କାହିଁକି ଭୁବନେଶ୍ବର ଆସିଥିଲେ ରିୟା ? ସନ୍ଦେହରେ ଡ୍ରଗ୍ସ ଲିଙ୍କ୍ : ହ୍ବାଟସଆପ୍ ଚାଟ୍‌ରେ ସୁନ୍ଦରୀଙ୍କ ଗୁମର

Published By : Prameya-News7 Bureau | August 27, 2020 IST

ଭୁବନେଶ୍ବର ୨୭/୮: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଏବେ ରିୟାଙ୍କ ଭୁବନେଶ୍ବର ଲିଙ୍କ୍ ବିଷୟରେ ଜଣା ପଡ଼ିଛି। ରିୟାଙ୍କ ହ୍ବାଟସଆପ୍ ଚାଟରେ ସେ ଭୁବନେଶ୍ବର ଆସିଥିବା କଥା ଜଣା ପଡ଼ିଛି। ରିୟା ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ସିମୋନ୍ ଖମ୍ବୋଟାଙ୍କ ସହ ହ୍ବାଟସଆପରେ ଭୁବନେଶ୍ବରରେ ଡ୍ରଗ୍ସ୍ ମିଳୁଥିବା କଥା ଲେଖିଛନ୍ତି। ଏହି ହ୍ବାଟସଆପ୍ ଚାଟ୍ ୨୦୨୦ ,ମାର୍ଚ୍ଚ ୧୮ତାରିଖର ବୋଲି ଜଣା ପଡ଼ିଛି।

{"id":320918,"width":580,"height":452,"sizeSlug":"large"}

ସେ ସିମୋନଙ୍କୁ ଭୁବନେଶ୍ବର ଗଞ୍ଜେଇ ଏବଂ ସବୁପ୍ରକାର ନିଶା ଦ୍ରବ୍ୟର ଭଲ ପେଣ୍ଠସ୍ଥଳୀ ବୋଲି କହିଛନ୍ତି। ତେବେ ରିୟା ଭୁବନେଶ୍ବର କାହା ସହ ଆସିଥିଲେ ଏବଂ କେଉଁଠି ରହିଥିଲେ ତାହା ଏବେ ଜଣା ପଡ଼ି ନାହିଁ।

{"id":320919,"sizeSlug":"large"}

 ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ସମ୍ବନ୍ଧୀୟ ତଥ୍ୟ ଜଡିତ ହେବାପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମାମଲା ରୁଜ୍ଜୁ କରିଛି | NCB ରିୟା ଚକ୍ରବର୍ତ୍ତୀ, ଶୋଭିକ ଚକ୍ରବର୍ତ୍ତୀ, ଜୟା ଶାହା, ଶ୍ରୁତି ମୋଦୀ ଏବଂ ଗୌରବ ଆର୍ୟା ବିରୋଧରେ ମାମଲା ରୁଜ୍ଜୁ କରିଛି | ସମସ୍ତଙ୍କ ବିରୋଧରେ ନିଶା ଔଷଧ ଓ ମାଦକ ପଦାର୍ଥ ନିରୋଧକ ଅଧିନିୟମ NDPS ର ବିଭିନ୍ନ ଧାରା ଲଗାଯାଇଛି | NCB ଯାଞ୍ଚ ପାଇଁ ମୁମ୍ବାଇ ଯିବ | ଏହି ମାମଲାରେ ଦିଲ୍ଲୀ ଜୋନାଲ ଡ଼ାଇରେକ୍ଟର ଆଇପିଏସ ଅଧିକାରୀ କେ.ପି.ଏସ ମାଲହୋତ୍ରାଙ୍କ ଟିମ ଯାଞ୍ଚ କରିବ | ରିୟା ଚକ୍ରବର୍ତ୍ତୀ ବିରୋଧରେ ସୁଶାନ୍ତ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ଆରୋପ ଲଗାଯାଇଛି | ଅଭିନେତ୍ରୀ ନିଜେ ମଧ୍ୟ ଡ୍ରଗ୍ସ ସେବନ କରୁଥିବା ଏବଂ ଡିଲ କରୁଥିବା ଅଭିଯୋଗ ହୋଇଛି |

{"id":320920,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.