ଭାୟଖଲା ଜେଲ ସ୍ଥାନାନ୍ତର ହେଲେ ରିୟା: ଜାମିନ ପାଇଁ ପୁଣି କରିବେ ଆବେଦନ

Published By : Prameya-News7 Bureau | September 09, 2020 IST

ମୁମ୍ବାଇ ୦୯/୦୯ : ମଙ୍ଗଳବାର ସନ୍ଧ୍ୟାରେ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଛି | ରିୟା ଗିରଫ ହେବାପରେ ତାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତୀ ଝିଅ ଗିରଫ ହେବା ପରେ କହିଛନ୍ତି ଯେ ଦେଶ କୌଣସି ପ୍ରମାଣ ବିନା ରିୟାଙ୍କୁ ଜେଲ ପଠାଇବେ ଲାଗିଛି | କୌଣସି ପ୍ରମାଣ ବିନା ସାରା ଦେଶ ରିୟାଙ୍କୁ ଫାସୀ ଖୁଣ୍ଟରେ ଝୁଲାଇବାକୁ ଚେଷ୍ଟା କରୁଛି | ରିୟାଙ୍କ ଜାମିନ ଆବେଦନ ଖାରଜ ହେବାପରେ ରିୟାଙ୍କ ପିତା ଆଉ ଏକ ଟ୍ୱିଟ କରି କହିଛନ୍ତି, 'ରିୟାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି | ଗୁରୁବାର ଦିନ ସ୍ପେଶାଲ କୋର୍ଟରେ ଆଉ ଏକ ଆବେଦନ କରାଯିବ | ମୋତେ କଣ ମରିଯିବା ଉଚିତ |'

{"id":327133,"sizeSlug":"large"}

ରିୟାଙ୍କ ଓକିଲ ସତୀଶ ମାନସିଂଦେ ଜାମିନ ପାଇଁ ଆବେଦନ କରିଥିଲେ ଯାହାକୁ କୋର୍ଟ ଖାରଜ କରି ଦେଇଛନ୍ତି | ବୁଧବାର ଦିନ ସେ ସେସନ କୋର୍ଟରେ ଅପିଲ କରିପାରିବେ | ଯଦି ସେଠାରେ ମଧ୍ୟ ଜାମିନ ଖାରଜ ହୁଏ ତାହେଲେ ସୁପ୍ରିମକୋର୍ଟରେ ଅପିଲ କରିବେ | ରିୟାଙ୍କ ଉପରେ ଧାରା ୨୭(ଏ) କାଗିଛି | ଏହି ଧାରାରେ ୧୦ ବର୍ଷ ଜେଲ ଦଣ୍ଡ ମିଳିଥାଏ | ଧାରା ୨୭(ଏ) ଅବୈଧ ଡ୍ରଗ୍ସ କାରବାରରେ ଟଙ୍କା ଲେଣଦେଣ ମାମଲା | ଏହି ଧାରାରେ ୧୦ ବର୍ଷ କିମ୍ବା ତା ଠାରୁ ଅଧିକ ସଜା ମିଳିବାର ପ୍ରାବଧାନ ରହିଛି | ସାଧାରଣତଃ ଏହିଭଳି ମାମଲାରେ କୋର୍ଟ ଜାମିନ ମଂଜୁର କରିନଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.