ବଲିଉଡ୍‌ରେ ଡ୍ରଗ୍ସ କନେକ୍ସନ୍‌ର ବଡ ଖୁଲାସା: ରିୟାଙ୍କୁ ଅନେକଥର ଡ୍ରଗ୍ସ ଦେଇଛନ୍ତି ସାରା ଅଲି ଖାନ୍

Published By : Prameya-News7 Bureau | September 14, 2020 IST

ମୁମ୍ବାଇ ୧୪/୦୯ : ରିୟା ଚକ୍ରବର୍ତୀ ଓ ଡ୍ରଗ୍ସ ମାମଲାରେ ବଡ ଖବର ସାମ୍ନାକୁ ଆସିଛି । ରିୟା ଅନେକଥର ସାରା ଅଲି ଖାନଙ୍କ ଠାରୁ ଡ୍ରଗ୍ସ ନେଇଥିବା ଜଣାପଡିଛି । ସାରା ମଧ୍ୟ ଅନେକଥର ରିୟାଙ୍କ ଠାରୁ ଡ୍ରଗ୍ସ ନେଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ସାରା ଅଲି ଖାନ ଜଣେ ହାଇ ପ୍ରୋଫାଇଲ ଡ୍ରଗ୍ସ ପେଡ଼ଲର ସମ୍ପର୍କରେ ଥିଲେ, ଯାହାକୁ ଏନସିବି ଖୋଜୁଛି । ସାରାଙ୍କ ଠାରୁ ଡ୍ରଗ୍ସ ନେଇ ରିୟା ସୁଶାନ୍ତଙ୍କ ପାଖକୁ ପହଞ୍ଚାଉଥିଲେ ।

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଏନ୍‌ସିବି ଆଉ ୬ଜଣଙ୍କୁ ଗିରଫ କରିଛି । ଡ୍ରଗ୍ସ ମାମଲାରେ ଏନସିବି ଏବେ ସୁଦ୍ଧା ୧୬ଜଣଙ୍କୁ ଗିରଫ କରିସାରିଛି ।

ଜଣେ ଅଧିକାରୀ କହିଛନ୍ତି ଯେ, ୬ ଅଭିଯୁକ୍ତ କରମଜିତ ସିଂହ, ଡ୍ରବେନ୍ ଫର୍ଣ୍ଣାଡିଶ , ସଂକେତ ପଟେଲ. ଅଙ୍କୁଶ ଅନରେଜା, ସନ୍ଦୀପ ଗୁପ୍ତା, ଅଫତାଵ ଅନସାରୀଙ୍କ ନାଁ ଯାଞ୍ଚ ସମୟରେ ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏନ୍‌ଡିପିଏସ୍ ଆଇନ ଅନୁଯାୟୀ ସମସ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି ।

କରମଜିତ ସିଂହ ଡ୍ରଗ୍ସ ସପ୍ଲାଏ କରୁଥିଲା । ଫିଲ୍ମ ଇଣ୍ଡଷ୍ଟ୍ରି ସହ ତାର ସମ୍ପର୍କ ରହିଛି । ଡ୍ରବେନ୍ ଫର୍ଣ୍ଣାଡିଶ ଗଂଜେଇ ଓ ଚରସ ସୌଦା କରୁଥିଲା । ସେ ରିୟାଙ୍କ ଭାଇ ଷୌଭିକ ଚକ୍ରବର୍ତୀଙ୍କ ସହଯୋଗୀ ମଧ୍ୟ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.