Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରିୟା ଏବଂ ଶୌଭିକଙ୍କୁ ବଡ଼ ଝଟକା : ବନ୍ଧୁଙ୍କ ଏକ କୋଟିର କାର୍ ଜବତ

16/09/2020 at 12:21 PM

ମୁମ୍ବାଇ ୧୬/୯: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ କନେକ୍ସନର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ଼ ବଲିଉଡର ଡ୍ରଗ୍ସ ରାକେଟର ନିକଟତର ହୋଇଗଲାଣି। ମଙ୍ଗଳବାର ଏନସିବି ଏହି ମାମଲାର ପ୍ରମୁଖ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କ ବନ୍ଧୁ କରମଜିତ ସିଂହଙ୍କ ଏକ କୋଟି ଟଙ୍କାର କାର୍ ଜବତ କରି ନେଇଛନ୍ତି।

ଡ୍ରଗ୍ସ ମାମଲାର ଯାଞ୍ଚ କରୁଥିବା ଏନସିବିଙ୍କୁ ଲଗାତାର ସଫଳତା ମିଳୁଛି। ଶୌଭିକଙ୍କ କଲେଜ ସାଥୀ ସୂର୍ଯ୍ୟଦୀପ ମାଲହୋତ୍ରାଙ୍କୁ ପଚରାଉଚୁରା ପରେ ଗୋଆରୁ ଧରାଯାଇଥିବା ଡ୍ରଗ୍ସ ପେଡଲର କ୍ରିସ୍ କୋଷ୍ଟାକୁ ଗିରଫ କରାଯାଇଥିଲା।

କ୍ରିସ୍ କୋଷ୍ଟାକୁ ସେପ୍ଟେମ୍ବର ୧୭ ଏବଂ ସୂର୍ଯ୍ୟଦୀପଙ୍କୁ ସେପ୍ଟେମ୍ବର ୧୮ତାରିଖ ଯାଏଁ ଏନସିବିର ହେପାଜତରେ ପଠାଇ ଦିଆଯାଇଛି। ଅଧିକାରୀମାନେ କହିଥିଲେ ଯେ ସୁଶାନ୍ତ ସିଂହ ମୃତ୍ୟୁର ତଦନ୍ତ ଆଧାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏଭଳି ଏବେ ସୁଦ୍ଧା ରିୟା ଏବଂ ଶୌଭିକଙ୍କ ସମେତ ମୋଟ ୧୮ଜଣଙ୍କୁ ଗିରଫ କରାଯାଇସାରିଛି।

ବିଶେଷ ଏନଡିପିଏସ୍ କୋର୍ଟ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ ଦେବାକୁ ମନା କରିଛି। କୋର୍ଟ କହିଛନ୍ତି ଯେ ଯଦି ତାଙ୍କୁ ଜାମିନରେ ମୁକ୍ତ କରି ଦିଆଯାଏ ତେବେ ସେ ଅନ୍ୟ ଲୋକଙ୍କୁ ସତର୍କ କରିଦେବେ ଏବଂ ସେମାନେ ପ୍ରମାଣଗୁଡ଼ିକୁ ନଷ୍ଟ କରିଦେବେ।

   Related Posts