Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

୨୫ ବଲିଉଡ୍ ସେଲିବ୍ରିଟିଙ୍କ ନାଁ ଓଗାଳିଲେ ରିୟା: ଅଧିକ ପଚରାଉଚୁରା ପାଇଁ ଡୋଜିୟର୍ ପ୍ରସ୍ତୁତ କଲା ଏନ୍‌ସିବି

8/09/2020 at 4:15 PM

ମୁମ୍ବାଇ ୦୮/୦୯ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଦୃଗ୍ସ ଏଙ୍ଗଲକୁ ନେଇ ଯାଞ୍ଚ କରୁଥିବା ନାର୍କୋଟିକ୍ସ ବ୍ୟୁରୋ ବିଭାଗର ଟିମ ନିଜର ଡୋଜିୟର ପ୍ରସ୍ତୁତ କରିଛି | ଏଥିରେ ପ୍ରାୟ ୨୫ ବଲିଉଡ ସେଲିବ୍ରିଟିଙ୍କ ନାଁ ସାମିଲ ଅଛି | ରିୟା ଚକ୍ରବର୍ତୀଙ୍କ ଠାରୁ ମିଳିଥିବା ଏକ ଇଲେକ୍ଟ୍ରୋନିକ ଡିଭାଇସରୁ ଏମାନଙ୍କ ନାଁ ଖୁଲାସା ହୋଇଛି | ଏନସିବି ଏହି ଡୋଜିୟରରେ କର୍ଟେଲ ଏ, କର୍ଟେଲ ବି, କର୍ଟେଲ ସି ଶ୍ରେଣୀରେ ବଲିଉଡ ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି | ଏନସିବି ସମ୍ମୁଖରେ କିଛି ସେଲିବ୍ରିଟିଙ୍କ ଖୁଲାସା ସୋଭିକ ଚକ୍ରବର୍ତୀ ଓ ରିୟା ଚକ୍ରବର୍ତୀ କରିଥିଲେ |

ସୂତ୍ର ଅନୁଯାୟୀ, ଏନସିବି ଡ୍ରଗ୍ସ ପେଡଲର ଠାରୁ ଯେଉଁ ଇଲେକ୍ଟ୍ରୋନିକ୍ସ ଡିଭାଇସ ଜବତ କରିଥିଲା ସେଥିରୁ ଅନେକ ବଲିଉଡ କନେକ୍ସନ ସାମ୍ନାକୁ ଆସିଛି | ଏହାପରେ ଏନସିବି ଏସଆଇଟି ଟିମ ଡୋଜିୟର ପ୍ରସ୍ତୁତ କରିଥିଲା | ଏନସିବି ଖୁବ ଶୀଘ୍ର ଏମାନଙ୍କୁ ସମନ ପଠାଇବ ଏବଂ ପଚରାଉଚୁରା ପାଇଁ ଡାକିବ | ବର୍ତ୍ତମାନ ଏହି ତାଲିକା ଏନସିବିର ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି |

ରିୟା ଆଉ ଏକ ବିସ୍ଫୋରକ ବୟାନ ମଧ୍ୟ ଦେଇଛନ୍ତି | ଏନସିବି ସମ୍ମୁଖରେ ରିୟା କହିଛନ୍ତି ଯେ ସୁଶାନ୍ତ ସିଂହଙ୍କ ଫିଲ୍ମ ସେଟରେ ଡ୍ରଗ୍ସ ବ୍ୟବହାର କରାଯାଉଥିଲା | ଏହାସହ ରିୟା ଏନସିବିକୁ ସେହି ପାର୍ଟିର ନାଁ ମଧ୍ୟ ଦେଇଛନ୍ତି ଯେଉଁଠାରୁ ଡ୍ରଗ୍ସ ଅଣାଯାଉଥିଲା | ସୂଚନାଯୋଗ୍ୟ ଯେ, ଏନସିବି ଲଗାତାର ରିୟାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ବିଭିନ୍ନ ଲୋକଙ୍କ ସମ୍ପର୍କରେ ପ୍ରଶ୍ନ କରିଥିଲା |

   Related Posts