ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ରିୟାଙ୍କ ବଡ଼ ଖୁଲାସା, ଅଭିନେତାଙ୍କ ପରିବାର ଉପରେ ଲଗାଇଲେ ସଙ୍ଗୀନ ଅଭିଯୋଗ

Published By : Prameya-News7 Bureau | June 06, 2021 IST

ମୁମ୍ବାଇ ୬/୬: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଖେଇ ଆସୁଥିବା ବେଳେ ପୁଣି ଥରେ ଏନସିବି ଆକ୍ଟିଭ୍‌ ହୋଇଉଠିଛି । କିଛି ଦିନ ପୂର୍ବରୁ ଏନସିବି ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ଗିରଫ କରିଛି। ଏହା ବ୍ୟତୀତ ଏହି ମାମଲାରେ ଆଉ କିଛି ଅଗ୍ରଗତି ହୋଇଛି। ସୁଶାନ୍ତ ରାଜପୁତଙ୍କ ବାନ୍ଧବୀ ତଥା ଡ୍ରଗ୍ସ ଲିଙ୍କ ମାମଲାରେ ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ଏନସିବିକୁ ଦେଇଥିବା ବୟାନ ଚାର୍ଜସିଟ୍‌ରେ ବି ସାମିଲ ହୋଇଛି। କୋର୍ଟ ବି ଏହାକୁ ଗ୍ରହଣ କରିଥିବା ଜଣାପଡ଼ିଛି।

ସୁଶାନ୍ତଙ୍କ ମାମଲାରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲା। ରିୟା ନିଜ ବୟାନରେ କହିଛନ୍ତି, ସୁଶାନ୍ତ କିଛି ଭଲ କରୁନଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେଉଥିଲା। ତେଣୁ ସୌଭିକ ଚିନ୍ତିତ ଥିଲେ। Clomnezepan ଏବଂ ଏହାର ପାର୍ଶ୍ବ ପ୍ରତିକ୍ରିୟା ସମ୍ପର୍କରେ ଆ​‌ମେ କଥା ହେଉଥିଲୁ। ଡାକ୍ତର ନିକିତାଙ୍କ ସହ କଥା ହେବା ପରେ ଜଣାପଡ଼ିଲା ଆମେ ଗୁଗଲ ଡାକ୍ତର ହେବାର ନାହିଁ। ମୁଁ ଆହୁରି କହିବାକୁ ଚାହୁଁଛି ୮ ଜୁନ୍‌ ୨୦୨୦ରେ ସୁଶାନ୍ତ ସିଂହ ନିଜ ଭଉଣୀ ପ୍ରିୟଙ୍କାଙ୍କ ପାଖରୁ ଏକ ହ୍ବାଟସଆପ୍‌ ମେସେଜ୍‌ ପାଇଥିଲେ।  ଏଥିଲେ ଲେଖାଥିଲା, Librium 10 mg, nexito  ଆଦି ଡ୍ରଗ୍ସ ସୁଶାନ୍ତ ସେବନ କରନ୍ତୁ।  

ଏହା ସହ ସେ ହୃଦରୋଗ ବିଶେଷଜ୍ଞ ଡାକ୍ତର ଅରୁଣଙ୍କ ଏକ ପ୍ରେସକ୍ରିପ୍ସନ ରିୟା ଦେଇଛନ୍ତି ।ସେ ସୁଶାନ୍ତଙ୍କୁ ଜଣେ ଓପିଡି ରୋଗୀ ଭାବେ ମାର୍କ କରିଛନ୍ତି ।ଏହାର ଅର୍ଥ ସୁଶାନ୍ତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି ହେବାର ଥିଲା।  ଏହି ସବୁ ଔଷଧ Psyclitistsଙ୍କ ବିନା ପରାମର୍ଶରେ ଦିଆଯାଇପାରିବ ନାହିଁ। ଏହା ସହ ସେ ଆହୁରି ଲେଖିଛନ୍ତି, ସୁଶାନ୍ତ ୧୮ ବର୍ଷରୁ ଅଧିକ ବୟସର ଥିଲେ ଏବଂ ସେ ମାରିଜୁଆନା ସେବନ କରୁଥିଲେ। ମୋ ସହ ସାକ୍ଷାତ ପୂର୍ବରୁ ସେ ଏହା ସେବନ କରୁଥିଲେ। ସେ ମୋ ପାଖକୁ ମାରିଜୁଆନା ନେବାକୁ କିମ୍ବା ଦେବାକୁ ଆସୁଥିଲେ ବୋଲି ସେ ଲେଖିଛନ୍ତି।

ମୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ଚାହୁଁଥିଲି କିନ୍ତୁ ସେ ଯାଇନଥିଲେ। ମୁଁ କହି ରଖୁଛି କି, ସୁଶାନ୍ତଙ୍କ ସମ୍ପର୍କରେ ତାଙ୍କ ପରିବାର ଜାଣିଥିଲା। ଏହା ସହ ତାଙ୍କ ଭଉଣୀ ପ୍ରିୟଙ୍କା ଏବଂ ତାର ଭିଣୋଇ ସିଦ୍ଧାର୍ଥ ମାରିଜୁଆନା ସେବନ କରୁଥିଲେ ଏବଂ ତାଙ୍କୁ ଦେଉଥିଲେ। ମୁଁ ଏହି ବୟାନ ଦେବା ବେଳେ ଏନସିବି ଅଧିକାରୀ ମୋ ସହ ଭଲ ବ୍ୟବହାର କରିଥିଲେ। ଏହା ସହ ମୁଁ କାହା ଭୟରେ କିମ୍ବା ଚାପରେ ପଡ଼ି ବୟାନ ଦେଇନାହିଁ ବୋଲି ରିୟା ଲେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.