ମୁହଁ ଖୋଲିଲେ ରିୟାଙ୍କ ବାପା ଇନ୍ଦ୍ରଜିତ୍, କହିଲେ ଗୋଟିଏ ପରିବାର ଛାରଖାର ହୋଇଗଲା

Published By : Prameya-News7 Bureau | September 06, 2020 IST

ନୂଆଦିଲ୍ଲୀ ୦୬/୦୯: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତୀଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଅଭିଯୋଗ ରିୟା ଓ ତାଙ୍କ ପରିବାରର ପିଛା ଛାଡ଼ୁନି। ସେପ୍ଟମ୍ବର ୪ରେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ସୁଶାନ୍ତ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ରିୟାଙ୍କ ଭାଇ ସୌଭିକୁ ଚକ୍ରବର୍ତୀଙ୍କୁ ଗିରଫ କରିଥିଲା। ଏବେ ଡ୍ରଗ୍ସ ଲିଙ୍କ ମାମଲାରେ ରିୟାଙ୍କୁ ଜେରା ଚାଲିଛି। ଏମିତି ବି କୁହାଯାଉଛି ଖୁବଶୀଘ୍ର ସେ ମଧ୍ୟ ଗିରଫ ହୋଇପାରନ୍ତି। ଏବେ ରିୟାଙ୍କ ବାପା ଇନ୍ଦ୍ରଜିତ୍ ମୁହଁ ଖୋଲିଛନ୍ତି। ପୁଅର ଗିରଫ ଓ ଆଗକୁ ଝିଅ ଗିରଫ ହେବା ମଧ୍ୟ ତାଙ୍କ ବୟାନରୁ ସ୍ପଷ୍ଟ ବାରି ହେଉଛି। ପରିବାର ପୋଲିସ୍ କବଜାରେ ଆସିଯାଇଥିବାରୁ ସେ ଭାଙ୍ଗିପଡ଼ିଛନ୍ତି।

ଇତିମଧ୍ୟରେ ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତୀଙ୍କ ବୟାନ ରେକର୍ଡ ହୋଇଛି। ସେ ତାଙ୍କ ବୟାନରେ ତାଙ୍କ ଯନ୍ତ୍ରଣା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ‘‘ବଧାଇ ହୋ ଇଣ୍ଡିଆ! ଆପଣ ମୋ ପୁଅକୁ ଗିରଫ କରି ନେଲେ। ମୋର ଦୃଢ଼ ବିଶ୍ବାସ ଅାଗାମୀ ନମ୍ବର ମୋ ଝିଅର। ମାତ୍ର ଏକଥା ଜଣାନାହିଁ ଆଗାମୀ ନମ୍ବର କାହାର ଆସିବ। ଆପଣ ଗୋଟିଏ ମଧ୍ୟବିତ ପରିବାରକୁ ପ୍ରଭାବୀ ଢ଼ଙ୍ଗରେ ଧ୍ବସ୍ତ କରିଦେଲେ। ତେବେ ନ୍ୟାୟ ପାଇଁ ସବୁକିଛି ଠିକ୍। ଜୟ ହିନ୍ଦ!’’

ଗତକାଲି (ଶନିବାର) ସୌଭିକ ଓ ସାମୁଏଲକୁ କୋର୍ଟରେ ହାଜର କରାଯାଇଛି। ସେପ୍ଟମ୍ବର ୯ଯାଏଁ ଏନିସିବି ତତ୍ବାବଧାନକୁ ପଠାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.