ଟାଇମ୍ସ ୫୦ ମୋଷ୍ଟ ଡିଜାୟରେବଲ୍ ମହିଳା ତାଲିକାରେ ରିୟା ଚକ୍ରବର୍ତ୍ତୀ ଟପ୍: ପୁରୁଷଙ୍କ ମଧ୍ୟରେ ସୁଶାନ୍ତ ନଂ-୧

Published By : Prameya-News7 Bureau | June 07, 2021 IST

ନୂଆଦିଲ୍ଲୀ ୦୭/୦୬: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ରିୟା ଚକ୍ରବର୍ତ୍ତୀ କ୍ରମାଗତ ଭାବେ ଚର୍ଚ୍ଚାରେ ରହିଆସିଛନ୍ତି। କେତେବେଳେ ତାଙ୍କ ବିବୃତ୍ତି ତ ଆଉ କେତେବେଳେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଆଲୋଚନା କରାଯାଇଛି। ଟାଇମ୍ସ ୫୦  ମୋଷ୍ଟ ଡିଜାୟରେବଲ ଓମେନ୍ ୨୦୨୦ ର ତାଲିକା ବାହାରିଛି ଯେଉଁଥିରେ ୪୦ ଟି ବିଭିନ୍ନ ବର୍ଗର ମହିଳା ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହି ତାଲିକାରେ ସେହି ମହିଳାମାନେ ଅନ୍ତର୍ଭୁକ୍ତ ଅଛନ୍ତି ଯେଉଁମାନେ ଗତ ଏକ ବର୍ଷ ମଧ୍ୟରେ ସର୍ବାଧିକ ପ୍ରଭାବ ପକାଇଛନ୍ତି । ଏହି ତାଲିକାରେ ରିୟା ଶୀର୍ଷରେ ରହିଛନ୍ତି । ଏଥି ସହିତ ୫୦ ମୋଷ୍ଟ ଡିଜାୟରେବଲ୍ ପୁରୁଷ ୨୦୨୦ ତାଲିକାରେ ସୁଶାନ୍ତ ସିଂ ରାଜପୁତ ପ୍ରଥମ ସ୍ଥାନରେ ଅଛନ୍ତି।

ସାଧାରଣତଃ କୁହାଯାଇଥାଏ ଯେ ଗ୍ଲାମରସ୍ ଲୁକ୍ କିମ୍ବା ଫିଜିକ୍ ହେତୁ ଷ୍ଟାରମାନେ ଏଥିରେ ସ୍ଥାନ ପାଇଥାନ୍ତି କିନ୍ତୁ ତାହା ନୁହେଁ । ଏହି ତାଲିକାରେ ସେହି ଲୋକମାନେ ଅନ୍ତର୍ଭୁକ୍ତ, ଯେଉଁମାନେ ଲୋକମାନଙ୍କ ଉପରେ କିମ୍ବା ଜନସାଧାରଣଙ୍କ ଉପରେ ପ୍ରଭାବ ପକାଇବାରେ ସଫଳ ହୋଇଥାନ୍ତି । ଏହି ରାଙ୍କିଙ୍ଗ୍ ଅନଲାଇନ୍ ପୋଲରେ ମିଳିଥିବା ଭୋଟ୍ ଆଧାରରେ ନିଷ୍ପତ୍ତି ନିଆଯାଇଛି।

ଗତ ଏକ ବର୍ଷ ମଧ୍ୟରେ, ରିୟା ଲୋକମାନଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ରହିଥିଲେ। ତଥାପି, ଯେଉଁ କାରଣରୁ ସେ ଆଲୋଚନାରେ ରହିଥିଲେ, ସେ ନିଜେ ମଧ୍ୟ ଏ ବିଷୟରେ ଚିନ୍ତା କରି ନଥିବେ । ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ପରେ ତାଙ୍କ ଜୀବନ ବଦଳି ଯାଇଛି। ଅବଶ୍ୟ, ଅଧିକାଂଶ ସମୟରେ ରିୟା ନୀରବ ରହିଛନ୍ତି କିନ୍ତୁ କେତେବେଳେ ସେ ନିଜ ପୋଷ୍ଟ ମଧ୍ୟମରେ ତ ଆଉ କେତେବେଳେ ତାଙ୍କ ଟି-ସାର୍ଟରେ ଲେଖାଯାଇଥିବା ସ୍ଲୋଗାନ୍ ମାଧ୍ୟମରେ ନିଜ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ।

ତାଲିକାରେ ଅନ୍ୟ ନାମ:

୧. ରିୟା ଚକ୍ରବର୍ତ୍ତୀ

୨. ଆଡଲିନ୍ କାଷ୍ଟେଲିନୋ

୩. ଦିଶା ପଟାନୀ

୪. କିଆରା ଆଡଭାନୀ

୫. ଦୀପିକା ପାଦୁକୋନ୍

୬. କାଟ୍ରିନା କୈଫ୍

୭. ଜ୍ୟାକଲିନ୍ ଫର୍ଣ୍ଣାଡିସ୍

୮. ଅନୁପ୍ରିୟା ଗୋଏଙ୍କା

୯. ରୁହି ସିଂ

୧୦. ଅଭରିତି ଚୌଧୁରୀ

ସୁଶାନ୍ତ ସିଂ ରାଜପୁତଙ୍କ ଆଲୋଚନା ବର୍ଷସାରା ସର୍ବାଧିକ ହୋଇଥିଲା। ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ତାଙ୍କ ପାଇଁ ନ୍ୟାୟ ଦାବି କରୁଥିବା ପ୍ରାୟତଃ ଦେଖାଯାଇଥିଲା । ଏହି ତାଲିକାରେ ସୁଶାନ୍ତଙ୍କ ପରେ ବିଜୟ ଦେବରକୋଣ୍ଡା, ଆଦିତ୍ୟ ରାୟ କପୁର, ବିକି କୌଶଲ, ଦଲକିର୍ ସଲମାନ, ବିରାଟ କୋହଲି, ଟାଇଗର ଶ୍ରଫ, ରଣଭୀର ସିଂ, ଗୁରୁଫତେହ ସିଂ ଏବଂ ସିଦ୍ଧାର୍ଥ ମଲହୋତ୍ରା ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.