ନୂଆ ଘର ଖୋଜୁଛନ୍ତି ରିୟା: ଜେଲରୁ ଆସିବା ପରେ ଭାଇ ଷୌଭିକ ସହ ପ୍ରଥମଥର ପାଇଁ ଆସିଲେ ନଜର

Published By : Prameya-News7 Bureau | January 03, 2021 IST

ମୁମ୍ବାଇ ୦୩/୦୧ : ନୂଆ ଘର ଖୋଜୁଛନ୍ତି ରିୟା ଚକ୍ରବର୍ତ୍ତୀ। ନୂଆବର୍ଷରେ ଏକ ନୂଆ ଆରମ୍ଭ କରିବାକୁ ରିୟା ମୁମ୍ବାଇରେ ନିଜ ପାଇଁ ଘର ଖୋଜୁଛନ୍ତି। ରବିବାର ଦିନ ସେ ବାନ୍ଦ୍ରାରେ ଭାଇ ଷୌଭିକ ଚକ୍ରବର୍ତ୍ତୀଙ୍କ ସହ ନଜର ଆସିଥିଲେ। ଷୌଭିକ ମଧ୍ୟ ଭଉଣୀ ସହ ମିଶି ଘର ଖୋଜୁଛନ୍ତି। କରୋନା ଯୋଗୁଁ ଉଭୟ ଭାଇଭଉଣୀ ମାସ୍କ ପିନ୍ଧିଥିଲେ।

{"id":386365,"width":569,"height":672,"sizeSlug":"large","linkDestination":"none"}

ଜାମିନ ମିଳିବା ପରେ ରିୟା ପ୍ରଥମଥର ପାଇଁ ପବ୍ଲିକରେ ନଜର ଆସିଛନ୍ତି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ବେଳେ ଏନସିବି ରିୟା ଓ ଷୌଭିକଙ୍କୁ ଜେରା କରିଥିଲା। ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ ଏନସିବି ଉଭୟଙ୍କୁ ଗିରଫ କରିଥିଲା।

୨୦୨୦ ରେ ଭାଇଭଉଣୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ରିୟାଙ୍କୁ ସେପ୍ଟେମ୍ବର ୮ ତାରିଖରେ ଏନସିବି ହାଜତକୁ ନେଇଥିଲା। ଏହାପରେ ସେ ପାଖାପାଖି ମାସେ ଜେଲରେ ଥିଲେ। ଅକ୍ଟୋବର ୮ ତାରିଖରେ ତାଙ୍କୁ ଜାମିନ ମିଳିଥିଲା। ଷୌଭିକଙ୍କୁ ରିୟାଙ୍କ ଆଗରୁ ଗିରଫ କରାଯାଇଥିଲା କିନ୍ତୁ ତାଙ୍କୁ ଡିସେମ୍ବର ୨ ତାରିଖରେ ଜାମିନ ମିଳିଥିଲା।

{"id":386366,"width":568,"height":547,"sizeSlug":"large","linkDestination":"none"}

ତେବେ ରିୟାଙ୍କ ବିରୋଧରେ ଏବେ ସୁଦ୍ଧା କିଛି ସ୍ପଷ୍ଟ ପ୍ରମାଣ ମିଳିନାହିଁ। ରିୟା ବର୍ତ୍ତମାନ ନୂଆ ଭାବେ ସବୁ ଆରମ୍ଭ କରିବାକୁ ଯାଉଛନ୍ତି। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ରିୟା ଫିଲ୍ମ ଜଗତକୁ ଫେରିବାକୁ ଯୋଜନା କରୁଛନ୍ତି। ନିର୍ଦ୍ଦେଶକ ୠମି ଜାଫରି ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ ରିୟା ଖୁବ ଶୀଘ୍ର ପୁଣି ଫିଲ୍ମକୁ ଫେରିବେ।

ରିୟାଙ୍କ ଆଉ ଏକ ଫିଲ୍ମ ରିଲିଜ ହେବାକୁ ବାକି ଅଛି। ଏହି ଫିଲ୍ମ ୨୦୨୦ରେ ରିଲିଜ ହେବାର ଥିଲା କିନ୍ତୁ ଲକଡାଉନ ଯୋଗୁଁ ସିନେମାହଲ ବନ୍ଦ ରହିଥିବାରୁ ଫିଲ୍ମ ରିଲିଜ ହୋଇପାରିନଥିଲା। ଏହି ଫିଲ୍ମର ଟାଇଟଲ ହେଲା 'ଚେହରା'

{"id":386367,"width":572,"height":480,"sizeSlug":"large","linkDestination":"none"}

ଫିଲ୍ମରେ ରିୟାଙ୍କ ସହ ବିଗ ବି ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀ ମଧ୍ୟ ନଜର ଆସିବେ। ତେବେ ଜାଣିଶୁଣି ଫିଲ୍ମ ରିଲିଜକୁ ସ୍ଥଗିତ ରଖାଯାଇଛି। ରିୟାଙ୍କ ଫିଲ୍ମକୁ ଜନତା ବିରୋଧ କରିପାରନ୍ତି ବୋଲି ଫିଲ୍ମମେକର ଆଶଙ୍କା କରୁଛନ୍ତି। ଜନତା ବିରୋଧ କଲେ ଫିଲ୍ମମେକରଙ୍କ ଅନେକ କ୍ଷତି ହେବ। ସେଥିପାଇଁ ଫିଲ୍ମ ରିଲିଜକୁ ସ୍ଥଗିତ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.