ପଠାଇ ଦେଲା। ରିୟାଙ୍କୁ ସେପ୍ଟେମ୍ବର ୨୨ଯାଏଁ ଜେଲରେ ରହିବାକୁ ହେବ। ୩ଦିନ ଧରି ପଚରାଉଚରା ପରେ ନାର୍କୋଟିକ୍ସ କଣ୍ଟୋଲ ବ୍ୟୁରୋ ରିୟାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଗିରଫ କରିଥିଲା। କୋର୍ଟ ଶୁଣାଣି ସମୟରେ ରିୟାଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲା।

ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ତାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଟ୍ବିଟ୍ କରି ଲେଖିଥିଲେ ଯେ କୌଣସି ବାପା ନିଜ ଝିଅ ସହ ଅନ୍ୟାୟ ହେଉଥିବା ଦେଖିପାରେ ନାହିଁ,ତେଣୁ ମୋତେ ମରିଯିବା ଉଚିତ୍। ରିୟା ପାଇଁ ନ୍ୟାୟ। ଏହା ପରେ ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଆଉ ଏକ ଟ୍ବିଟ୍ ସେୟାର କରିଥିଲେ। ସେ ଲେଖିଥିଲେ ଯେ ବିନା କୌଣସି ପ୍ରମାଣରେ ପୂରା ଦେଶ ରିୟାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରସ୍ତୁତ।

ଏନସିବି ରିୟାଙ୍କୁ ଗିରଫ କରିବା ପରେ କୋର୍ଟ ସାମନାରେ ତାଙ୍କୁ ହାଜର କରିଥିଲା। ଭିଡିଓ କନଫରେନ୍ସିଂରେ ହୋଇଥିବା ଶୁଣାଣି ସମୟରେ ତଦନ୍ତ ଏଜେନ୍ସି ୧୪ଦିନର ବିଚାର ବିଭାଗୀୟ ହେପାଜତ ଦାବି କରିଥିଲା। ଏହାକୁ କୋର୍ଟ ମଞ୍ଜୁର କରିଥିଲେ। ଏହି ସମୟରେ ରିୟାଙ୍କ ଓକିଲ ସତୀଶ ମାନସିନ୍ଦେ ଜାମିନ ଆବେଦନ ଦାଖଲ କରିଥିଲେ ଯାହାକୁ ନେଇ କୋର୍ଟରେ ଶୁଣାଣି ହୋଇଥିଲା। ଡ୍ରଗ୍ସ ମାମଲାରେ ଯାଞ୍ଚ କରୁଥିବା ଏଜେନ୍ସି ରିୟାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ସାୟନ ହସ୍ପିଟାଲରେ ମେଡିକାଲ ଟେଷ୍ଟ କରାଇଥିଲା। ରିୟାଙ୍କ କୋଭିଡ-୧୯ ଟେଷ୍ଟ ମଧ୍ୟ ହୋଇଥିଲା ଯେଉଁଥିରେ ସେ ନେଗେଟିଭ ଥିବା ଜଣା ପଡ଼ିଥିଲା।  

   Related Posts