ଲଗାତାର ଚତୁର୍ଥ ଦିନ ରିୟାଙ୍କୁ ସିବିଆଇ ଜେରା ଜାରି : ହାଜର ହେଲେ ଶୃତି ମୋଦି

Published By : Prameya-News7 Bureau | August 31, 2020 IST

ମୁମ୍ବାଇ ୩୧/୮: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ପ୍ରତିଦିନ ନୂଆ-ନୂଆ ଖୁଲାସା ହେଉଛି। ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ସୋମବାର ପଚରାଉଚୁରା ପାଇଁ ଗେଷ୍ଟ ହାଉସ୍ ପହଞ୍ଚିଛନ୍ତି। ଏବେ ତାଙ୍କୁ ପଚରାଉଚୁରା ଜାରି ରହିଛି। ଏବେ ସୁଦ୍ଧା ୩ଦିନ ହେବ ରିୟାଙ୍କୁ ୨୬ଘଣ୍ଟା ଯାଏଁ ପଚରାଉଚୁରା ହୋଇ ସାରିଛି। ରିୟାଙ୍କ ବ୍ୟତୀତ ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କ ଘରେ ଥିବା ସିଦ୍ଧାର୍ଥ ପିଠାନି,ନୀରଜ,ଦୀପେଶଙ୍କୁ ମଧ୍ୟ ଯାଞ୍ଚ ଏଜେନ୍ସି ଲଗାତାର ପଚରାଉଚୁରା କରୁଛି। ସେହିପରି ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଗୋଆର ହୋଟେଲ୍ ବ୍ୟବସାୟୀ ଗୌରବ ଆର୍ଯ୍ୟାଙ୍କୁ ପଚରାଉଚୁରା କରିବ। ଏହା ବ୍ୟତୀତ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶୃତି ମୋଦି ମଧ୍ୟ ପଚରାଉଚୁରା ପାଇଁ ଗେଷ୍ଟ୍ ହାଉସ୍ ପହଞ୍ଚିଛନ୍ତି।

ସୁଶାନ୍ତଙ୍କ ବିଜନେସ୍ ମ୍ୟାନେଜର ଶୃତି ମୋଦିଙ୍କୁ ସିବିଆଇ ପଚରାଉଚୁରା ପାଇଁ ଡକାଇଛି। ଏଥିପାଇଁ ଶୃତି ଗେଷ୍ଟ ହାଉସ୍ ପହଞ୍ଚି ସାରିଛନ୍ତି। ଏଠାରେ ପୂର୍ବରୁ ରିୟା ଏବଂ ରୋଷେଇୟା ନୀରଜଙ୍କୁ ପଚରାଉଚୁରା ଜାରି ରହିଛି।

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀ ମୁମ୍ବାଇର ସାନ୍ତାକୃଜରେ ସ୍ଥିତ ଡିଆରଡିଓ ଗେଷ୍ଟ ହାଉସ୍ ପହଞ୍ଚି ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.